ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ହୃଦଘାତରେ ବିୟୋଗ

ପାପଡାହାଣ୍ଡି,24/7, ମନିସ –=ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡକରାଗୁଡା ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୋତିରାମ ନାୟକଙ୍କ ହୃଦଘାତରେ ବିୟୋଗ ହୋଇଛି | ରବିବାର ରାତ୍ରରେ ସେ ନିଜ ନାତି ନାତୁଣୀ ମାନଙ୍କ ସହ ଖାଇ ସାରିବା ପରେ ହୃଦଘାତ ହୋଇ ଅଚେତ ହୋଇ ପଡ଼ିଥିଲେ | ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ, ଯେଉଁ ଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ସେ ଜଣେ ଶାନ୍ତ ସ୍ଵଭାଵ, ମେଳାପୀ ଓ ମିଷ୍ଟା ଭାସି ବ୍ୟକ୍ତି ଥିଲେ | 2010ରେ ସେ ଘାଟଗୁଡା ସରକାରି ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ | ଏତଦ ବ୍ୟତୀତ ଭତରା ସମାଜର ଜଣେ ଜଣା ସୁଣା ଓ ଭାତ ନାୟକ ଭାବରେ ପରିଚିତ ଥିଲେ | ସୋମବାର ଡକରାଗୁଡାରେ ତାଙ୍କ ଶେଷକୃତ୍ୱ କରାଯାଇଥିଲା | ଶେଷ ଦର୍ଶନ ପାଇଁ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ | ଜିଲ୍ଲା ଭତରା ସମାଜର ବହୁ ସଦସ୍ୟ ଆସି ଶେଷ ଦର୍ଶନ କରିଥିଲେ | ତାଙ୍କ ବିୟୋଗରେ ଅଞ୍ଚଳର ଅପୂରଣୀୟ କ୍ଷତି ହୋଇଛି | ମୋତିରାମଙ୍କ ବିୟୋଗରେ ପାପଡାହାଣ୍ଡି ବ୍ଲକରେ ଶୋକାକୁଳ ପରିବେଶ ହୋଇଉଠିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସାତ ଦିନିଆ ବ୍ୟାପି ନିଃଶୁଳ୍କ ଯୋଗ, ଉଚ୍ଚ ରକ୍ତଚାପ ଓ ମଧୁମେହ ଚିକିତ୍ସା ଶିବିର ଅନୁଷ୍ଠିତ 

masiha

ସାର ପାଇଁ ପଟ୍ଟା ବାଧ୍ୟ କୁ ନେଇ ତହସିଲ କାର୍ଯ୍ୟାଳୟ ଘେରାଉ କଲା ଚାଷୀ ମୁଲିଆ ଆଦିବାସୀ ସଙ୍ଘ

Sunil Chandra Nayak

ଢେଙ୍କାନାଳ ଜିଲ୍ଳାସ୍ତରୀୟ ଯୁବ ସଂସଦ ନୂତନ ପୀଢ଼ିର ସ୍ୱର କାର୍ଯ୍ୟକ୍ରମ -୨୦୨୫-୨୬ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!