ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ାପଡ଼ା ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ସମ୍ବଳିତ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ

ଢେ଼ଙ୍କାନାଳ(ମ ସୀ ହା)୦୬/୦୮_ଆଜି ଓଡ଼ାପଡ଼ା ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୩ ଦଫା ସମ୍ବଳିତ ଦାବିପତ୍ର ଓଡ଼ାପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଥିବା ଜଣାପଡିଛି । ଓଡ଼ାପଡ଼ା ଶିକ୍ଷକ ସଂଘ ସଭାପତି ବିଭୂତି ଭୂଷଣ ଦାସଙ୍କ ନେତୃତ୍ବରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ଓଡାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଯାଇ ୩ ଦଫା ଦାବି ନେଇ ଏକ ଲିଖିତ ଦାଵିପତ୍ର ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର କାଲୋ ଙ୍କୁ ପ୍ରଦାନକରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପଠାଇବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଘ ଉପସଭାପତି ବିରଞ୍ଚିନାରାୟଣ ଦାସ,ଓଡ଼ାପଡ଼ା ବ୍ଲକ ଶିକ୍ଷକ ସଂଘର ବୈକୁଣ୍ଠ ନାଥ ମହାକୁଡ଼,ଦିଵ୍ୟସ୍ପତି ଭଞ୍ଜ, ଅଜିତ ଦାସ,ରଂଜନ ବେହେରା,ସନ୍ଦିପ୍ତ ନାୟକ,ରୁଦ୍ରମଣୀ ସାମିଲ, ସଚିନ୍ କୁମାର ନାୟକ, ମହେଶ୍ୱର ପ୍ରଧାନ ଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ବନସୁରଭି ପ୍ରକାଶନ ପକ୍ଷରୁ ସାରସ୍ବତ ସମାରୋହ: ପ୍ରତିଭା ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ

masiha

ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ , ମେଦିନୀପୁର ରେ ପୋଷାକ ବିତରଣ ଉତ୍ସବ – ୨୦ ୨୩

Sunil Chandra Nayak

ଯାତ୍ରା ଜଗତର ଆଗଧାଡିର ନୃତ୍ୟ ଶିଳ୍ପୀ ଦୀପକ ନାୟକଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା ଉତ୍କଳ କଳାକାର ଏକାଡେମୀ

Sunil Chandra Nayak

Leave a Comment

error: Content is protected !!