ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାରେ ଶହ ଶହ ଏକର ଜମି ପଡ଼ିଆରେ

ରାୟଗଡା :- ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରାୟଗଡ଼ା, : ସ୍ଵତନ୍ତ୍ର ଚାଷ ଜମି କୁ ଜଳ ସେଚିତ କରିବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ବହୁ ସଂଖ୍ୟକ ଚେକଡ୍ୟାମ୍ ନିର୍ମାଣ କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ବ ହିନତା ଯୋଗୁ ଅଞ୍ଚଳରେ ବହୁ ପ୍ରକଳ୍ପ ଥାଇବି ଚାଷୀଙ୍କ କାମରେ ଆସୁନାହିଁ । ଫଳରେ ଚାଷୀଙ୍କ ମୁହଁରୁ ହସ ଏକ ପ୍ରକାର ଉଭାନ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଆମ୍ବାଦଳା ଗ୍ରାମ ପଞ୍ଚାୟତ ଲଡକା ଚଞ୍ଚଡ଼ା ନିକଟ ଗୁରୁଗ୍ରାମ ଚେକଡ୍ୟାମ୍ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଚାଷୀ ମାନଙ୍କ କାମରେ ଆସିବା ପରିବର୍ତ୍ତେ ଗଛଲତାରେ ପୋତି ହୋଇ ଗଲାଣି। ଏହି ପ୍ରକଳ୍ପ ଦ୍ବାରା କଦମଗୁଡା ଗ୍ରାମର ୩ ଶହ ଏକର, ଡାକଭଟା ଗ୍ରାମର ୨୫୦ ଏକର, ଗୁରଗାର ୫ ସହ ଏକରରୁ ଉର୍ଦ୍ଧ ଜମିରେ ଜଳସେଚନ କରାଯାଇ ଚାଷୀଙ୍କୁ ଲାଭ ପହଞ୍ଚିବ କିନ୍ତୁ ବର୍ଷ ବର୍ଷ ବିତିଗଲା କିନ୍ତୁ ଚାଷୀଙ୍କୁ ଟୋପାଏ ପାଣି ପହଞ୍ଚାଇ ପାରିଲାନି ବିଭାଗ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଚେକଡ୍ୟାମ୍ ଭାଙ୍ଗି ଯାଇଥିବା ବେଳେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥୁବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ଜମି ଗୁଡ଼ିକ ବର୍ଷସାରା ପଡ଼ିଆ ପଡ଼ୁଛି । ଏନେଇ ଏହି ଗ୍ରାମର ଅନେକ ଚାଷୀ ମନ୍ତ୍ରୀ ନେତା, ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ମରାମତି ପାଇଁ ଗୁହାରି କରି ଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳିଛି ବୋଲି ଚାଷୀ ଜନ୍ମ ମାଝୀ, ବାଲ୍ମୀକି ମାଝୀ, ଗୋବିନ୍ଦ ମାଦଳା, କନ୍ଧ ମାଦଳା, ଦିଲୀପ ମାଦଳା, ସର୍ବସୁଡ଼ା ଡଙ୍ଗରି, ସର ଡଙ୍ଗରୀ, ମଧୁ ବଛା, ଲୋକନାଥ ବଚା, ଦୁଶାସନ ବାଗ, ଗଙ୍ଗା,ଚା, ରାଧାକାନ୍ତ ବିଚା, ଇଜିପିଲା ବଚା, ଜୟବତି ବାଗ, ଅନିରୁଧ ମାଦଳା, ବିପ୍ଳ ଦଚା, ସୁଶାନ୍ତ ବାଗ, ଈଶ୍ଵର ବାଗ, ସୁକାନ୍ତ ବିଚା, ଚନ୍ଦ୍ରମଣି ବଚା, ଲକ୍ଷ୍ମୀପତି ବାଗ, ନୀଳକଣ୍ଠ ଟାଙ୍କୀ, ଜଗଦୀଶ ଟାଙ୍କୀ, ବାବୁଲାଲ ଟାକୁ, କୁସ ବଛା ଧନୁ ବଡ଼ା, କୁମ ବଚା, ଭାସ୍କର ବାଗ, ସଦା ବାଗ,ମେସ ବାଗ, ବୃଷ ବାଗ, ବାସ ସୁନା, ପ୍ରମୁଖ ଅଭିଯୋଗ କରିଛନ୍ତି । ଏହି ପ୍ରକଳ୍ପ ନିଦ୍ଧାରିତ ସମୟ ପୂର୍ବରୁ ଭୁଶୁଡ଼ି ପଡ଼ିଥିବା ବେଳେ ଜଙ୍ଗଲି ଲତାବୁଦା ରେ ପୋତି ହୋଇ ଯାଉଛି | ମରାମତି ସହ ରକ୍ଷଣା ବେକ୍ଷଣ ପାଇଁ ସମ୍ପୃକ୍ତ ବିଭାଗ ଇଚ୍ଛା ପ୍ରକାଶ କରୁ ନଥିବା ଅଞ୍ଚଳ ବାସୀ ଜଣାଇଛନ୍ତି ଏଥ୍ ଯୋଗୁଁ ଅଞ୍ଚଳରେ ଶହ ଶହ ହେକ୍ଟର ଜମି ପଡ଼ିଆ ପଡ଼ୁଛି । ଏ ନେଇ ଆମେ ଜଳ ବିଭାଜିକା ପ୍ରକଳ୍ପର ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି କିନ୍ତୁ ତାହା ସମ୍ଭବ ହୋଇପାରିଲାନାହିଁ | ଏଠାରେ ପ୍ରଶ୍ନ ଉଠୁଛି ଚାଷଜମିକୁ ଜଳସେଚନ ପାଇଁ ସରକାର ଡିମ ଡିମ ପିଟୁଥିବା ବେଳେ ଏଠାରେ କାହିଁକି ମରାମତି କରାଯିବ ନାହିଁ । ଜିଲ୍ଲାର ଅଧିକାଂଶ ଚେକ ଡେମ ଗୁଡାକ ଅଛଳ ଅବସ୍ଥା ରେ ଦେଖିବାକୁ ମେଳୁଛି, ଏଠାରେ ସ୍ପଷ୍ଟ ବାରି ହେଉଛି ଯେ, ବିଭାଗ ଚାଷିମାରଣ ନିତିକୁ ଆପଣେଇଛି। ଯଥାଶିଘ୍ର ଏହାର ସ୍ଥାୟୀ ସମାଧାନ ପାଇଁ ଦାବି ହେଉଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନେସ୍କୋ ସାଧାରଣ ସଂପାଦକ ତାରାକାନ୍ତ ପଟନାୟକଙ୍କ ବିୟୋଗରେ ଶୋକସଭା

Sunil Chandra Nayak

୮୦ ବର୍ଷୀୟ ବୃଦ୍ଧଙ୍କୁ ଆଧାର କାର୍ଡ ସାଜିଛି ବାଧକ,ଭତ୍ତା ରୁ ବଂଚିତ

Sunil Chandra Nayak

ବାବା ସାହେବ ଙ୍କୁ ଅପମାନ ସୂଚକ ମନ୍ତବ୍ୟ ନେଇ ଏ ଓଏସ ସିଏଫ ର ପ୍ରତିବାଦ ସଭା

Sunil Chandra Nayak

Leave a Comment

error: Content is protected !!