ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଡକାୟତ ଗ୍ୟାଙ୍ଗ କୁ ଗିରଫ କରିବାରେ ମୈଇଦଲପୁର ପୋଲିସ ର ସଫଳତା

ନବରଙ୍ଗପୁର(ମସିହା)- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଧୀନ ମଇଦଲପୁର ପୋଲିସ କୁ ମିଳିଛି ଏକ ବଡ଼ ସଫଳତା l ଏକ ଡକାୟତ ଗ୍ୟାଙ୍ଗ କୁ ଗିରଫ କରିବାରେ ସଫଳ ହୋଇଛି ମୈଦଲପୁର ପୋଲିସ l ଡକାୟତ ଗ୍ୟାଙ୍ଗରେ ଥିବା ୫ ଜଣ ଥିଲେ, ସେଥିମଧ୍ୟରୁ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପାପଡାହାଣ୍ଡି ଏସ୍ଡିପିଓ ଆଦିତ୍ୟ ସେନ ।

ସୂଚନା ଅନୁସାରେ ଗତ ଜୁନ ୨ ତାରିଖରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ପଲାସ ଗ୍ରାମର ସୁଦର୍ଶନ ମେହେର ଓ ନାରାୟଣ ମେହେର ଏକ ବାଇକ ଯୋଗେ ମଇଦଲପୁର ଅଞ୍ଚଳକୁ ଆସୁଥିବା ସମୟରେ ଆମ୍ବପାଣି ଘାଟିରେ ତିନି ଦୁର୍ବୁତ୍ତ ଏମାନଙ୍କୁ ଅଟକାଇ ଥିଲେ l ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ,ମୋବାଇଲ ଓ ବାଇକ ନେଇ ଯାଇଥିଲେ l ସେମାନେ ଭୟଭୀତ ହୋଇ ନିଜ ପାଖରେ ଯାହା ଥିଲା ସେମାନଙ୍କୁ ଦେଇଥିଲେ l ପରେ ସେମାନେ ଆସି ମଇଦଲପୁର ଥାନାରେ ଏତଲା ଦେଇଥିଲେ । ଏତଲା କୁ ଆଧାର କରି ମଇଦଲପୁର ଥାନା ଅଧିକାରୀ ନଟବର ନନ୍ଦ ୮୦/୨୩ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ।ଏତଲା ଅନୁସାରେ ମୈଦଲପୁର ଥାନା ଅଧିକାରୀ ସହିତ ନବରଙ୍ଗପୁର ସାଇବର ଟିମ ର ମିଳିତ ଉଦ୍ୟମରେ ଗ୍ୟାଙ୍ଗଷ୍ଟାର ରେ ୫ ଜଣ ଥିବା ମଧ୍ୟରୁ ୪ ଜଣଙ୍କୁ ଗିରଫ କଲେ l ଜଣେ ଫେରାର ଥିବା ଜଣା ପଡିଛି l ଗିରଫ ଅଭିଯୁକ୍ତ ମାନେ ହେଲେ କୋଷାଗୁମୁଡ଼ା ଅଞ୍ଚଳ ର ମହେନ୍ଦ୍ର ଫୁଲ, ଉମରକୋଟ ର ନୀଳାମ୍ବର ହରିଜନ, ରାଇଘର ର ଗଜେନ୍ଦ୍ର ହରିଜନ ଓ ସମରେଶ ବେନ,ସେମାନଙ୍କ ଠାରୁ ଗୋଟିଏ ମାରଣାସ୍ତ୍ର ,୧ ମୋବାଇଲ , ୮୪୦ ଟଙ୍କା ଓ ଦୁଇଟି ବାଇକ ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ସୂଚନା ଦେଇଛନ୍ତି ।ସେମାନଙ୍କ ନାମରେ ଆଗରୁ ବି ବିଭିନ୍ନ ଥାନାରେ ମାମଲା ଥିବା ସୂଚନା ଦେଇଛନ୍ତି ଏସ୍ଡିପିଓ ଆଦିତ୍ୟ ସେନ, ସମସ୍ତ ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବ ସୁଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଏମ୍ଏସକ୍ଯୁ ଆପ୍ ସାଇବର ଠକେଇରେ ୩ ଅଭିଯୁକ୍ତ ଗିରଫ, ଅଧିକ ତଦନ୍ତ ଜାରି

Sunil Chandra Nayak

ବେଆଇନ ମଦ ଓ ନଲି ପଞ୍ଜାବରେ ବାମନଘାଟୀ ଉପଖଣ୍ଡ; ୭ ଜଣଙ୍କୁ ବାନ୍ଧିଲା ଅବକାରୀ ବିଭାଗ

masiha

ଲାଉଗୁଡା ନିକଟରେ ଅଜଣା ଯୁବକଙ୍କ ଝୁଲନ୍ତା ସବ ଜବତ କଲା ପୋଲିସ

masiha

Leave a Comment

error: Content is protected !!