ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜା ଯାଦବ ମହାସଭା ପକ୍ଷରୁ ବୃକ୍ଷ ରୋପଣ

କଟକ : କଟକ ଅନ୍ତରାଷ୍ଟ୍ରୀୟ ମାନବାଧିକାର ଆସୋସିଏସନର ରାଜ୍ୟ ସଭାପତି ତଥା ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଇ°.ପ୍ରଦୀପ କୁମାର ବେହେରାଙ୍କ ଆହ୍ବାନ କ୍ରମେ କଟକ ସଦର ୪୨ ମୌଜା ଯାଦବ ମହାସଭା ପକ୍ଷରୁ କଟକ ସଦର ବ୍ଲକ ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ନହରପଦା ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଯାଦବ ମହାସଭା ଉପ ସଭାପତି ବିନୋଦ ବେହେରା,୪୨ ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା,ସମ୍ପାଦକ ପ୍ରସନ୍ନ ବେହେରା,ମନୋରଞ୍ଜନ ବେହେରା, ସାଗର ବେହେରା,ଶଙ୍କର ବେହେରା, ହୃଦାନନ୍ଦ ବେହେରା,ଅନାଦି ବେହେରା ଓ ପର୍ଶୁରାମ ବେହେରା ଅଂଶ ଗ୍ରହଣ କରିଥିଲେ। ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସି.ଏଚ୍.ଓ. ସିପ୍ରା ନାୟକ,ପୁରୁଷ ସ୍ୱାସ୍ଥ୍ୟକର୍ମୀ ଅଶୋକ କୁମାର ଜେନା,ଆଶାକର୍ମୀ ସୌଦାମିନୀ ପଣ୍ଡା,ସାରଦା ମହାନ୍ତି, ରଞ୍ଜୁ ଦାସ,ମିନୁ ମହାନ୍ତି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞଙ୍କ ସ୍ମୃତିରେ ଧର୍ମଗଡରେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ଟୁନା ପଣ୍ଡାଙ୍କ ନିମନ୍ତେ ଖେଳାଳିଙ୍କ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ହଷ୍ଟେଲ ରେ ନିଯୁକ୍ତି ଦାବୀ ରେ ପରିବାର ର ଧାରଣା

Sunil Chandra Nayak

Leave a Comment

error: Content is protected !!