ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀରେ ବୁଡି ମୄତ 

କାମାକ୍ଷାନଗର (ମନିସ )25/7/23 // ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ୱାର୍ଡ ନମ୍ବର ୫ ଗଉଡ ସାହିର ବାସିନ୍ଦା ଖମାରୀ ଦାସ ବୟସ ୪୬ ବର୍ଷ ସ୍ଥାନୀୟ ଗୋଡ଼ି ପୋଖରୀରେ ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ମୃତ।ଘଟଣା ରୁ ଜଣା ପଡ଼ିଛି ଆଜି ଅପରହ୍ନରେ ଖମାରୀ ଦାସ ଶୌଚ ହେବ ପାଇଁ ଘରୁ ଆସିଥିବା ବେଳେ ଅନେକ ସମୟ ବିତିଯାଇଥିଲେ ମଧ୍ୟ ଘରକୁ ଫେରି ନଥିଲେ ।ତେବେ ପରିବାର ଏବଂ ସାହିପଡ଼ିଶା ଅନେକ ଖୋଜା ଖୋଜି ପରେ ଖମାରୀଙ୍କୁ ନ ପାଇବାରୁ ଭୁବନ ଅଗ୍ନିଶମ ବାହିନୀର ସହାୟତା ଲୋଡିଥିଲେ ।ତେବେ ସନ୍ଧ୍ୟାରେ ଅଗ୍ନିଶମ ବାହିନୀ ପୋଖରୀ ଭିତରେ ଖୋଜା ଖୋଜି କରିବା ପରେ ଖମାରୀଙ୍କର ମୃତ ଦେହ କୁ ଉଦ୍ଧାର କରିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗ୍ରାମୀଣ ନାଟ୍ୟ ଦିବସ ସମାରୋହରେ ଯୋଗଦେଲେ ବାଲେଶ୍ଵର ସାମ୍ବାଦିକ

Sunil Chandra Nayak

ଧବଳେଶ୍ୱର ଉଚ୍ଚ ବିଦ୍ୟାପୀଠ ଦେପୁର 5T ରେ ସାମିଲ

Sunil Chandra Nayak

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଲିଙ୍ଗଗତ ସାମ୍ୟତା ସମ୍ପର୍କିତ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ 

masiha

Leave a Comment

error: Content is protected !!