ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମକା କ୍ଷେତରୁ ଅଜଗର ସାପକୁ ଉଦ୍ଧାର କଲା ବନ ବିଭାଗ 

ପାପଡାହାଣ୍ଡି,4/8, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ବଣ୍ଡକାଲଦି ଗ୍ରାମର ଜଙ୍ଗଲ ନିକଟ ମକା କ୍ଷେତରୁ ଶୁକ୍ରବାର ଏକ ଅଜଗର ସାପକୁ ଉଦ୍ଧାର କରିଛି ମଇଦଲପୁର ବନ ବିଭାଗ । ସୂଚନା ପ୍ରକାରେ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ମକା କ୍ଷେତରେ କାମ କରୁଥିବା ବେଳେ ଜମି ମାଲିକ ମନ୍ଦାର ଯାନୀ ସାପ ଟିକୁ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।ଗ୍ରାମବାସି ଦେଖିଲା ପରେ ମଇଦଲପୁର ବନବିଭାଗ କୁ ଖବର ଦେଇଥିଲେ ।ମଇଦଲପୁର ବନବିଭାଗ ଅଧିକାରୀ ମଧୁସୁଦନ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଓ ଗ୍ରାମବାସୀଙ୍କ ସହାୟତାରେ ପ୍ରାୟ7 ଫୁଟର ଅଜଗରକୁ ଉଦ୍ଧାର କରାଯାଇଥିଲା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ଜୀବଜନ୍ତୁ , ସରୀସୃପ ମାନେ ଗାଁ ମୁହାଁ ହେବାକୁ ଦେଖିବାକୁ ମିଳୁଛି । ଅଜଗର ପ୍ରାୟତଃ ଏଅଞ୍ଚଳରେ ଦେଖିବାକୁ ମିଳି ନ ଥାଏ ।ସ୍ୱାସ୍ଥ୍ୟ ପରୀକ୍ଷା ପରେ ସୁରକ୍ଷିତ ସ୍ଥାନରେ ଛଡା ଯିବ ବୋଲି ବନ ବିଭାଗ ଅଧିକାରୀ ମଧୁସୂଦନ ପାତ୍ର କହିଛନ୍ତି ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜଟଣୀ ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

କ୍ବାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆ ର ଦ୍ବଦିବସୀୟ କାର୍ଯ୍ୟକ୍ରମ ଆସନ୍ତା ୨୩ରୁ….

masiha

ଭାରତ ବନ୍ଦ” ଲାଞ୍ଜିଗଡ ବ୍ଲକରେ ସଂପୂର୍ଣ୍ଣ ସଫଳ 

masiha

Leave a Comment

error: Content is protected !!