ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା କୃଷି ଓ କୃଷକ ପ୍ରେରଣା ପୁରସ୍କାର ୨୦୨୩ ପ୍ରଦାନ

 କଟକ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ କୃଷି ଓ କୃଷକ ସାହିତ୍ୟ କର୍ମଶାଳା ସାଇ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବାଲିସାହି, ନୂଆପଡ଼ା ରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଅବସରରେ ମୁଖ୍ୟ ଅତିଥି ଡ଼କ୍ଟର ବୈଜୟନ୍ତୀ ମିଶ୍ର , ସୁ ସାହିତ୍ୟିକା ଏବଂ ନାଟ୍ୟକାର ଯୋଗଦେଇ ବିଭିନ୍ନ ସମୟରେ କୃଷି ଓ କୃଷକ ମାନଙ୍କ ଚରିତ୍ରକୁ ନେଇ ଉପାଦେୟ ସାହିତ୍ୟର ସୃଷ୍ଟି ହୋଇଛି ବୋଲି ମତବ୍ୟକ୍ତ କରିଥିଲେ ।

ରମା ଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପିକା ଡ଼ଃ ଜ୍ୟୋତିର୍ମୟୀ ଉଦଗାତା ମୁଖ୍ୟବକ୍ତା ଭାବେ ଯୋଗଦେଇ ସାଂପ୍ରତିକ ସମୟରେ କୃଷି ଏବଂ କୃଷକ ମାନଙ୍କ ସାମାଜିକ ମୂଲ୍ୟାୟନ କରି କୃଷିର ବିକାଶ ପାଇଁ ଉନ୍ନତ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ ଉପରେ ଗୁରୁତ୍ୱାରୋପ କରିଥିଲେ ।

ସମ୍ମାନିତ ବକ୍ତା ସୁଜାତା ଦାସ ମହାନ୍ତି, ଆଡଦ୍ଭୋକେଟ,ଶ୍ରୀମତୀ ସ୍ଵର୍ଣ୍ମ ପ୍ରଭା ବେହେରା, ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମହାନ୍ତି, ପବିତ୍ର କୁମାର ମଲ୍ଲିକ , ପଣ୍ଡିତ ନୀଳକଣ୍ଠ ରାଉତ, ଲଳିତେନ୍ଦୁ ପଲାଉରି, ବରିଷ୍ଠ ସ୍ତମ୍ଭକାର ଉପସ୍ଥିତ ରହି କୃଷିକୁ ନେଇ ବିଭିନ୍ନ ସମୟରେ ହୋଇଥିବା ସାହିତ୍ୟର ପ୍ରୟୋଗ ବିଷୟରେ ସୂଚନା ପ୍ରଦାନ କରିଥିଲେ ।ଉପସ୍ଥାପିକା ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।କୈବଲ୍ୟ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ଓ ସମ୍ପାଦକ ଡ. ସଂଗ୍ରାମ କେଶରୀ ସାମନ୍ତରାୟ ସଂପାଦକୀୟ ପାଠ କରିଥିଲେ ଏବଂ କ୍ରମାନ୍ୱୟରେ କୃଷିର ବିକାଶ ସହିତ ସାହିତ୍ୟରେ କୃଷକ ଚରିତ୍ରକୁ ନେଇ ବିଶିଷ୍ଟ ସାହିତ୍ୟିକମାନଙ୍କ ଲେଖାକୁ ବ୍ୟାଖ୍ୟା କରିଥିଲେ । ସାତୋଟି ଜିଲ୍ଲାରୁ ଯୋଗଦେଇଥିବା କୃଷକଙ୍କୁ ଓଡ଼ିଶା କୃଷି ଓ କୃଷକ ପ୍ରେରଣା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କୁ ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥିଲା ।ପଚାଶ ଜଣ କବି କୃଷି ଓ କୃଷକ ବିଷୟରେ ସ୍ୱ ରଚିତ ସୁନ୍ଦର କବିତା ପାଠ କରିଥିଲେ ଏବଂ ସମ୍ବର୍ଦ୍ଧିତ ହୋଇଥିଲେ ।ଛାତ୍ରଛାତ୍ରୀଙ୍କ ଦ୍ବାରା ବୃକ୍ଷ ରୋପଣ, ଗୀତା ପାଠ, ଶାସ୍ତ୍ରୀୟ ନୃତ୍ୟ ପରିବେଷଣ, ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସସ୍ମିତା ପଟ୍ଟନାୟକ, ସୁରେନ୍ଦ୍ର ନାଥ ମହାପାତ୍ର, ଅପର୍ତ୍ତି ଚରଣ ସେଠୀ, ପ୍ରିୟବ୍ରତ ଦେହୁରୀ,ଗୀତାଞ୍ଜଳି ପୃଷ୍ଟି, ଆପର୍ତ୍ତି ସେଠୀ, ରମାକାନ୍ତ ରାଉତ୍, ନମିତା ମହାନ୍ତି, ଡଃ ବସନ୍ତ କୁମାରୀ ନନ୍ଦ , କବି ଲକ୍ଷ୍ମୀଛଡ଼ା,ବିଦ୍ୟାଧର ଖଟୁଆ ଏବଂ ସନ୍ଧ୍ୟାରାଣି ଦାସ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ ।ଶେଷରେ ଶାନ୍ତିମନ୍ତ୍ର ପାଠ କରାଯାଇଥିଲା । ଓଡ଼ିଶା ସାହିତ୍ୟ ପରମ୍ପରାରେ ପ୍ରଥମ କୃଷି ଓ କୃଷକ କର୍ମଶାଳାକୁ ବୁଦ୍ଧିଜୀବୀ ପସନ୍ଦ କରି ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଛନ୍ତି ।

ମସିହା ନିୟୁଜ ସର୍ଭିସ୍ 

Related posts

ଆକ୍ରମଣର ଶିକାର ହେଲେ ଜିଲ୍ଲାପରିଷଦଙ୍କ ସ୍ବାମୀ 

Sunil Chandra Nayak

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ପାଳିତ

masiha

ସ୍ବାମୀଜୀ ଯୁବକ ସଂଘ ପକ୍ଷରୁ ସୁନାନାକୀ ଝିଅ ପ୍ରତିଯୋଗିତା – ୨୦୨୫ (ଷଷ୍ଠ ସଂସ୍କରଣ) ଅନୁଷ୍ଠିତ 

masiha

Leave a Comment

error: Content is protected !!