ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା : ସ୍କୁଲର କୋଠା ସରିଲା ଵିଲ୍ ହେଲା ,ମାସକମଧ୍ୟରେ ଘର ଛାତରୁ ପାଣି ଗଳିଲା

ମୁନିଗୁଡା/ଚନ୍ଦ୍ରପୁରୁ -26.7.023 ଆଜିର ଶିଶୁ କାଲିର ଭଵିଷ୍ୟତ ଦେଶର ନାଗରିକ। ଦେଶ ଓ ଜାତିର ଉନ୍ନତି ପାଇଁ ଶିଶୁମାନଙ୍କର ଶିକ୍ଷା ଗ୍ରହଣ ଜରୁରୀ ହୋଇଥିବା ଵେଳେ ରାଜ୍ୟ ସରକାର ବିଦ୍ୟାଳୟର ଭିତ୍ତିଭୂମି ଠାରୁ ଆରମ୍ଭ କରି ଡେସ୍କ ବେଞ୍ଚ ଓ ଅନ୍ୟାନ୍ୟ ସୁଵିଧା ସହ ଶୌଚାଳୟ ଆଦି ବ୍ୟବସ୍ଥା କରୁଛନ୍ତି। ହେଲେ ଶିକ୍ଷାପ୍ରତି ପିଲାମାନଙ୍କର ଆଗ୍ରହ ନିମନ୍ତେ ଖାଇବା, ରହିବା ,ସାଇକେଲ ଏବଂ ଯୋତା ଛତା ବହିପତ୍ର ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେଇଛନ୍ତି। କିନ୍ତୁ ପିଲାମାନେ ପାଠପଢିବାକୁ ଆଗ୍ରହ ସହ ସ୍କୁଲକୁ ଯାଉଥିବା ବେଳେ ଛାତରୁ ପାଣିଗଳୁଥିବାରୁ ପିଲାଏ ପଢିପାରୁ ନାହାନ୍ତି କି ଶିକ୍ଷକ ପଢାଇ ପାରୁନାହାନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଅନୁନ୍ନତ ଚନ୍ଦ୍ରପୁରୁ ବ୍ଲକର ବୁଡୁବାଲି ପଞ୍ଚାୟତ ସଦର ମହକୁମାରେ ଥିବା ସେବାଶ୍ରମ ବିଦ୍ୟାଳୟରେ। ବିଦ୍ୟାଳୟର ଘରଟି ଵାହାରୁ ଦେଖିବାକୁ ଵହୁତ ସୁନ୍ଦର ଓ ଚକାଚକ ହେଲେ ଭିତରେ ଛାତ ପାଣି ଗଡି ଲହଡି ଭାଙ୍ଗୁଛି। ଏହି ଚକାଚକ କୋଠା ସରିଲା ବିଲ୍ ହେଲା ମାସକ ମଧ୍ୟରେ ଛାତରୁ ପାଣି ଗଳିଲା। ହେଲେ ବିଭାଗୀୟ ଏହା ନଦେଖି ନାଭିରେ ତେଲ ଦେଇ ଶୋଇପଡିଲା। ଏହି ଘର ନିର୍ମାଣ ସମୟରେ ନାହିଁ ଠିକାଦାର କିମ୍ବା ଯନ୍ତ୍ରୀ , ଯାହା ମିସ୍ତ୍ରୀ ଏଵଂ ଲେଵର ମାନଙ୍କ ମର୍ସିରେ ଘରକାର୍ଯ୍ୟ ସାରି ନିମ୍ନମାନର ପୁଟି ଓ ରଙ୍ଗମାରି ବାହାରକୁ ଚକାଚକ ଦେଖାଇ 30ଭାଗ ଅର୍ଥ ବିନିଯୋଗ କରି ଶତପ୍ରତିଶତ ଅର୍ଥକୁ ଠିକାଦାର ଓ ଯନ୍ତ୍ରୀ ବିଲ୍ କରି ହଡପ କରିଥିବା ନେଇ ଅଭିଯୋଗ ହେଉଛି। ଯାହାଫଳରେ ଏପରି ନିମ୍ନମାନର ସ୍କୁଲ କୋଠା ନିର୍ମାଣ କରି ଭଵିଷ୍ୟତରେ କୋମଳମତି ଶିଶୁମାନଙ୍କ ପ୍ରତି ଵିପଦ ସୃଷ୍ଟି ଆଶଙ୍କାକୁ ଅସ୍ବୀକାର କରାଯାଇ ନ ଯାଇ ପାରେ। ଏହି ବିଦ୍ୟାଳୟରେ ଆନୁସଙ୍ଗିକ ଵେଞ୍ଚ ଡେସ୍କର ଅଭାବ ସାଙ୍ଗକୁ ପିଇବା ପାଣିର ଅଭାବ ସମସ୍ୟା ପିଲାମାନଙ୍କ ଚିନ୍ତା ବଢାଇ ଦେଇଛି। ଆଇଟିଡିଏ ବିଭାଗର ଯନ୍ତ୍ରୀଙ୍କ ଦ୍ବାରା ବ୍ଲକ ସାରା ହୋଇଥିବା ବିଭାଗୀୟ ତରଫରୁ ବିଭିନ୍ନ କାର୍ଯ୍ୟକୁ ସବୁ ତଦାରଖ କରାଗଲେ ଜଣାପଡିବ କାର୍ଯ୍ୟ ନ ହୋଇ କିପରି କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଛି। ସେଥିମଧ୍ୟରୁ ଏହି ସେଵାଶ୍ରମର ଚକାଚକ ସ୍କୁଲ ଛାତରୁ ଗଳୁଥିବା ପାଣିରେ ଭିଜି ଜ୍ବର କାଶର ଶିକାର ହେଉଛନ୍ତି କୋମଳମତୀ ଛାତ୍ରଛାତ୍ରୀ ମାନେ। ତେଣୁ ସରକାର ଏହି ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ପାଇଁ ପ୍ରତିକାର ବ୍ୟବସ୍ଥା କରାଇବା ସହ ଉଚ୍ଚ ସ୍ତରୀୟ ତଦନ୍ତ କରାଇଲେ ଚନ୍ଦ୍ରପୁରୁ ସମେତ ମୁନିଗୁଡା ଵ୍ଲକ ର ଦୁର୍ନୀତି ଲୋକଲୋଚନକୁ ଆସିବ ବୋଲି ଵୁଦ୍ଧିଜୀଵୀ ମହଲରେ ଦାବି ହୋଇଛି। ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାଶ୍ମୀର ପହଲଗ୍ରାମ ପର୍ଯ୍ୟଟକଙ୍କୁ ସିଡ୍ଯୁଲ କାଷ୍ଟ ଫେଡେରେସନ ଓ ବଣିକ ସଂଘର ଶ୍ରଦ୍ଧାଞ୍ଜଳି 

masiha

ଅଷ୍ଟ-ଦିବସୀୟ ଆଚାର୍ଯ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପନ୍ନ ବିଭିନ୍ନ ବିଷୟବସ୍ତୁକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ

masiha

ଜିଲ୍ଲାସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!