ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ଅଗଣା

 

 

         ବିଶ୍ୱ ପଖାଳ ଦିବସ

 

ଓଡ଼ିଆ ପଖାଳ ସବୁଠୁ ବଢିଆ

ପ୍ରତି ଓଡ଼ିଆଙ୍କ ପାଇଁ

ପଖାଳ ସାଥୀରେ ଶାଗ ବଢିଚୁରା

ଲଙ୍କା ଲେମ୍ବୁ ଟିକେ ଦହି ।1।

 

ପୋଟଳ କଲରା ଭେଣ୍ଡି ବାଇଗଣ

ମସଲାରେ ଗୋଟାଭଜା

ପଖାଳକୁ ପୁଣି ଆମ୍ବର ଚଟଣି

ଖାଇବାକୁ ବଡ଼ ମଜା ।2।

 

ଓଡ଼ିଆ ପଖାଳ ପେଟେ ଖାଇଦେଇ

ଚଷା ଭାଇ କ୍ଷେତେ ଖଟେ

ପଖାଳ ତୋରାଣି ଖାଦ୍ୟସାର ଭରା

ଶୋଷ ଲାଗେନାହିଁ ମୋଟେ ।3।

 

କେବେ ପଖାଳରେ କାକୁଡି ସାଲଟ

ବଢାଏ ଜଳୀୟ ଅଂଶ

ସାରା ଓଡ଼ିଶାରେ ପଖାଳ ତୋରାଣି

ଖାଦ୍ୟର ବିଶେଷ ଅଂଶ ।4।

 

ବଡ଼ ଦେଉଳରେ କାଳିଆ ଠାକୁର

ପଖାଳ ଭାତରେ ଘିଅ

ଖାଇବାର ମଜା ଖାଇବାରେ ରାଜା

ନୀଳାଚଳେ ବଡ଼ ଦିଅଁ ।5।

 

ଓଡ଼ିଆ ଘରରେ ବାହାଘର ପରେ

ଜ୍ବାଇଁର ଦହି ପଖାଳ

ଖାଇବାର ବିଧି ଆମ ଚଳଣିରେ

ଲାଗେ ଭାରି କୌତୁହଳ ।6।

 

ଦେଶ ବିଦେଶରେ ଓଡ଼ିଆ ପଖାଳ

ଓଡ଼ିଶାର ସ୍ୱାଭିମାନ

ବିଶ୍ୱ ଦରବାରେ ଆଦୃତ ହୋଇଛି

ବିଶ୍ୱ ପଖାଳର ଦିନ ।7।

 

ଖରାଦିନ ସବୁ ଭୋଜନାଳୟରେ

ପଖାଳ ପରି ବେଷଣ

ପଖାଳ କଂସାରେ ହାତ ଛୁଆଁଇଲେ

ବଢେ ଓଡ଼ିଆଙ୍କ ମାନ ।8।

 

ପଖାଳ ମହିମା କାହାକୁ ଅଜଣା

ବିଶ୍ୱ ଦରବାରେ ନାହିଁ

ଆଜି ପରା ବିଶ୍ୱ ପଖାଳ ଦିବସ

ଏକଥା ଭୁଲିବା ନାହିଁ ।9।

 

ସୁରେନ୍ଦ୍ର କୁମାର ବେହେରା ।

ଜିତିପୁର ,ହରିପୁର ହାଟ ,ଯାଜପୁର ।

 

Related posts

ଧର୍ମକବି ସୁଧୀର ପଣ୍ଡା ଙ୍କ କବିତା ଧର୍ମ ସମନ୍ଧ 

Sunil Chandra Nayak

ରାଜ୍ୟରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ହେବ:ମୁଖ୍ୟ ଶାସନ ସଚିବ

Sunil Chandra Nayak

ପ୍ରଗତି ଉତ୍କଳ ସଂଘରେ ଅରୁଣ ରଥଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!