ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫସଲବୀମା ଯୋଜନାରେ ହେରଫେର : ଜମି ମାଲିକ ବଦଳରେ ଅନ୍ୟ ନାମରେ ହୋଇଛି ବୀମା  

ତେନ୍ତୁଳିଖୁଣ୍ଟି ୪/୦୮/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ଗ୍ରାମ ପଞ୍ଚାୟତ ବିରିଗୁଡା ଗ୍ରାମ ର ପଞ୍ଚାନନ ମାଝୀ ଙ୍କ ସତର ଟି ପ୍ଲଟ ର 32ଏକର ଜମି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅଜଣା ବ୍ୟକ୍ତିଙ୍କ ନାମରେ ପଞ୍ଜିକୃତ ହୋଇଥିବା ଅଭିଯୋଗ ଆସିଛି। ତାଙ୍କର ଖାତା ନମ୍ବର 100 ରେ ଥିବା 34 31 , ଏକର ଜମି ର ଫସଲ ବୀମା କରିବାକୁ ଯାଇ ଜାଣି ବାକୁ ପାଇଲେ ତାଙ୍କ ଜମିର 32 ଏକର ଆଗରୁ କୁନ୍ତଳା ମାଝୀ ନରେନ୍ଦ୍ର ମାଝୀ ଘସିନୀ ମାଝୀ ,ଶଶୀ ମାଝି , ଅଲେଖ ମାଝୀ ନାମରେ ପଞ୍ଜିକୃତ ହୋଇ ସାରିଛି। ଏହା ଜାଣି କାଳେ ପରିବାର ର କିଏ ହୋଇଥିବ ବୋଲି ଘରକୁ ଯାଇ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଥିଲେ। ଏ ନେଇ ସେ ବ୍ଲକ କୃଷି ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ ଯେଉଁ ଏଜେନ୍ସି ପ୍ରଧାନମନ୍ତ୍ରୀ ଫସଲବୀମା ଦାୟିତ୍ୱ ନେଇଛି ତାର ଭୁବନେଶ୍ୱର ମୁଖ୍ୟ ଙ୍କୁ ଅବଗତ କରି କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ। ଇତିମଧ୍ୟରେ 24 ଘଣ୍ଟା ବିତିଲାଣି ଏଜେନ୍ସି କିଛି କରିନି,ସେପଟେ ଆସନ୍ତାକାଲି ଫସଲବୀମା କରିବା ଶେଷ ତାରିଖ । ତେନ୍ତୁଳିଖୁଣ୍ଟି ଥାନା ରେ ବ୍ଳକ କୃଷି ଅଧିକାରୀ ଙ୍କୁ ଦେଇଥିବା ପତ୍ର ଦେବାରୁ ଲିଖିତ ଅଭିଯୋଗ କରି ବାକୁ କହିଥିଲେ। ପଞ୍ଚାନନ ଏବେ ହରଡ଼ଘଣାରେ କରିବେ କଣ? 32 ଏକର ଯେଉଁ ମାନଙ୍କ ନାମରେ ହୋଇଛି ସେମାନେ କେଉଁଠି ର ,କେଉଁଠି ପଞ୍ଜିକୃତ କରିଛନ୍ତି ଜଣା ପଡୁ ନଥିବା ବେଳେ ସେମାନଙ୍କ ନାମରେ ହୋଇଥିବ ଫସଲବୀମା ବାତିଲ କରିବା କୁ ଦାବୀ କରିଛନ୍ତି। ଲୋକ ଫସଲବୀମା କରିବାକୁ ଅମଙ୍ଗ ହେଉଥିବା ବେଳେ ଏଭଳି ହେରଫେର ନୂଆ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ରାଉରକେଲାକୁ ମିଳିଲା ସମ୍ବଲପୁର ବିଶ୍ବ ବିଦ୍ୟାଳୟର ସ୍ଥାୟୀ ସହବନ୍ଧନ ସ୍ବୀକୃତି 

masiha

ଧରାକୋଟ ଥାନାରେ ଯୁଭେଣ୍ଟିକା ସେଲ ର ଶୁଭାରମ୍ଭ

ଵିଜାତଳା ଵ୍ଳକ! ବାଘିଆଟାଙ୍ଗରରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ,ଚଢେଇପାହାଡି-ସାରସକଣା ସଂଯୋଗୀକରଣ,ତାଣ୍ଡିପାଣି- ବଡବିଲ- ଗୋରୁମହିଷାଣୀ ସଂଯୋଗୀକରଣ ରାସ୍ତା ନିର୍ମାଣ ଶିଳାନ୍ୟାସ ଶୁଭାରମ୍ଭ କଲେ ବିଧାୟକ ଭାଦବ ହାଁସଦାଃ  

Leave a Comment

error: Content is protected !!