ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଖୋଜ ଥିବା ନିରଞ୍ଜନ ଘରକୁ ଫେରିଲେ

କାମାକ୍ଷାନଗର (ମନିସ )25/7/23 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଶଶାପସି ଗ୍ରାମର ନିଖୋଜ ଥିବା ନିରଞ୍ଜନ ପଣ୍ଡା ଘରକୁ ଫେରିଲେ । ସୂଚନା ଥାଉକି, ମଙ୍ଗଳବାର ଭୁବନେଶ୍ବର କାମସାରି କଟକ ଲିଙ୍କରୋଡରେ ଓହ୍ଲାଇଥିଲେ। ଲିଙ୍କ୍ ରୋଡ ରେ ଏକ ଅଟୋ ଢେଙ୍କାନାଳ ଯିବ କହି ତାଙ୍କୁ ଅଟୋ ରେ ନେଇଥିଲା। ସିଡିଏ ର ଏକ ଦୋକାନରେ ଅଟୋ ଚାଳକ ତାଙ୍କୁ ଥଣ୍ଡା ପାନୀୟ ଦେଇଥିଲା ନିରଞ୍ଜନକୁ ସେ ମନାକରିବାରୁ ଥଣ୍ଡା ପାନୀୟ ପିଇବା ପାଇଁ ବାଧ୍ୟ କରିବା ଫଳରେ ସେ ପିଇଥିଲେ ତାପରେ ସେ ଅଚେତ୍ ହୋଇ ଯାଇ ଥିଲେ। ମଙ୍ଗଳବାର ଅପରାହ୍ନ ୨ଟା ରେ କଟକ ସିଡିଏ ରେ ମୋବାଇଲ ଟି ସୁଇଜ୍ ଅଫ ହୋଇଥିଲା ପରିବାର ବହୁ ଖୋଜାଖୋଜି କରି ନିରଞ୍ଜନ ସନ୍ଧାନ ନ ପାଇବା ଫଳରେ ବୁଧବାର ଅପରାହ୍ନରେ କଙ୍କଡାହାଡ ଥାନାରେ ଏକ ନିଖୋଜ ମାମଲା ଦାୟର କରିଥିଲେ। ଗୁରୁବାର ସକାଳ ସମୟରେ ନିରଞ୍ଜନଙ୍କ ଚେତା ଫେରିବା ବେଳେ ପରିତ୍ୟକ୍ତ ବୁଦାମୂଳରୁ ନିଜକୁ ଉଦ୍ଧାର କରିଥିଲେ। ନିରଞ୍ଜନଙ୍କ ପାଖରେ ଥିବା ମୋବାଇଲ,ସାର୍ଟିଫିକେଟ,ଜରୁରି କାଗଜ ପତ୍ର,ପଇସା କିଛି ନଥିଲା। ସେ ବହୁ କଷ୍ଟରେ ଅନ୍ୟର ସାହାଯ୍ୟନେଇ ଘରେ ପହଞ୍ଚିଥିଲେ । ବୁଧବାର ଦିନତମାମ ଭୁବନେଶ୍ବର,କଟକ ଖୋଜାଖୋଜି କରି ରାତିରେ ମର୍କତନଗର ଥାନାରେ ପହଞ୍ଚି ଜଣାଇବା ଫଳରେ ଥାନା କର୍ମଚାରୀ ସିଡିଏ ୯ନମ୍ୱର୍ ରେ ମଧ୍ୟରାତ୍ର ସୁଦ୍ଧା ପଇଁତରା ମାରିବା ଫଳରେ ଦୂର୍ବୁତ୍ତ୍ମମାନେ ନିରଞ୍ଜନଙ୍କୁ ଗୁରୁବାର ଭୋର ସମୟରେ ବାହାରେ ଫିଙ୍ଗିଥାଇ ପାରନ୍ତି ବୋଲି ଅନୁମାନ କରାଯାଏ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପୂର୍ବ ହତ୍ୟା ମାମଲାର ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ 

masiha

ଯୁବତୀର ବେକରେ ଓଢଣୀ ଦେଇ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

masiha

୧୬୨ କେଜି ଗଂଜେଇ ସହିତ କାର ଜବତ ନାବାଳକ ସହିତ ଜଣେ ଗିରଫ….

Sunil Chandra Nayak

Leave a Comment

error: Content is protected !!