ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ନା ହସ୍ତାନ୍ତର ପ୍ରକ୍ରିୟା ଆଗେଇଲା ନା ହେଲା ଛାତ୍ରଛାତ୍ରୀ ଙ୍କ ସମସ୍ୟା ସମାଧାନ

ତେନ୍ତୁଳିଖୁଣ୍ଟି ୦୩/୦୮/୨୩ // ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ପ୍ରକଳ୍ପ ପରିଚାଳିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ହସ୍ତାନ୍ତର ତାରିଖ 16 ଜୁନ ବୋଲି ନିର୍ଦ୍ଧାରିତ ହୋଇଥିଲା କିନ୍ତୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶ ପରେ ହେବ କହି ଚାଲିଗଲେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ ।ଦେଢ଼ ମାସ ବିତିଲାଣି ଫଳ ଶୂନ୍ୟ। ପଦ୍ମ ଘୁଞ୍ଚି ଘୁଂଚି ଚାଲିଛି । ନା ପ୍ରକଳ୍ପ କର୍ତ୍ତୃପକ୍ଷ ନା ଜିଲ୍ଲା ଶିକ୍ଷାଧିକାରୀ ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ହସ୍ତାନ୍ତର ନେଇ କିଛି ପ୍ରୟାସ ଜୁନ 16 ରୁ 3 ଅଗଷ୍ଟ ମଧ୍ୟରେ କିଛି କରି ଛନ୍ତି। କେବଳ ଟି ଜି ଟି କଳା ଶିକ୍ଷକ ଦୁଇ ଜଣ ,,ପି ଇଟି ସପ୍ତାହକୁ ଦୁଇ ଦିନ ,କ୍ଲାସିକାଲ ଶିକ୍ଷକ ଓ ହିନ୍ଦୀ ଶିକ୍ଷକ ତିନି ଦିନ ଲେଖାଏଁ ଡେପୁଟେସନ କରି ଜିଲ୍ଲା ଶିକ୍ଷାଧିକାରୀ ଚୁପ। ଏପଟେ ବିଦ୍ୟାଳୟ ରେ ଠିକା ଭିତ୍ତିରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ,ଅପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଦ୍ବାରା ନିଯୁକ୍ତ ତିନି ଟି ଜି ଟି ବିଜ୍ଞାନ ଶିକ୍ଷକ ଙ୍କ ଚୁକ୍ତି ମେ 6 ରେ ଶେଷ ହେବା ପରେ ଆଉ ନବୀକରଣ ହୋଇପାରିନି। କିଏ ନବୀକରଣ କରିବ ସ୍ଥିର କରିପାରୁନାହାଁନ୍ତି ପ୍ରକଳ୍ପ କର୍ତ୍ତୃପକ୍ଷ । ଉକ୍ତ ତିନି ଠିକା ନିଯୁକ୍ତି ସିନା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ୟୁ ଆଇ ଏଚ ଇ ପି ଖାତିଗୁଡା କରିଥିଲେ କିନ୍ତୁ ଦରମା ଦେଉଥିଲା ଓଡିଶା ଜଳ ବିଦ୍ୟୁତନିଗମ। ବର୍ତ୍ତମାନ ଓ ଏଚ ପି ସି ଇନ୍ଦ୍ରାବତୀ ପ୍ରକଳ୍ପ ପରିଚାଳନା ରୁ ଓହରି ବାର୍ଷିକ 50 :50ହାର ରେ ଉଭୟ ଜଳ ସମ୍ପଦ ଓ ଓଏଚ ପିସି ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବେ । ସେହି ସ୍ଥିତିରେ କିଏ ନବୀକରଣ କରିବ ଦ୍ବନ୍ଦ୍ୱ ରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇନ୍ଦ୍ରାବତୀ ଡ୍ୟାମ ସର୍କଲ। ଯେ ହେତୁ ବର୍ତ୍ତମାନ ଯାଏଁ ବିଦ୍ୟାଳୟ ପରିଚାଳନା ପ୍ରକଳ୍ପ ଅଧୀନରେ ରହିଛି ଓ ଜଳ ସଂପଦ ବିଭାଗ ଓ ଏଚ ପି ସି ବାର୍ଷିକ 50:50 ରେ ପ୍ରକଳ୍ପ ଚଳାଇବେ ଟି ଜିଟି ବିଜ୍ଞାନ ଶିକ୍ଷକ ଙ୍କ ନବୀକରଣ ପ୍ରକଳ୍ପ କର୍ତ୍ତୃପକ୍ଷ କରିବେ ବାର୍ଷିକ ହିସାବ ରେ ସ୍ଥିର ହେବ କଥା। ଓ ଏଚ ପି ସି ଯେପରି ତାର ଏନ ଇ ୱା ନ କୁ ଦରମା ଦେଉଛି ସେହିଭଳି ଚୁକ୍ତିଭିତ୍ତିରେ ନିଯୁକ୍ତ ଶିକ୍ଷକ ଙ୍କୁ ଚୁକ୍ତି ନବୀକରଣ କରି ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଦରମା ଦେବାରେ କିଛି ଅସୁବିଧା ନାହିଁ।କିନ୍ତୁ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଙ୍କ କୋର୍ଟ କୁ ବଲ ଫିଙ୍ଗି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଂଜୀବ ଭତ୍ରା ଚୁପ। ଛାତ୍ର ଛାତ୍ରୀ ଙ୍କ ବିଜ୍ଞାନ ଶିକ୍ଷା ବିଦ୍ୟାଳୟ ଖୋଲିବା ପର ଠାରୁ ସମ୍ଭବ ହୋଇ ପାରିନି।ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ତିନି ବିଭାଗ। 

 ରାଜ୍ୟ ସରକାର 2009 ମସିହାରେ କରିଥିବା ନିୟମ ପ୍ରକାରେ ଚୁକ୍ତିଭିତ୍ତିରେ ନିଯୁକ୍ତ ସମସ୍ତ ବିଭାଗ ର ସବୁ କ୍ୟାଡ଼ର ଗେଜେଟେଡ଼ ଛାଡି ସମସ୍ତ ଙ୍କ ଚାକିରୀ ଛ ବର୍ଷ ନିୟମିତ ନିରାଵଛିନ୍ନ କାର୍ଯ୍ୟ କରିଥିଲେ ନିୟମିତ କରାଯିବ। ଯେ ହେତୁ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ରେ 2011 ମସିହାରୁ ଏହି ତିନି ଶିକ୍ଷକ ନିୟମିତ ଡ୍ୟୁଟି କରିଛନ୍ତି ଏମାନଙ୍କୁ ନିୟମିତ ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ଯିଏ ବି ହେଉ ସେ ୟୁ ଆଇ ଏଚ ଇ ପି ହେଉ ଇନ୍ଦ୍ରାବତୀ ଡ୍ୟାମ ସର୍କଲ ନିୟମିତ କରିବା ଉଚିତ ବିନା ଦ୍ବିଧାରେ। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ପରେ ଟି ଜିଟି ଶିକ୍ଷକ ଙ୍କ ସମ୍ପର୍କରେ କିଛି ପଦକ୍ଷେପ ନିଆଯିବ ବୋଲି ଏବେ କହୁଛନ୍ତି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଂଜୀବ କୁମାର ଭତ୍ରା ।

ବିଦ୍ୟାଳୟ ର ଉତ୍ତରଦାୟିତ୍ୱ ନେବାକୁ କେହି ଆଗଭର ନୁହନ୍ତି କିନ୍ତୁ ଯେଉଁଠି ଆର୍ଥିକ କାରବାର ,ଗାର୍ଡ ୱାଲ ନିର୍ମାଣ ଡ୍ରେନ ନିର୍ମାଣ ,ଡ୍ୟାମ ବ୍ରିଜ କୁ ରଙ୍ଗ ମରା ,ଡ୍ୟାମ ରେ ଗେଟ ମରାମତି କାମ ରେ ସଭିଏଁ ତତ୍ପର ହୋଇ ରାତାରାତି ବିଲ କରି ନେଇଛନ୍ତି।  

 20 ଜୁଲାଇ 2018 ରେ ତତ୍କାଳୀନ ପ୍ରମୁଖ ଶାସନ ସଚିବ ସୁରେଶ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ସଚିବ ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ସମେତ 8 ବିଭାଗ ରସଚିବ ଙ୍କ ଉପସ୍ଥିତି ରେ ପ୍ରକଳ୍ପ ପରିଚାଳିତ ବିଦ୍ୟାଳୟ ଓ ମେଡ଼ିକାଲ ଯଥାକ୍ରମେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କୁ ହସ୍ତାନ୍ତର ହେବ । କିନ୍ତୁ ଆଜି ଯାଏଁ କାହିଁକି କାର୍ଯ୍ୟକାରୀ ହୋଇ ପାରୁନି କାହିଁକି ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳାଯାଉଛି ପରସ୍ପର ଉପର ଦାୟିତ୍ୱ ଅନ୍ୟ ର ନିଷ୍ପତ୍ତି ଉପରେ ଛାଡି ଚୁପ ରହୁଛନ୍ତି । ଆଗାମୀ ପନ୍ଦର ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧନ ନହେଲେ ଆନ୍ଦୋଳନ ହିଁ ବିକଳ୍ପ ବୋଲି ବିଦ୍ୟାଳୟ ପରିଚାଳନା କମିଟି ଚିନ୍ତା କରୁଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଖଟିଲେ କିନ୍ତୁ ପାଉଣା ମିଳିଲାନି, ୩୪୦ ସ୍ବେଛାସେବୀଙ୍କ ଲକ୍ଷାଧିକ ଟଙ୍କା ବାଟମାରଣା ଅଭିଯୋଗ

masiha

କନ୍ଧମାଳରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ଚାଉଳ ଲୁଟ୍‌ ଅଭିଯୋଗ : ତଦନ୍ତ ଦାବୀ 

ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ନାଟକ, ପ୍ରବନ୍ଧ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!