ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ : କୃଷି ବିଭାଗ ତରଫରୁ ପଞ୍ଚାୟତ ସ୍ତରରେ ଫସଲବୀମା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି ୨୫/୦୭/୨୩ //  ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଙ୍କ ନିର୍ଦେଶ ରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ପନ୍ଦର ପଞ୍ଚାୟତ ରେ କୃଷି ବିଭାଗ ତରଫରୁ ବ୍ଲକ କୃଷି ଅଧିକାରୀ ସହକାରୀ କୃଷି ଅଧିକାରୀ ଓ ସମ୍ପୃକ୍ତ ପଞ୍ଚାୟତ ଦାୟିତ୍ୱ ରେ ଥିବା କୃଷି ଓଭରସିୟର ପ୍ରଧାନମନ୍ତ୍ରୀ ଫସଲବୀମା କାର୍ଯ୍ୟକ୍ରମ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି। ଓଡିଶା ସରକାର ଚଳିତ ବର୍ଷ ଦୁଇ ହେକ୍ଟର ପର୍ଯ୍ୟନ୍ତ ପ୍ଲଟ ର ପ୍ରମିୟମ ରାଶି ବାନ୍ଧିବେ ଚାଷୀଙ୍କୁ କେବଳ ଟଙ୍କା ଏ ପ୍ରିମୀୟମ ଦେଇ ପଞ୍ଜିକୃତ ହେବା କୁ ଆହ୍ୱାନ କରାଯାଇଛି। ପଞ୍ଜିକରଣ ର ଶେଷ ତାରିଖ 31 ଜୁଲାଇ । ଭାରତ ସରକାର ଓଡିଶା ସରକାର ଓ ଏଗ୍ରିକଲଚର ଇନ୍ସୁରାନ୍ସ କମ୍ପାନୀ ଫସଲବୀମା କାର୍ଯ୍ୟକାରୀ କରୁଛନ୍ତି। ଚାଷୀ ଦୁଇ ହେକ୍ଟର ରୁ ଅଧିକ ପଞ୍ଜିକରଣ ପାଇଁ ନିର୍ଦ୍ଧାରିତ ଦର ରେ ପ୍ରିମିୟମ ବାନ୍ଧିବାକୁ ପଡିବ। କେତେବେଳେ ଚାଷୀ ଫସଲବୀମା ପାଇ ପାରିବ କେଉଁଠି ପଞ୍ଜୀକରଣ କରିବେ କଣ କଣ ପଞ୍ଜିକରଣ ବେଳେ ଆବଶ୍ୟକ ସେ ସମ୍ପର୍କରେ ସଚେତନ କରାଯାଇଥିଲା। ପାଞ୍ଚଟି କ୍ଷେତ୍ରରେ ବୀମା ପାଇ ପାରିବେ ପ୍ରଥମରେ ଶସ୍ୟ କାଟ ଭିତ୍ତିକ ଦ୍ଵିତୀୟରେ ବୁଣା ରୁଆ ବାଧା ଭିତ୍ତିକ, ତୃତୀୟରେ ମଧ୍ୟବର୍ତ୍ତୀ କାଳୀନ ପ୍ରାକୃତିକ ବିପର୍ଯ୍ୟୟ ହେଲେ ଚତୁର୍ଥ ରେ ସ୍ଥାନୀୟବିପର୍ଯ୍ୟୟ ହେତୁ କ୍ଷୟକ୍ଷତି କ୍ଷେତ୍ର ରେ ବ୍ୟକ୍ତିଗତ ସ୍ତରରେ ,ପଞ୍ଚମ ରେ ଅମଳ ପରବର୍ତ୍ତୀ କ୍ଷତି ବ୍ୟକ୍ତିଗତ ସ୍ତରରେ କ୍ଷତିପୂରଣ ପାଇ ପାରିବ ବୀମାଭୁକ୍ତ ଚାଷୀ । ଏନେଇ ସଚେତନତା କରା ଯାଇଛି। କଂଗ୍ର। ଗ୍ରାମ ପଞ୍ଚାୟତ ରେ ବ୍ଲକ କୃଷି ଅଧିକାରୀ ବରୁଣ ଧନପାଳ କାର୍ଯ୍ୟକ୍ରମ କରିଥିବା ବେଳେ ତେନ୍ତୁଳିଖୁଣ୍ଟି ରେ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ କାର୍ଯ୍ୟକ୍ରମ କରିଥିଲେ। କୃଷି ଓଭର ସିୟର ହରିଶଙ୍କର ତ୍ରିପାଠୀ , ଧୀରେନ ବେନ୍ୟା, ଜିତେନ୍ଦ୍ର ଟାକ୍ରୀ , ମଧୁସ୍ମିତା ପତି, ବନ୍ଦିତା ମହାରଣା ଏ ଟି ଏମ ବାଳ ଗୋବିନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କରୁଛନ୍ତି। ଶେଷ ଦିବସ ରେ ପରଜା ବାରଙ୍ଗ ପଦର ,ଗୌଡ଼ ଦେଓପାଲି ,ମଞ୍ଚ ।ଗାଁ ରେ ସଚେତନତା କାର୍ଯ୍ୟକ୍ରମ ହୋଇଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଆନନ୍ଦ ନଗର,କାଠଗଡ଼ା ଅଂଚଳରେ ବର୍ଷ ସାରା ବିପଦପୂର୍ଣ୍ଣ ଓ ବିଦ୍ୟୁତ୍ ସେବା ଯୋଗାଣରେ ଅସ୍ୱାଭାବିକତା ଯୋଗୁଁ ଜନ ଅସନ୍ତୋଷ , କର୍ତ୍ତୃପକ୍ଷଙ୍କ ଦ୍ୱାରା ତୁରନ୍ତ ସମାଧାନ ଦାବୀ

Sunil Chandra Nayak

ଜିଲା ପ୍ରଶାସନ ତରଫରୁ ୱାକାଥନ ଜରିଆରେ ମତଦାନ ସଚେତନତା କାର୍ଯ୍ୟକ୍ରମ 

masiha

କୁହୁରା ରୁ ସନ୍ଦିପଡ଼ା ରାସ୍ତା ଅତ୍ୟନ୍ତ ଶୋଚନୀୟ 

masiha

Leave a Comment

error: Content is protected !!