ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେଞ୍ଜୋରାଣୀ ପତ୍ରିକାର ଉନ୍ମୋଚନ ଓ କବିତା ଆସର

କର୍ଲାମୁଣ୍ଡା: ଅ’ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରକାଶିତ ନାରୀ ଭିତ୍ତିକ ସାହିତ୍ୟ ପତ୍ରିକା ପେଞ୍ଜୋରାଣୀର ଜୁଲାଇ ଓ ଅଗଷ୍ଟ ସଂଖ୍ୟା ଗୁଗୁଲ ମିଟ ମାଧ୍ୟମରେ ଉନ୍ମୋଚିତ ହେବା ସହ ଏକ କବିତା ଆସର ଶ୍ରୀମତୀ ସଞ୍ଜୁକ୍ତା ପାଢ଼ୀଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି l ଏହି ଅସାର ଟିରେ ମନୀସା ସରକାର ମୁଖ୍ୟ ଅତିଥି ଭାବରେ ଯୋଡି ହୋଇ ନାରୀ ପ୍ରତି ହେଉଥିବା ଅବହେଳା ଓ ଅତ୍ୟାଚାର ଉପରେ ଆଲୋକପାତ କରିବା ସହ ସାହିତ୍ୟର ଅଗ୍ରଗତିରେ ନାରୀଙ୍କର ଭୂମିକା ଉପରେ ଆଲୋଚନା କରିଥିଲେ l ସୁନିତା ସାହୁ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ବର୍ଷା ରାଣୀ ମହାମଲ୍ଲିକ ଉପସ୍ଥାପନା କରିଥିଲେ ଏବଂ ପ୍ରିୟା ସାହୁଙ୍କ ସଂଯୋଜନାରେ ରୀନା ବେହେରା, କ୍ରିଷ୍ନା ନାଗ, ସଂଗୀତା ଦାଶ, ସ୍ଵାଗତିକା ପୁଟେଲ, ସଂଗୀତା ଦୀପ, ସନ୍ତୋଷିନୀ ମାଝୀ, ସୁନିତା ସାହୁ, ସୃତିରେଖା ନାୟକ, ଅରୁଣା ପଣ୍ଡା, ବିଷ୍ନୁପ୍ରିୟା ମଲ୍ଲିକ, ଶାଶ୍ଵତା ପଟ୍ଟନାୟକ, ଚିନ୍ମୟୀ କଣ୍ଟା, ଦୀପ୍ତିମୟୀ ସାହୁ, ପୂଜା ମେହେର, ଶ୍ରଦ୍ଧାଞ୍ଜଳି ନାଏକ, ଭାରତୀ ହୋତା, ସସ୍ମିତା ମହାଖୁଡ଼, ସୁଜାତା ଭୋଇ, ସ୍ବର୍ଣ୍ଣ ପ୍ରଭା ସାମଲ, ଆଦି ଅନେକ କବି କବିତା ପାଠ କରିଥିଲେ l ଏହି କାର୍ଯ୍ୟକ୍ରମ ପାଇଁ ଅ’ ଅନୁଷ୍ଠାନର ନରେଶ କୁମାର ସାହୁ, କାହ୍ନୁ ଚରଣ ସାହୁ, ବିଶ୍ଵନାଥ ସାହୁ, ତପନ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଦିନରେ ଏହି ପତ୍ରିକାଟିକୁ ପ୍ରିଣ୍ଟ ଭାବରେ ପ୍ରକାଶ କରିବାକୁ ପ୍ରତିଶୃତି ଦେଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଶୁଭମ କେ-ମାର୍ଟ (ଏମ୍.ବି. ମଲ, ନୂଆପଡ଼ା)ରେ ବଡ଼ ଚଢ଼ାଉ: ୧ କ୍ୱିଣ୍ଟାଲରୁ ଅଧିକ ନିଷିଦ୍ଧ ପ୍ଲାଷ୍ଟିକ ଜବତ, ୨୫ ହଜାର ଟଙ୍କା ଜରିମାନା

ବ୍ୟାସକବିଙ୍କ ୧୮୦ତମ ଜୟନ୍ତୀ ଓ ବାର୍ଷିକୋତ୍ସବ ୨୦୨୩ ପାଳିତ

Sunil Chandra Nayak

ଦେଵୟୁଗ ପରିବାର ଆୟୋଜିତ “ଏକାମ୍ର କ୍ଷେତ୍ର ଚନ୍ଦନ ଉତ୍ସବ–୨୦୨୬” ଭବ୍ୟ ସମାରୋହରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!