ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ତେନ୍ତୁଳିଖୁଣ୍ଟି ୧୦/୦୮/୨୩ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସମ୍ମିଳନୀ ଗୃହ ରେ ଆଜି ଅପରାହ୍ନ ଚାରି ଘଣ୍ଟା ସମୟରେ ବ୍ଳକର ସରପଞ୍ଚ ସମିତି ସଭ୍ୟ ସଭ୍ୟା ,ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ସମସ୍ତ ବ୍ଲକ କର୍ମଚାରୀ, ସମସ୍ତ ଜି ଆର ଏସ,ସମସ୍ତ ପିଇଓ, ଙ୍କ ଉପସ୍ଥିତିରେ ବିଡିଓ ମନୋଜ କୁମାର ପାଣିଗ୍ରାହୀ ଙ୍କ ସଭାପତିତ୍ତ୍ୱ ରେ 75 ତମ ସ୍ୱାଧୀନତା ଦିବସ ର ପ୍ରସ୍ତୁତି ବୈଠକ ହୋଇଯାଇଛି।।ଆଲୋଚନା ହୋଇଥିଲା ପ୍ରତ୍ୟେକ ପଞ୍ଚାୟତ ର ଅମୃତ ସରୋବର ର ଚାରି ପାଖରେ 75 ଟି ଲେଖାଏଁ ଗଛ ଲଗାଇବା, ପଂଚାୟତ ରେ ଯଦି ସହିଦ ପରିବାର ଥିବେ ଉକ୍ତ ପରିବାର ର ସଦସ୍ୟ ଙ୍କୁ ସମ୍ମାନନିତ କରାଯିବ।ବ୍ଲକ ସ୍ତରୀୟ ଏକ କାର୍ଯ୍ୟକ୍ରମ କାମତା ପଂଚାୟତ ରେ ମହିଳା ସ୍ଵୟଂ ସହାୟିକା ଙ୍କ ଦ୍ୱାରା କରାଯିବ ଉକ୍ତ କାର୍ଯ୍ୟକ୍ରମ ରେ 1000ର ମହିଳା ଯୋଗ ଦେବା ବ୍ୟବସ୍ଥା କରାଯିବ ।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦମୁଖ୍ୟ ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ   

 ଅନ୍ୟାନ୍ୟ ଦାସ ଯୋଗଦେବା କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ପ୍ରତ୍ୟେକ ପଞ୍ଚାୟତର କଳସ ରେ ମାଟି ସଂଗ୍ରହ କରି ବ୍ଲକକୁ ଆଣି ଜିଲ୍ଲା କୁ ପଠାଯିବ।ଶିଳା ପଲକମ,ପଞ୍ଚ ପ୍ରାଣ ପ୍ରତିଶ୍ରୁତି,ବସୁଧା ବନ୍ଦନା,ବୀର ଙ୍କ ବନ୍ଦନା, ଜାତୀୟ ସଙ୍ଗୀତ ଗାନ ସହ ଗାଁ ପରିକ୍ରମା କରାଯିବାକୁ ନିର୍ଦେଶ ଆସିଥିବାବିଡ଼ିଓ କହିଥିଲେ। ବ୍ଳକର ପ୍ରତ୍ୟେକ ପଂଚାୟତ ପାଇଁ ସଂଯୋଜକ ଦାୟିତ୍ୱ ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ କର୍ମଚାରୀ ଙ୍କୁ ଦାଇତ୍ୱ ଦିଆଯାଇଛି।ଏହି ବୈଠକ ରେ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା, ଚେୟାରମ୍ୟାନ ନିଲନ୍ଦ୍ରୀ ନାୟକ, ଭାଇସ ଚେୟାରମ୍ୟାନ ରାଜେନ୍ଦ୍ର ବିଷୋୟୀ ଉପସ୍ଥିତ ରହିଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ସ୍ବତନ୍ତ୍ର ସଘନ ସଂଶୋଧନ (SIR) କାଯ୍ୟକ୍ରମରେ ଉପୁଜିଥିବା ସମସ୍ୟାକୁ ନେଇ ବିଜେଡି ପକ୍ଷରୁ ସ୍ମାରକପତ୍ର

Sunil Chandra Nayak

ବୀର ବାଲ ଦିବସ ପାଳିତ

masiha

ଆଦିବାସୀ ଅଧୁଷିତ ଅଞ୍ଚଳର ୩ ଆଦିବାସୀ ଛାତ୍ରଛାତ୍ରୀ ଡାକ୍ତର ହେବେ 

masiha

Leave a Comment

error: Content is protected !!