ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଣ୍ଡୁରିଆରେ ମୃତ ଯବାନଙ୍କୁ ଗାର୍ଡ ଅଫ ଅନର ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲା ପ୍ରଶାସନ ଓ ଗ୍ରାମବାସୀ 

ମୟୂରଭଞ୍ଜ- ୭/୮ ( ମସିହା) ଇଣ୍ଡୋ ତିବତ ଚୀନ ସୀମାରେ କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ। ମୟୁରଭଞ୍ଜ ଜିଲ୍ଲାର ବାମାନଘାଟୀ ଉପଖଣ୍ଡ ବିଶୋଇ ଥାନା ବନେଇକଳା ଗ୍ରାମ ପଞ୍ଚାୟତ ଗୁଣ୍ଡୁରିଆ ଗ୍ରାମର ଗୋପାଳ ନାଏକଙ୍କ ପୁତ୍ର ରାଜୀବ ନାଏକ ଇଣ୍ଡୋ ତିବତ ସୈନ୍ୟବଳ ସିକିମ ଚୀନ ସୀମାରେ କାର୍ଯ୍ୟରତ ଥିଲେ। ଗତ ଶନିବାର ଦିନ ହୃଦଘାତରେ ତାଙ୍କର ମୃତ ହୋଇଥିଲା। ସେଠାରୁ ତାଙ୍କର ମୃତଦେହ କଲିକତା ଦେଇ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା।

ଆଜି ଏକ ସ୍ୱତନ୍ତ୍ର ସୁସଜିତ ଆର୍ମି ଗାଡ଼ିରେ ଭୁବନେଶ୍ୱରରୁ ୧୨୦ ବାଟାଲିୟନର ଫୌଜିମାନେ ରାଜୀବଙ୍କ ମର ଶରୀର ପୈତୃକ ଗ୍ରାମ ଗୁଣ୍ଡୁରିଆକୁ ସଡକ ପଥରେ ପହଞ୍ଚାଇ ଥିଲେ। ଜାତୀୟ ରାଜପଥ ୪୯ ବନେଇକଳା ଛକ ଠାରୁ ଅଵହୁ ସଂଖ୍ୟା ରେ ଅଂଚଳଵାସୀ ଏକ ବିଶାଳ ପଟୁଆରରେ ନିଜ ପୈତୃକ ଘରକୁ ନେଇ ଆସିଥିଲେ। ପରମ୍ପରା ଅନୁଯାୟୀ ଶବକୁ ପରିବାର ଓ ଗ୍ରାମବାସୀ ସମ୍ମାନ ଜଣାଇବା ପରେ ଗ୍ରାମ ସ୍ମଶାନରେ ଗାର୍ଡ ଅଫ ଅନର ସହ ତପ ସଲାମୀ ଦିଆଯାଇଥିଲା। ଏହାପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବୀର ଷୈନିକ ରାଜୀବ ଅମର ରହେ ।ଭାରତମାତାକୀ ଜୟ ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ । ରାଜୀବଙ୍କ ପରିବାରରେ ପିତାମାତା, ସ୍ତ୍ରୀ ସହ ୩ ସନ୍ତାନ ରହିଛନ୍ତି। ସ୍ଥାନୀୟ ପ୍ରଶାସନ ପୋଲିସ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅଶ୍ରୁଳ ବିଦାୟ ଦେଇଥିଲେ।

     ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ନୀଳାଚଳ ପରିଷଦର ସରସ୍ଵତୀ ପୂଜା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

masiha

ମ୍ୟୁନିସିପାଲ ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ପ୍ରଶାସନ

masiha

Leave a Comment

error: Content is protected !!