ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦରେ ବିସ୍ଥାପିତ ଗୋ’ ସମ୍ପଦା, ଗାଡିରେ ଚପି ସାତ ଗାଇ ମୃତ

ତାଳଚେର ( ଆର୍ତ୍ତତ୍ରାଣ ପାଣି ) : ଗତ କାଲି ତାଳଚେର ଗୋଡ଼ିବନ୍ଧରାସ୍ତାରେ ଅଜଣା ଗାଡି ସାତ ଗାଇକୁ ମଡ଼େଇ ଫେରାର ହୋଇ ଯାଇଥିବା ଖବର ଆମର ହସ୍ତଗତ ହୋଇଛି l ଗ୍ରାମ ଗୁଡିକ ଖଣି ଦ୍ୱାରା ବିସ୍ଥାପିତ ହେଲାପରେ ଏବଂ ଚାରଣଭୂମି ସବୁ ଖଣି ଅଧିକୃତ କରିଥିବା ଯୋଗୁଁ ଯେଉଁସବୁ ଗୃହ ପାଳିତ ଜୀବ ଥିଲେ ଆଜି ରାସ୍ତା ଉପରେ ଦୟନୀୟ ପରିସ୍ଥିତିରେ କାଳ କାଟୁଛନ୍ତି l ବିଭିନ୍ନ ସଂଗଠନ ଏବଂ ପଶୁପ୍ରେମୀ ରାସ୍ତା ଉପରେ ଥିବା ପଶୁଙ୍କୁ ଯାହା କିଛି ପ୍ରଯତ୍ନ କରୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ l ବିଭିନ୍ନ ମହଲରୁ ଏହି ଗୃହ ପାଳିତ ଜୀବନଙ୍କ ଜୀବନ ରକ୍ଷା ନିମନ୍ତେ କାଞ୍ଜିଆହୁଦା କିମ୍ବା ତାଙ୍କ ଯତ୍ନ ନେବା ନିମନ୍ତେ ଉପଖଣ୍ଡ ପ୍ରଶାସନକୁ ଜୀବପ୍ରେମୀଙ୍କ ଅନୁରୋଧକୁ ପ୍ରଶାସନ ଅଣଦେଖା କରୁଥିବା ଶୁଣିବାକୁ ମିଳୁଅଛି l ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ପଡିରହିଥିବା ମୃତ ଗାଇ ଗୋରୁଙ୍କ ଦୃଶ୍ୟ ଅନେକ ସମୟରେ ଜନ ସାଧାରଣଙ୍କୁ ବିଚଳିତ କରିବା ସହିତ ପ୍ରଶାସନ ର ସମ୍ବେଦନା ହୀନ ନିଷ୍କ୍ରିୟତା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ସାଜିଛି l

Related posts

କେନ୍ଦୁପତ୍ର ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଯୁବକ ଗୁରୁତର

Sunil Chandra Nayak

ମାନ୍ୟବର ପ୍ରଭାରୀ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନାଙ୍କ ଦିନିକିଆ ରାୟଗଡ ଗସ୍ତ “ବିକାଶ ମେଳାର ଆୟୋଜନ ସମ୍ବଦ୍ଧରେ ବୈଠକରେ ସମୀକ୍ଷା” 

masiha

ବିଶ୍ୱ ନାଟ୍ୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!