ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଜମାପଦରରୁ ବନବିଭାଗ ଦ୍ୱାରା ଏକ ଅଜଗର ଉଦ୍ଧାର

ପାପଡାହାଣ୍ଡି,7/8, ମନିସ : – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଗୁଜୁମାପଦର ଗ୍ରାମରୁ ସୋମବାର ବନବିଭାଗ ଏକ ଅଜଗର ସାପ ଉଦ୍ଧାର କରିଛି । ଅପରାହ୍ନ ତିନି ଘଣ୍ଟା ସମୟରେ ଗୁଜୁମାପଦର ଗାଁ ଭିତରକୁ ଏହି ଅଜଗର ସାପଟି ଚାଲି ଆସିଥିଲା ।ଗାଁ ଲୋକ ଦେଖି ମଇଦଲପୁର ବନବିଭାଗକୁ ଖବର ଦେଇଥିଲେ ।ଖବର ପାଇ ବନବିଭାଗ ଅଧିକାରୀ ମଧୁସୂଦନ ପାତ୍ର ଓ କର୍ମଚାରୀ ମାନେ ଗାଁକୁ ଯାଇ ସାପଟିକୁ ଉଦ୍ଧାର କରିଥିଲେ ।ଉଦ୍ଧାର ହୋଇଥିବା ଅଜଗରର ଓଜନ ୮ କେଜି ,୯ ଫୁଟ ଲମ୍ବା ଥିବା ବେଳେ ୨ରୁ ତିନି ବର୍ଷ ହେବ | ସ୍ୱାସ୍ଥ୍ୟ ପରୀକ୍ଷା କରି ସୁରକ୍ଷା ସ୍ଥାନରେ ଛଡ଼ାଯିବ ବୋଲି ବନ ବିଭାଗ ସୂଚନା ଦେଇଛନ୍ତି | ଉଦ୍ଧାର କାର୍ଯ୍ୟରେ ବନ କର୍ମଚାରୀ ବସନ୍ତ ନାୟକ,ଝାଡେଶ୍ୱର ନାୟକ,ଜୟନ୍ତ ମାଝୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜାମଦା ସରସ୍ବତୀ ଶିଶୁ ମନ୍ଦିରଠାରେ ବାର୍ଷିକ ପୁରସ୍କାର ବିତରଣ

Sunil Chandra Nayak

ଭାରତୀୟ ଷ୍ଟେଟ ବ୍ୟାଙ୍କର ମୃତ୍ୟୁ ଜନିତ ବୀମାରାଶି ପ୍ରଦାନ 

masiha

ଆୟାପ୍ପା ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ

masiha

Leave a Comment

error: Content is protected !!