ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୈତରଣୀ ନଦୀରେ ଭାସିଗଲେ ମହିଳା

ବୈତରଣୀ ନଦୀରେ ଭାସିଗଲେ ମହିଳା । ଚଳିତ ବର୍ଷ ବୈତରଣୀ ନଦୀରେ ପ୍ରଥମ ବନ୍ୟା ରେ ଆଜି ସକାଳ ଆଠ ଘଟିକା ସମୟରେ ଆନନ୍ଦପୁର ପୋୖରାଞ୍ଚଳ ଅନ୍ତର୍ଗତ ଫକୀରପୁର ତଳସାହି ନଦୀ ଘାଟରେ ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ହଠାତ ଆସିଥିବା ବନ୍ୟା ଜଳ ର ପ୍ରଖର ସ୍ରୋତ ରେ ଭାସି ଯାଇ ଥିଲେ । ଦୁଇ ଜଣ ପୁରୁଷ ପଂହରି ପଂହରି ନଦୀ କୂଳକୁ ଆସିଥିଲେ କିନ୍ତୁ ମହିଳା ଜଣଙ୍କ ପ୍ରଖର ସ୍ରୋତ ରେ ଭାସିଯାଇ ଥିଲେ ।ଖବର ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀକାନ୍ତ ରାଉତ ,ଅଭିମନ୍ୟୁ ଦାସ,ସୁଶାନ୍ତ ଦାସ ନିଜ ଜୀବନକୁ ବାଜି ଲଗାଇ ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ମହିଳା ଙ୍କ ଜୀବନ ବଞ୍ଚାଇ ଥିଲେ । ସୂଚନାରୁ ପ୍ରକାଶ ସେ ମହିଳା ଜଣଙ୍କ ଫକୀରପୁର ତଳସାହି ର ସନିଆ ରାଉଳ ଙ୍କ ସ୍ତ୍ରୀ । ଆନନ୍ଦପୁର ଅଗ୍ନିଶମ ବିଭାଗ ପକ୍ଷରୁ ମହିଳା ଙ୍କୁ ନଦୀରୁ ଉଦ୍ଧାର କରି ଅଧିକ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସା ଲୟ କୁ ପଠା ଯାଇଛି ।

ଆନନ୍ଦପୁର ଫକୀରପୁର ରୁ ସତ୍ୟ ଦାସ ଙ୍କ ରିପୋର୍ଟ 

Related posts

ସମ୍ବଳ ଶିକ୍ଷକଙ୍କୁ ନେଇ ବହୁଭାଷୀ ଶିକ୍ଷା, ଶିଶୁ କବିତା ଓ ସଂସ୍କୃତି ଆଧାରିତ କର୍ମଶାଳା ଅନୁଷ୍ଠିତ

masiha

ଜାତୀୟ ରାଜପଥରେ ପଡିଲା ଗଛ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Sunil Chandra Nayak

ଧର୍ମଗଡ ଠାରେ ୭୭ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!