ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦିନ ଦିପହରରେ ମୋବାଇଲ୍ ଓ ଟିଭି ମରାମତି ଦୋକାନରେ ଚୋରି

ବନ୍ଧୁଗାଁ ତା ୨୩/୭/୨୩ // ଆଜି ବନ୍ଧୁଗାଁ ବ୍ଲକ ସୀଙ୍ଗିପୁଟ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ମୋବାଇଲ ଓ ଟିଭି ମରାମତି ଦୋକାନରୁ ଦିନ ୨ ଟା ବେଳେ ଚୋରି ହୋଇଯାଇଛି । ଆଜି ବସନ୍ତ କୁମାର ସ୍ବାଇଁ ନିଜ ଦୋକାନରେ ସକାଳେ କାମ କରି ମଧ୍ୟାହ୍ନ ସମୟରେ ନିଜ ଦୋକାନକୁ ବନ୍ଦ କରି ଚାବି ନ ଦେଇ ଘରକୁ ଖାଇବା ପାଇଁ ଯାଇଥିଲେ। ଏହାର ସୁଯୋଗ ନେଇ ଦୋକାନର ସ୍ଵଟର୍ ଖୋଲି ମରାମତି ପାଇଁ ଆଣିଥିବା ଏଣ୍ଡରେଡ୍ ମୋବାଇଲ ୧୫ ଟି ଓ କି ପେଡ ମୋବାଇଲ ୧୦ ଟି ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଚୋରି କରି ନେଇ ଚାଲି ଯାଇଛନ୍ତି। ଆଗରୁ ପ୍ରାୟ ତିନି ଥର ଆଖପାଖ ଦୋକାନରୁ ଚୋରି ହୋଇଯାଇଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ପୋଲିସ କାହାର ସୁରାକ ନ ପାଇଥିବାରୁ ବନ୍ଧୁଗାଁରେ ଚୋର ମାନଙ୍କ ସାହସ ବଢ଼ିଯିବାରୁ ଆଜି ତାହାର ସୁଯୋଗ ନେଇ ଦିନ ଦିପହରେ ଚୋରି ହେବା ଅନେକ କାରଣ ଦର୍ଶାଇଛି। ପୋଲିସ ତଦନ୍ତ କରି ଚୋର ଙ୍କୁ ଧରିବାକୁ ସାଧାରଣରେ ଦାବି ହେଉଛି ଓ ଚୋରି ସମଗ୍ରି ଯବତ କରି ଚୋରକୁ ଦଣ୍ଡ ଦେବା ପାଇଁ ଅନୁରୋଧ କରିଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଲୁଗା ଓ ଫେନଶୀ ଦୋକାନ ରୁ ୯୦ ହଜାର ରୁ ଊର୍ଦ୍ଧ୍ଵ ଟଙ୍କା ଚୋରି 

Sunil Chandra Nayak

ବହୁ ଚର୍ଚ୍ଚିତ ହଷ୍ଟେଲ ଛାତ୍ରୀ ଦୁଷ୍କର୍ମ ମାମଲା ରେ ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ

masiha

ଯୁଣବଳଦା ଛକ ନିକଟ ଜାତୀୟ ରାଜପଥ ପାର୍ଶ୍ବରୁ ବାଇକ ଚୋରି

masiha

Leave a Comment

error: Content is protected !!