ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାତ୍ରୀବାହି ବସ ପଛପଟେ ଧକ୍କାଦେଲା ଓମିନି ଭ୍ୟାନ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପାପଡାହାଣ୍ଡି,26/07, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କର୍ପୋରେସନ ଓ ମୃଗ ବିହାର ନିକଟରେ ଜଗା କାଳିଆ ନାମକ ଯାତ୍ରୀବାହିଁ ବସ ପଛପଟେ ବୁଧବାର ଏକ ଓମିନି ଭ୍ୟାନ ଧକ୍କା ହୋଇଥିବା ବେଳେ ଏଥିରୁ ଅଳ୍ପକେ ଯାତ୍ରୀ ମାନେ ବର୍ତ୍ତି ଯାଇଛନ୍ତି | 

ସୂଚନା ଅନୁଯାୟୀ ଅପରାହ୍ନରେ ଜଗା କାଳିଆ ଯାତ୍ରୀବାହି ବସ OD10A1114 ଯାତ୍ରୀ ଧରି ଜୟପୁର ରୁ ରାଇଘର କୁନ୍ଦେଇ ଯାଉଥିଲା | ଏହି ସମୟରେ ପାପଡାହାଣ୍ଡି ମୃଗ ବିହାର ନିକଟରେ ଏକ ଓମିନି OR10J1356 ଭ୍ୟାନ ଜଗାକାଳିଆ ଯାତ୍ରୀବାହି ବସ କୁ ଓଭର ଟେକ କରିବା ସମୟରେ ପଛପଟେ ଧକ୍କାଦେଇଥିଲା | ଏହି ସମୟରେ ବସରେ ରହିଥିବା ଯାତ୍ରୀ ଓ ଓମିନି ଭ୍ୟାନରେ ରହିଥିବା ଯାତ୍ରୀ ଅଳ୍ପକେ ଭର୍ତ୍ତି ଯାଇଥିଲେ | ଓମିନି ଗାଡି ରେ ରହିଥିବା ଡ୍ରାଇଭର କିମ୍ବା ଯାତ୍ରୀ ଗାଡି ଛାଡି ଚାଲିଯାଇଥିବା ସୂଚନା ମିଳିଛି | ପୋଲିସ ଘଟଣା ସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରି ଉଭୟ ଗାଡି କୁ ଅଟକ ରଖିଛି | ଜଗା କାଳିଆ ରେ ରହିଥିବା ଯାତ୍ରୀ ଅଧା ବାଟରେ ଅଟକି ନିଜ ଗନ୍ତବ୍ୟ କୁ ପହଁଚିବା ପାଇଁ ମୁସ୍କିଲ ହେବାକୁ ପଡିଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆସନ୍ତା ୮ ତାରିଖ ରୁ କିନ୍ନର ସଂଘ ର ବହୁଚରା ମାତା ଙ୍କ ଷୋହଳ ପୂଜା

masiha

ନବରଙ୍ଗପୁର ଠାରେ ନୂତନ ରାସନ୍ କାର୍ଡ ବଣ୍ଟନ ମୁଖ୍ୟ ଅତିଥି ରୂପେ ଯୋଗଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ 

masiha

ସର୍ଗିଗୁଡା ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ. ଯୋଗଦେଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ 

masiha

Leave a Comment

error: Content is protected !!