ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଫାଇନାନନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ

ପାପଡାହାଣ୍ଡି,8/8, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଂଚାୟତ ଢାମଣାପଦର ଛକରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ନେଇ ଥାନାରେ ଏତଲା ହୋଇଛି | ସୁରେନ୍ଦ୍ର ନାୟକ ନାମକ ବ୍ୟକ୍ତି ଏ ନେଇ ଥାନାରେ ଦ୍ୱାରସ୍ତ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି | ଏତଲା ପ୍ରକାରେ ସୁରେନ୍ଦ୍ର ଗତ କାଲି ଲହରାକାନି,ଚାନ୍ଦିଲି, ମଇଦଲପୁର ଓ ପ୍ରଧାନୀଗୁଡାରୁ ରଣ କିସ୍ତି ବାବଦକୁ 52 ଜଣଙ୍କ ଠାରୁ ସେ ଏକ ଲକ୍ଷ ଏଗାର ହଜାର ଟଙ୍କା ଧରି ନବରଙ୍ଗପୁର ଯିବା ସମୟରେ ଢାମଣାପଦର ଛକରେ 2 ଜଣ ଅଜଣା ବ୍ୟକ୍ତି ତାଙ୍କ ବାଇକଜୁ ଅଟକାଇ ଥିଲେ | ମାରଣାସ୍ତ୍ର ଦେଖାଇ ଟଙ୍କା ମାଗିବାରୁ ସେ ବ୍ୟାଗଟିକୁ ଫୋପାଡ଼ି ଦେଇଥିଲେ | ଦୁବୃତ୍ତ ମାନେ ବ୍ୟାଗଟିକୁ ଧରି ଚାଲି ଯାଇଥିଲେ | ଏତଲାକୁ ଭିତ୍ତି କରି ପାପଡାହାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜମି ବନ୍ଧକକୁ କେନ୍ଦ୍ର କରି ଖୁର୍ସେଲ ଗୁଡାରେ ଯୁବକକୁ ହତ୍ୟା ,ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

masiha

ଓଡିଶା ମେଟାଲିକ ଦ୍ୱାରା ବେଆଇନ ଜଙ୍ଗଲ ଜମି ଅଧିକାର ମାମଲା, ଡ଼ିଏଫ ଓ ଙ୍କୁ ୨୫ ହଜାର ଟଙ୍କା ଜରିମାନା କଲେ ଏନ ଜି ଟି କମ୍ପାନୀ ପରିସରରେ ଥିବା ୧୩ ଟି ବେଆଇନ ଗଭୀର ନଳକୂପ କୁ ସିଲ ପାଇଁ ହୀରାକୁଦ ଡ୍ୟାମ ବିଭାଗ ର ନିର୍ଦ୍ଦେଶ

ଦନ୍ତା ହାତୀ ମୃତ୍ୟୁ ଘଟଣା, ଦୁଇ ଶିକାରୀ ଗିରଫ

Sunil Chandra Nayak

Leave a Comment

error: Content is protected !!