ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିତି ସାପ କାମୁଡାରେ ଯୁବକ ମୃତ

ମୟୂରଭଞ୍ଜ -୨୬/୭ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ପଞ୍ଚାୟତର ସୁନାପୋଷି ଗ୍ରାମର ଜନୈକ ଯୁବକ ମଙ୍ଗଳବାର ରାତିରେ ଚିତି ସାପ କାମୁଡାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଵାଉତିବେଡା ଗ୍ରାମର ମଦନ ମୁର୍ମୁଙ୍କ ୨୨ ବର୍ଷୀୟ ପୁଅ ବିଜୟ ମୁର୍ମୁ ମଙ୍ଗଳବାର ରାତିରେ ସବୁଦିନ ଭଳି ପରିବାର ସହିତ ଖାଇ ପିଇ ଶୋଇବାକୁ ଯାଇଥିଲେ ।ହେଲେ ରାତିରେ ମାଟିରେ ଶେଯ ବିଛାଇ ଶୋଇଥିଲା ।ସତେ ଯେମିତି ଯମ ଜଗିଥିଲା । ଭୋରୁ ପରିବାର ଲୋକେ ଉଠି ବିଜୟକୁ ଡାକନ୍ତି ତ ସେ ନିସ୍ତେଜ ହୋଇ ପଡ଼ିଥିଲେ ।ପରେ ଘର ଲୋକେ ଘରେ ଏକ ଚିତି ସାପ ଦେଖିବାକୁ ପାଇଥିଲେ ।ଘର ଲୋକେ ଚିତି ସାପକୁ ଧରି ରଖିବା ସହିତ ବିଜୟକୁ ରାଇରଙ୍ଗପୁର ହସ୍ପିଟାଲ ଆଣିଥିଲେ ।ପରିବାର ଲୋକଙ୍କ କହିବା ଅନୁଯାୟୀ ବିଜୟର ନିଃଶ୍ବାସ ପ୍ରଶ୍ବାସ ଚାଲିଥିଲା । ଡାକ୍ତର ରୋଗୀ ଗହଳି ଯୋଗୁଁ ବିଳମ଼ବରେ ଦେଖିଥିଲେ ।ପରେ ଦେଖି ତାଙ୍କୁ ସାଲାଇନ ଦେଇଥିଲେ ଏବଂ ରେଫର ପାଇଁ ଲେଖିଥିଲେ ।ରୋଗୀ ସମ୍ପର୍କୀୟ କହିଥିଲେ ୧୦୮ ବିଳମ୍ବ ଯୋଗୁଁ ଆମେ ରୋଗୀକୁ ବେସରକାରୀ ଗାଡ଼ିରେ ବାରିପଦା ନେଇଯିବୁ ।ଡାକ୍ତର କହିଲେ ସରକାରୀ ଗାଡିରେ ଯିବ ଯଦି ରେଫର ହେବ ।ନ ହେଲେ ରେଫର କାଗଜ ଫେରାଇ ରୋଗୀକୁ ନେଇଯିବ ।ପରେ କିଛି ସମୟ ପରେ ବିଜୟର ପ୍ରାଣବାୟୁ ଉଡି ଯାଇଥିଲା ।ଡାକ୍ତର ବିଳମ୍ବ ଚିକିତ୍ସା ଯୋଗୁଁ ଅବହେଳାର ଶିକାର ସୋଇ ପ୍ରାଣବାୟୁ ଉଡି ମିଳିଥିଲା ବୋଲି ଗଣମାଧ୍ୟମକୁ କହିଥିଲେ । ସେମାନେ କହିଥିଲେ ଅନ୍ୟ ରୋଗୀମାନେ ଯେମିତି ଆଗକୁ ମୃତ ବିଜୟ ଭଳି ଡାକ୍ତରଙ୍କ ଅବହେଳାର‌ ଶିକାର ନ ହୁଅନ୍ତୁ ଵୋଲି ଦୁଃଖର ସହ କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ସମ୍ବଲପୁର ଦିନ ପାଳନ

Sunil Chandra Nayak

ପ୍ରଥମ ପୁରାଣ ସାହିତ୍ୟ ମାତୃକୃପା ସମ୍ମିଳନୀ

masiha

ରାଉରକେଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରାଯିବ: କମିଶନର ସିଭିଲ୍ ଟାଉନସିପ୍‌ରେ ଡ୍ରେନ୍ ଉପରେ ଥିବା ଅବୈଧ ନିର୍ମାଣକୁ ଭାଙ୍ଗି ଦିଆଗଲା

Sunil Chandra Nayak

Leave a Comment

error: Content is protected !!