ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷା ରେ ଗଛପଡି ସମ୍ପୂର୍ଣ ଘର ଭାଙ୍ଗି ନଷ୍ଟ  , ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ 

ପାପଡାହାଣ୍ଡି ,2/08, ମନିସ – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ନାକଟିଗୁଡା ପଂଚାୟତ ର ମିଞ୍ଜା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି | ଏହାର ପ୍ରଭାବରେ ବିରାଟକାୟ ତେନ୍ତୁଳି ଗଛ ପଡି ଘରଟି ସମ୍ପୂର୍ଣ ଭ|ଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ପରିବାର | ସୂଚନା ମୁତାବକ ଗତ 2ଦିନ ହେବ ପାପଡାହାଣ୍ଡି ବ୍ଲକ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ମିଞ୍ଜା ଗ୍ରାମରେ ବସବାସ କରୁଥିବା ଦୟମତି ବିଶୋଇ ଙ୍କ ଘର ଉପରେ ନିକଟରେ ଥିବା ଏକ ବିରାଟକାୟ ତେନ୍ତୁଳି ଗଛ ପଡିଯିବା ଫଳରେ ଗୃହ ଟି ସମ୍ପୂର୍ଣ ଭାଙ୍ଗି ଯାଇଥିଲା,ଭାଗ୍ୟ ବଶତଃ ଗଛ ପଡିବା ବେଳକୁ ପରିବାର ଲୋକେ କେହି ଘରେ ନଥିଲେ | ଦିନ 12 ଘଣ୍ଟା ସମୟରେ ଦୟମତି ବିଶୋଇ ଅଙ୍ଗନବାଡିରେ ରୋଷେଇ ପାଇଁ ଯାଇଥିବା ସମୟରେ ତେନ୍ତୁଳି ଗଛଟି ପଡି ଘର ନଷ୍ଟ ହୋଇଯାଇଥିଲା | କାନ୍ଥ ସହ ଛାତ ଭାଙ୍ଗି ଯାଇଥିଲା | ଖବର ପାଇ ଜିଲ୍ଲା ଜରୁରୀ କାଳିନ ଅଧିକାରୀପି ମନସ୍ମିତା,ଜରୁରୀ କାଳିନ ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ ,ତହସିଲଦାର ଯୋଗେଶ୍ୱର ଭୋଇ,ବରିଷ୍ଠ ରାଜସ୍ୱ ସହାୟକ ତ୍ରିପତି ବାଲାଜୀ ସାହୁ, ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ପ୍ରମୁଖ ମିଞ୍ଜାରେ ପହଁଚି ପରିବାରକୁ ସ୍ଥାନୀୟ ଅଙ୍ଗନବାଡିରେ ସ୍ଥାନାନ୍ତର କରିବା ସହ ପଲିଥିନ ଦେଇଥିଲେ | ରାଜସ୍ୱ ନିରୀକ୍ଷକଙ୍କ ତଦନ୍ତ ପରେ ସରକାରି ସହାୟତା ପ୍ରଦାନ କରାଯବ ବୋଲି କହିଛନ୍ତି | ଅଗ୍ନିଶମ ବିଭାଗ ପହଁଚି ଘର ଉପରୁ ଗଛ ଟିକୁ କାଟିଛନ୍ତି | ଅଗାମି ଦିନରେ ଯାହା ସରକାରି ସହାୟତା ରହିଛି ପ୍ରଦାନ କରାଯିବ ବୋଲି ଉପାଧକ୍ଷ ସୁଶାନ୍ତ ବେହେରା ପ୍ରତିଶୃତି ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୂର୍ ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ 

masiha

ଟ୍ରକ ଓ ଅଟୋ ମୁହଁ।ମୁହିଁ ଧକ୍କା 3 ମୃତ୍ୟୁ ୬ ଗୁରୁତର

masiha

କିଟ୍‍ ଓ କିସ୍‍ ର ରୌପ୍ୟ ଜୟନ୍ତୀ ପାଳନ , ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା  ମିନି ମାରାଥନ୍‍ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!