ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ଚେରଗାଁ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ

ଗୋଲାମୁଣ୍ଡା /31/7/ନିର୍ଭୟ, ନିରପେକ୍ଷ ମସିହା /କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ବଡ଼ଚେର ଗାଁ ପଂଚାୟତରେ ଆଜି ସକାଳ 11 ଘଟିକା ବଡ଼ଚେରଗାଁ ଉଚ୍ଚ ବିଦ୍ୟାଳୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୀନା ଦାସ ଓ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ବୈଦ୍ୟନାଥ ମହାପାତ୍ର, ଶ୍ରୀ କୁଶ ଚନ୍ଦ୍ର ସା ସରପଞ୍ଚ ପ୍ରତିନିଧି ତଥା ସମାଜ ସେବୀ ଓ ସମିତି ସଭ୍ଯ ପ୍ରତିନିଧି ଶ୍ରୀ ଦେବରାଜ ମହାନ୍ତି ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ସତ୍ୟ ନାରାୟଣ ନାୟକ ,ସହ ଶିକ୍ଷୟତ୍ରୀ ସୁଭଦ୍ରା ମଙ୍ଗରାଜ ନମ୍ରତା ପ୍ରିୟ ଦର୍ଶିନୀ ପ୍ରଧାନ ଓ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ମହାନ୍ତି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମ ବାସୀ ଉପସ୍ଥିତ ଥିଲେ । ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା 50 ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା ।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଠିକା କାମ କୁ ନେଇ ପ୍ରକଳ୍ପ ପ୍ରଶାସନ ର ବ୍ୟବସାୟ । ଆୱାର୍ଡ କାମ ନାମ ରେ ହାତାହାତି ବଣ୍ଟା ଚାଲିଛି କାର୍ଯ୍ୟ । ଟେଣ୍ଡର ପ୍ରକ୍ରିୟା କରି କାର୍ଯ୍ୟ ବଣ୍ଟନ ପାଇଁ ଦାବି

masiha

ନର୍ଲା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ 

masiha

ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ-୨୦୨୫ ଅନୁଷ୍ଠିତ  ସମୁଦାୟ ୫୧ ଲକ୍ଷ ଚାଷୀ ୧୦୨୫ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ପାଇଲେ

masiha

Leave a Comment

error: Content is protected !!