ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳା ବ୍ୟାଚ ପରିଧାନ କଲେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଡାବୁଗାଁ, ୭/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ କାର୍ଯ୍ୟରତ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ସୋମବାର କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିଛନ୍ତି | ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ସରକାର ଙ୍କୁ ୪ ଦଫା ଦାବି ଦେଇଥିଲେ | ଏହି ୪ ଦଫା ଦାବି ଗୁଡିକ ହେଲା ଯଥା:- ୧. ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା +୨ ରୁ +୩ (ସ୍ନାତକ) କରିବା ସହ ପେ ଲେଭଲ-୫ ର ୨୧୭୦୦ରୁ ପେ ଲେଭଲ-୯ ର ୩୫୪୦୦ ମଞ୍ଜୁର କରାଯାଉ, ୨. ୧୦ ବର୍ଷ ଚାକିରୀ ପୂରଣ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସମୂହଙ୍କ ପାଇଁ ସ୍ଵତନ୍ତ୍ର ପଦବୀସୃଷ୍ଟି କରି ଅବସ୍ଥାପିତ କରାଯାଉ ଏବଂ ଜିପିଡିଓ ପଦବୀକୁ ଶତ ପ୍ରତିଶତ ପଦୋନ୍ନତିର ବ୍ୟବସ୍ଥା କରାଯାଉ, ୩- ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରଚଳିତ କ୍ୟାଡର ରୁଲ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ ଓ ୪- ଆରଏସିପି ପାଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଅବସରକାଳୀନ ପେନସନ ଓ ପରିବାର ପେନସନ ପ୍ରଦାନ କ୍ଷେତ୍ରରେ ଉଚ୍ଚ ନ୍ୟାୟଳୟରୁ ବ୍ୟକ୍ତିଗତ ଆଦେଶ ନଆଣି ସମସ୍ତ ଆରଏସିପି ପାଇଥିବା ଅବସର ନେଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ବିଭାଗୀୟ ପାତ୍ର ଆଦେଶ ମାଧ୍ୟମରେ ପେନସନ ପ୍ରଦାନ କରିବା ଆଦି ଦାବି ରହିଛି | ଏହି ଦାବି ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିଛନ୍ତି | ଯଦି ସରକାର ଦାବି ନମାନନ୍ତି ତେବେ ଚଳିତ ମାସ ୧୭ ତାରିଖ ଠାରୁ ସମୂହ ଛୁଟିରେ ରହିବେ ବୋଲି ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ତରଫରୁ ସୂଚନା ଦିଆଯାଇଛି | ଏଥିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ପ୍ରଭାକର ମୁଦୁଲି, ଅର୍ଜୁନ ଭତ୍ରା, କାଳୀପଦ କୀର୍ତ୍ତନିଆ ଓ ହଳଧର ଜାନୀ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଚିନ୍ମୟ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ

masiha

କୁମାରସ୍ବାମୀ ମହୋତ୍ସବ ଉଦଯାପିତ

masiha

ଟାଟା ଷ୍ଟିଲ୍ ରନ-ଏ-ଥନକୁ ନେଇ ସମଗ୍ର ଯୋଡ଼ା ସହରରେ ପ୍ରବଳ ଉତ୍ସାହ

masiha

Leave a Comment

error: Content is protected !!