ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋମନା ଡିଗ୍ରୀ କଲେଜରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ

ନୂଆପଡା ଜିଲ୍ଲା କୋମନା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ନେହେରୁ ଯୁବ କେନ୍ଦ୍ର ତରଫରୁ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡିଗ୍ରୀ ମହାବିଦ୍ୟାଳୟ ପ୍ରଭାଷ କୁମାର ପଣ୍ତା ସଭାପତିତ୍ବ କରି ଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଅବନୀ ମୋହନ ଯୋଶୀ ଯୋଗଦାନ କରି ଥିଲେ । ରିସୋର୍ସ ପର୍ସନ ଭାବେ ଅଧ୍ୟାପକ ଡ.ଦୀପକ କୁମାର ଦାସ,ଅଧ୍ୟାପକ ରାଜକୁମାର ସୁନାନୀ ଓ ବରିଷ୍ଠ ସାମ୍ବାଦିକ ମାୟାଧର ସରାଫ ଯୋଗଦାନ କରି ପ୍ରଧାନମନ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁବକଙ୍କୁ ନେଇ ଥିବା ସ୍ବପ୍ନର ଭାରତ ସଂପର୍କରେ ଆଲୋଚନା କରି ଥିଲେ । ପଞ୍ଚ ପ୍ରାଣ ସଂପର୍କରେ ଆଲୋଚନା ହୋଇ ସମାଜ ପ୍ରତି ଗାଁ ପ୍ରତି ଦେଶ ପ୍ରତି ଯୁବକଙ୍କ ଭୁମିକା ସଂପର୍କରେ ବିଷଦ ଆଲୋଚନା ହୋଇ ଥିଲା । ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୢତ୍ୟ ଓ ବକୢତା ପ୍ରତିଯୋଗୀତା ହୋଇ ଥିଲା । ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ପ୍ରସନ୍ନ ମେହେର ଧନ୍ୟବାଦ ଜ୍ଞାପନ କରି ଥିଲେ । ସହଆୟୋଜକ ରୟାଲ କ୍ଲବ ଗନିଆରିର ସଭାପତି ଟିକେଶ୍ବର ହଂସ କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅନୁଷ୍ଠିତ ହେଲା ସିଦ୍ଧି ବିନାୟକ ଆଦର୍ଶ ପବ୍ଲିକ ସ୍କୁଲର ୭ମ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ

masiha

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ପରିଚାଳନା କମିଟି ବୈଠକ 

ସିଲେଟପଡା-କୁଶୁର୍ଲା ରାସ୍ତା ନିର୍ମାଣ ନେଇ ଧାରଣା ରେ ବସିଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!