ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୭ ଟି ଦେଶୀ ବନ୍ଧୁକ ଚମ୍ପାଝର ଜଙ୍ଗଲ ରୁ ଉଦ୍ଧାର କଲା ବନ ବିଭାଗ

 ମୟୂରଭଞ୍ଜ -୯/୮ ( ମସିହା)କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳ ରୁ ଶିକାରୀ ମାନେ ଜଙ୍ଗଲ ରେ ଲୁଚାଇ ରଖିଥିବା ୭ ଟି ଦେଶୀ ବନ୍ଧୁକ କୁ ବୁଧବାର ଦିନ ସ୍ଥାନୀୟ ଲୋକ ପ୍ରତିନିଧି ଓ ବନକର୍ମଚାରୀ ମାନେ ଉଦ୍ଧାର କରି ଠାକୁରମୁଣ୍ଡା ଥାନାରେ ଜିମା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟ ରେ ୨ ଜଣ ବନ କର୍ମଚାରୀ ଙ୍କୁ ହତ୍ୟା ପରେ ପୋଲିସ ଓ ବନବିଭାଗ ପକ୍ଷରୁ ବନ୍ଧୁକ ଆତ୍ମସମର୍ପଣ ଅଭିଯାନ ଶିମିଳିପାଳ ଜଙ୍ଗଲ ଲାଗି ରହିଥିବା ଗ୍ରାମଗୁଡିକରେ ଆରମ୍ଭ କରାଯାଇ ଜୁଲାଇ ମାସ ୩୧ ତାରିଖ ବନ୍ଧୁକ ଆତ୍ମସମର୍ପଣ ର ଶେଷ ଦିନ ରଖା ଯାଇଥିଲା।ଆତ୍ମସମର୍ପଣ ର ଶେଷ ଦିନ ପରେ ବନ୍ଧୁକ ରଖିଥିବ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଚାର କରାଯାଇଥିଲା।ସମର୍ପଣ ର ଶେଷ ଦିନ ରେ ସ୍ଥାନୀୟ ସରପଞ୍ଚ ମାନଙ୍କ ନିକଟରେ ୨୪ ଟି ଦେଶୀ ବନ୍ଧୁକ କୁ ଶିକାରୀ ମାନେ ସମର୍ପଣ କରିଥିଲେ।ସେଗୁଡିକୁ ସ୍ଥାନୀୟ ସରପଞ୍ଚ ମାନେ ମହୁଲଡ଼ିହା ଓ ଠାକୁରମୁଣ୍ଡା ଥାନା ରେ ଜିମା ଦେଇଥିଲେ।ପୁଣି ବନ୍ଧୁକ ସମର୍ପଣ ର ୮ ଦିନ ପରେ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଭେଜଡ଼ିହା ଲାଇନ ଚଟଣି ବୁରୁ ଜଙ୍ଗଲ ରେ ଥିବା ବିଭିନ୍ନ ଗଛ କୋରଡ,ପଥର ଖୋଲ ଭିତରେ ଶିକାରୀ ମାନେ ବନ୍ଧୁକ ଲୁଚାଇଥିବା ନେଇ ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆ ଓ ୱାର୍ଡ ସଭ୍ୟ ଗୋବିନ୍ଦ ଲାମୀୟା, ନାରାୟଣ ହୋ ଙ୍କ ସୂଚନା ଅନୁଯାୟୀ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ ଓ ଅନ୍ୟ ବନ କର୍ମଚାରୀ ମାନେ ଜଙ୍ଗଲ ଭିତରେ ଖୋଜା ଖୋଜି କରି ଶିକାରୀ ମାନେ ଲୁଚାଇ ରଖିଥିବା ୭ ଟି ବନ୍ଧୁକ କୁ ଉଦ୍ଧାର କରି ଥିଲେ।ଉଦ୍ଧାର ବନ୍ଧୁକ ଗୁଡିକୁ ଠାକୁରମୁଣ୍ଡା ଥାନାରେ ବନ ବିଭାଗ ଜିମା ଦେଇଥିବା ନେଇ ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ କହିଛନ୍ତିି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଛାତ୍ରାଵାସରୁ ୪ର୍ଥ ଶ୍ରେଣୀର ନାବାଳକ ଛାତ୍ର ନିଖୋଜ

Sunil Chandra Nayak

ବଇଡା ବନ୍ଧରେ ଭାସୁଥିବା ଯୁବକ ର ମୃତ ଦେହ ଉଦ୍ଧାର

ଯୁବକଙ୍କୁ ଆଖୂ ରେ ସ୍ପ୍ରେ ମାରି ଛୁରାମାଡ଼, ସଙ୍କଟପୂର୍ଣ୍ଣ ଅବସ୍ଥାରେ ରାୟପୁର ସ୍ଥାନାନ୍ତର

Leave a Comment

error: Content is protected !!