ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ବେଷା ର ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା/ ସାମାଜିକ ଅନୁଷ୍ଠାନ ଅନ୍ବେଷା ତରଫରୁ କଳ୍ପତରୁ ଆଶ୍ରମ ଠାରେ ସାମୁହିକ ଜନ୍ମ ଦିବସ ପାଳନ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବନମାଳି କର,ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ସଂଜୀବ ନାୟକ, ସସ୍ମିତା ପ୍ରଧାନ,ଗୌରୀ କୁମ୍ଭାର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜୁଲାଇ ମାସରେ ଜନ୍ମ ହୋଇଥିବା ଅନ୍ତେବାସୀ ଓ କବି କୁଞ୍ଜବିହାରୀ ରାଉତ ଙ୍କ ଜନ୍ମଦିନ ପାଇଁ କେକ୍ କାଟିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ଅବସରରେ ଅତିଥି ମାନେ ଅନୁଷ୍ଠାନର ୯୧ତମ ସାମୁହିକ ଜନ୍ମ ଦିବସ ପାଳନ ପାଇଁ ସାଧୁବାଦ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଦିବାକର ଦାସ, ପ୍ରଶାନ୍ତ କୁମାର ପାତ୍ର, ମୂରଲୀ ପଟ୍ଟନାୟକ,ରତିଲାଲ କୁମ୍ଭାର, ସ୍ବାଗତିକା ସ୍ବାଇଁ, ଗୋପାଳକୃଷ୍ଣ ଜେନା , ନିତାଞ୍ଜଳୀ ପରିଡା, ଆଶ୍ରମର ଗୋପାଳ ଗୋବିନ୍ଦ, ସୁର ବାବା, ଅରୁପାନନ୍ଦ ପରିଡା,ପ୍ରଦୀପ ବିଶୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଖଡିଆଳଠାରେ ଏଲଇଡି ମାଧ୍ୟମରେ ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ଦେଖିଲେ ଶହ ଶହ ଶ୍ରଦ୍ଧାଳୁ

masiha

ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

Sunil Chandra Nayak

ଭାଲୁ କାମୁଡ଼ାରେ ଜଣେ ବୃଦ୍ଧ ଗୁରୁତର

Sunil Chandra Nayak

Leave a Comment

error: Content is protected !!