ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁଷୁଡ଼ି ପଡିଲା ସ୍ମାର୍ଟ ସ୍କୁଲ ପାଚେରୀ : ନିମ୍ନମାନର କାମ ଅଭିଯୋଗ : ତଦନ୍ତ ଦାବୀ କଲେ ଗ୍ରାମବାସୀ 

କନ୍ଧମାଳ, 01/08/23:(ମନିସ): ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଖାସ୍ କରି ଆଦିବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ବି ଖର୍ଚ୍ଚ କରୁଛନ୍ତି । ଆଦିବାସୀ ଛାତ୍ରଛାତ୍ରୀମାନେ କିପରି ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ନହେବେ, ସେଥ‌ିପାଇଁ ନିର୍ମାଣ ହେଉଛି ନୂତନ ନୂତନ ସ୍ମାର୍ଟ ବିଦ୍ୟାଳୟ । ଏଠାରେ ପାଠ ପଢିବା ସହ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହାର ପୁରା ଅଲଗା ଚିତ୍ର ଦେଖିବାକୁ ମିଳିଛି । ବର୍ତ୍ତମାନ ଏକ ସପ୍ତାହ ହେଲା ସମଗ୍ର ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିବା ଏବଂ ବିଦ୍ୟାଳୟ ର ପାଚେରୀ କାର୍ଯ୍ୟ ଅତି ନିମ୍ନମାନର କାମ ହୋଇଥିବା ଯୋଗୁଁ ଭାଙ୍ଗିପଡ଼ିଛି ପାଚେରୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡାରେ ଥ‌ିବା ସରକାରୀ ଉଚ୍ଚ ବିଦ୍ୟାଳୟଟି ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସ୍କୁଲ ଭାବେ ଘୋଷଣା ଲାଗି ୪୦ ଲକ୍ଷରୁ ଅଧ‌ିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ହେଲେ ପୁନର୍ବାର ପାଚେରୀ ନିର୍ମାଣ ପାଇଁ ପଇସା ହୋଇନଥିବାରୁ ବ୍ଳକ ତରଫରୁ ନୂତନ ପାଚେରୀ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର କରାଯାଇଥିଲା ।ତେବେ ନୂତନ ପାଚେରୀ ନିର୍ମାଣ କରାଗଲା, ହେଲେ ନିର୍ମାଣର ଏକ ବର୍ଷ ଭିତରେ ଭାଙ୍ଗିପଡିଲା ପାଚେରୀ । ନିମ୍ନ ମାନର କାମ ଲାଗି ପାଚେରୀ ଭାଙ୍ଗିଥ‌ିବା ଜଣାପଡିଛି । ବର୍ତ୍ତମାନ ଏହି ବିଦ୍ୟାଳୟରେ ୨୨୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବିଭାଗୀୟ ଅଧିକାରୀମାନେ ସବୁ ଜାଣିଶୁଣି ଚୁପ୍ ବସୁଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉନ୍ନତ ମାନର ପାଚେରୀ ନିର୍ମାଣ କରିବା ସହ ନିମ୍ନ ମାନର ପାଚେରୀ ନିର୍ମାଣ କରିଥିବା ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

କନ୍ଧମାଳ ରୁ ସଞ୍ଜୟ  କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ 

Related posts

ଚଇତି କ୍ରୀଡା ମହୋତ୍ସବରେ ମିନି ମାରାଥନ୍‌,ରାଜପଥରେ ଦୈାଡିଲା ରାୟଗଡା

Sunil Chandra Nayak

ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ, ସାମ୍ୱାଦିକ ମହଲରେ ଶୋକର ଛାୟା

Sunil Chandra Nayak

ସରସ୍ବତୀ ଶିଶୁ ମନ୍ଦିରରେ ପୁରସ୍କାର ବିତରଣ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!