ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ଅଗଣା

 

 

         ବିଶ୍ୱ ପଖାଳ ଦିବସ

 

ଓଡ଼ିଆ ପଖାଳ ସବୁଠୁ ବଢିଆ

ପ୍ରତି ଓଡ଼ିଆଙ୍କ ପାଇଁ

ପଖାଳ ସାଥୀରେ ଶାଗ ବଢିଚୁରା

ଲଙ୍କା ଲେମ୍ବୁ ଟିକେ ଦହି ।1।

 

ପୋଟଳ କଲରା ଭେଣ୍ଡି ବାଇଗଣ

ମସଲାରେ ଗୋଟାଭଜା

ପଖାଳକୁ ପୁଣି ଆମ୍ବର ଚଟଣି

ଖାଇବାକୁ ବଡ଼ ମଜା ।2।

 

ଓଡ଼ିଆ ପଖାଳ ପେଟେ ଖାଇଦେଇ

ଚଷା ଭାଇ କ୍ଷେତେ ଖଟେ

ପଖାଳ ତୋରାଣି ଖାଦ୍ୟସାର ଭରା

ଶୋଷ ଲାଗେନାହିଁ ମୋଟେ ।3।

 

କେବେ ପଖାଳରେ କାକୁଡି ସାଲଟ

ବଢାଏ ଜଳୀୟ ଅଂଶ

ସାରା ଓଡ଼ିଶାରେ ପଖାଳ ତୋରାଣି

ଖାଦ୍ୟର ବିଶେଷ ଅଂଶ ।4।

 

ବଡ଼ ଦେଉଳରେ କାଳିଆ ଠାକୁର

ପଖାଳ ଭାତରେ ଘିଅ

ଖାଇବାର ମଜା ଖାଇବାରେ ରାଜା

ନୀଳାଚଳେ ବଡ଼ ଦିଅଁ ।5।

 

ଓଡ଼ିଆ ଘରରେ ବାହାଘର ପରେ

ଜ୍ବାଇଁର ଦହି ପଖାଳ

ଖାଇବାର ବିଧି ଆମ ଚଳଣିରେ

ଲାଗେ ଭାରି କୌତୁହଳ ।6।

 

ଦେଶ ବିଦେଶରେ ଓଡ଼ିଆ ପଖାଳ

ଓଡ଼ିଶାର ସ୍ୱାଭିମାନ

ବିଶ୍ୱ ଦରବାରେ ଆଦୃତ ହୋଇଛି

ବିଶ୍ୱ ପଖାଳର ଦିନ ।7।

 

ଖରାଦିନ ସବୁ ଭୋଜନାଳୟରେ

ପଖାଳ ପରି ବେଷଣ

ପଖାଳ କଂସାରେ ହାତ ଛୁଆଁଇଲେ

ବଢେ ଓଡ଼ିଆଙ୍କ ମାନ ।8।

 

ପଖାଳ ମହିମା କାହାକୁ ଅଜଣା

ବିଶ୍ୱ ଦରବାରେ ନାହିଁ

ଆଜି ପରା ବିଶ୍ୱ ପଖାଳ ଦିବସ

ଏକଥା ଭୁଲିବା ନାହିଁ ।9।

 

ସୁରେନ୍ଦ୍ର କୁମାର ବେହେରା ।

ଜିତିପୁର ,ହରିପୁର ହାଟ ,ଯାଜପୁର ।

 

Related posts

ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ “ଗୀତା ଜୟନ୍ତୀ” ପାଳିତ

Sunil Chandra Nayak

ଆଧୁନିକର ଚାକଚକ୍ୟ ଭିତିରେ ହିଜିଯାଉଛି ଆମ ଐତିହ୍ୟ ପରମ୍ପରା ଓ ସଂସ୍କୃତି

Sunil Chandra Nayak

ବୁଡିପଦର ସ୍କୁଲରେ ଶିକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!