ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୩ ଟି ଅଭିଯୋଗର ଶୁଣାଣି

ଡାବୁଗାଁ, ୨୪/୭ – (ମ.ନି.ସ.)ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟର ଅଭିଯୋଗ ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ରଙ୍କ ଦ୍ଵାରା ୨୩ ଟି ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗ ଅଧିକାରୀଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୩ ଟି ଅଭିଯୋଗ ମଧ୍ୟରୁ ୧୩ ଟି ଅଭିଯୋଗ ବ୍ୟକ୍ତିଗତ ୧୦ ଟି ଅଭିଯୋଗ ଗୋଷ୍ଠୀଗତ ହୋଇ ଥିବା ବେଳେ ଡାବୁଗାଁରେ ଥିବା ଶବ ବ୍ୟବଚ୍ଛେଦ ଗୃହ ଭଗ୍ନ ଅବସ୍ଥାରେ ଥିବାରୁ ଏହାର ମରାମତି କରିବା, ପୂର୍ତ୍ତ ବିଭାଗ ରାସ୍ତାରୁ ଚିକିଲି ଗ୍ରାମକୁ ଯାଇଥିବା ରାସ୍ତାର ମରାମତି କରାଯିବା, ମେଦନା ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ନିର୍ମାଣ ଓ ବାଳିକା ମାନଙ୍କ ପାଇଁ ଛାତ୍ରୀନିବାସ ନିର୍ମାଣ କରିବା, ଡାବୁଗାଁ ନୂତନ ବସଷ୍ଟାଣ୍ଡରେ ଥିବା ଷ୍ଟଲ ଗୁଡିକୁ ବିଭିନ୍ନ ଦୋକାନୀଙ୍କୁ ପ୍ରଦାନ କରିବା, ଘୋଡାଖୁଣ୍ଟା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାନୀୟଜଳ ଯୋଗାଣ ର ସୁବିଧା କରିବା, ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମରାମତି ଓ ନୂତନ କଲ୍ୟାଣୀ ମଣ୍ଡପ ନିର୍ମାଣ କରିବା, ମେଣ୍ଡ୍ରା ଗ୍ରାମ ନିକଟରେ ଚାଲିଥିବା ଭାରତମାଳା ପ୍ରକଳ୍ପ ରେ ରାସ୍ତାକାର୍ଯ୍ୟ ୩/୪ ମାସ ବନ୍ଦ କରିବା, କେନ୍ଦୁପତ୍ର ବନାଞ୍ଚଳ କାର୍ଯ୍ୟ|ଳୟ ପଛପଟେ ଥିବା ବଡ ବଡ ଗଛ ଗୁଡି ପବନରେ ଭାଙ୍ଗି ଯାଇ ସେଠାରେ ରହୁଥିବା ଲୋକଙ୍କ ଘର ଉପରେ ପଡି କ୍ଷତି ଘଟୁଛି ଉକ୍ତ ଗଛ ଗୁଡିକ କାଟିବା ଓ ବିଦ୍ୟୁତ ଖୁଣ୍ଟ ପୋତାଯାଇ ବିଦ୍ୟୁତ ଯୋଗାଣ କରିବା, ବିଜୁଗୁଡା ଗ୍ରାମ ରାସ୍ତା ମରାମତି କରିବା ଓ ଗିର୍ଲିଗୁଡା ପ୍ରାଥମିକ ବିଦ୍ୟାଳୟର ଜମି ପଟ୍ଟା ପ୍ରଦାନ କରିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା | ଏହାସହ ଦିବ୍ୟାଙ୍ଗ ୧ ଜଣ ଙ୍କୁ ହୁଇଲ ଚେୟାର ଓ ୧୧ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ଜିଲାପାଳ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା | ଏଥିରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଅତିରିକ୍ତ ଜିଲାପାଳ ଭାସ୍କର ରଇତୋ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସ, ଉପଜିଲାପାଳ ଦୂର୍ଯ୍ୟଧନ ଭୋଇ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନୀଳମଣି ଦିଲ୍ଲୀପଚାନ୍ଦ ବେହେରା, ଜିଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଜିଲା ସୂଚନା ଓ ଜନସମ୍ପର୍କ ଅଧିକାରୀ ହଳଧର ନିହାଲ, ଜିଲା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ, ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଡାବୁଗାଁ ବିଡିଓ ଶରତ ମାଝି, ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ, ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀନିଗୋ ମୁର୍ମୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବନପାଳ ଉମାକାନ୍ତ ପଟ୍ଟନାୟକ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ୟାମସୁନ୍ଦର ବେସ୍ରା ଓ ଜିଲା ଏବଂ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଲିଗୁଡା ରେ ୮୮ ତମ ଉତ୍କଳ ଦିବସ ପାଳିତ

Sunil Chandra Nayak

ଫେବ୍ରୁୟାରୀ ୫ରେ ଓବିସି ମଞ୍ଚର ରାଜ୍ଯ ସମ୍ମିଳନୀ: ସଫଳତା ପାଇଁ ଜିଲ୍ଲା ମଞ୍ଚର ବୈଠକ 

Sunil Chandra Nayak

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାର ନୂତନ ସମ୍ପ୍ରସାରିତ କୋଠା ଉଦଘାଟିତ ଯଶୋଦା ଅନାଥ ଆଶ୍ରମର ସମାଜସେବୀ ଦମ୍ପତି ସମ୍ବର୍ଦ୍ଧିତ….. 

masiha

Leave a Comment

error: Content is protected !!