ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଡନୀ କେୟାର ଅନ ହୁଇଲ କାର୍ଯ୍ୟକ୍ରମ

ଜୁନାଗଡ଼, ୧୧.୦୮(ମ ନି ସ)ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚି଼ଚେଇଗୁଡାସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ କିଡନୀ କେୟାର ଅନ ହୁଇଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ ଜୁନାଗଡ଼ ଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ସମ୍ମାନନୀୟ ଅତିଥି ଯଥା: ସିଡ଼ି ଏମ ଓପିଏଚଓ ଡ଼ ଗିରିଷ ଚନ୍ଦ୍ର ରାଉତDr. ଦୀପିଏଚଓ ଡ଼ ରାକ୍କେଶକୁମାର ସାହୁ, ଜୁନାଗଡ଼ ଏମ ଓ ଡ଼ ଭଗବାନ ପଣ୍ଡା,ଡିପିଏମ ଅବନୀ ରଞ୍ଜନ ମହାପାତ୍ର, DPM ଜିଲ୍ଲାପରିଷଦ ଉପଧକ୍ଷ୍ୟା ସୁଧିରା ମେହେର,ବ୍ଲକ ଉପାଧକ୍ଷ୍ୟ ପ୍ରମୋଦ ବେହେରା ତଥା ଜିଲ୍ଲା ଓ ବ୍ଲକ ସ୍ତରୀୟ ଅନ୍ୟାନ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I I ପରେ ଉପସ୍ଥିତ ଡାକ୍ତରଙ୍କ ଦ୍ୱାରା ଭ୍ରାମ୍ୟମାଣ ଗାଡି ଦ୍ୱାରା ଦେବାକୁ ଥିବା ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ଓ ସେବା ବିଷୟରେ ବିସ୍ତୃତ ଭାବରେ ଆଲୋକପାତ କରିବା ସହ ଏହି ସ୍ୱାସ୍ଥ୍ୟସେବାର ଜନ ସଚେତନତା ପାଇଁ ପ୍ରଚାର ପ୍ରସାର ପାଇଁ ଆଗାମୀ ଯୋଜନା କରାଯିବ ବୋଲି ଉଲ୍ଲେଖ କରିଥିଲେ I ପରେ ମୁଖ୍ୟ ଅତିଥି ତଥା ମାନ୍ୟବର ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ତଥା ବିଭିନ୍ନ ଉନ୍ନତିମୂଳକ ସ୍ୱାସ୍ଥ୍ୟ ଯୋଜନା ଉପରେ ଆଲୋକପାତ କରିଥିଲେ I କାର୍ଯ୍ୟକ୍ରମରେ ଚି଼ଚେଇଗୁଡ଼ା ତଥା ନିକଟ ଗ୍ରାମର ସାଧାରଣ ଜନତା, ସ୍ୱୟଂ ସହାୟକ ଦଳ, ଯୁବକ ଯୁବତୀ ତଥା ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ I ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ଉପଲକ୍ଷେ ୨୮୭ ଲୋକଙ୍କର ମଧୁମେୟ, ରକ୍ତଚାପ ପରୀକ୍ଷା କରାଯାଇଥିଲା I ରାଜ୍ୟ ସରକାରଙ୍କ ଏହି କଳାହାଣ୍ଡି ଜିଲ୍ଲାର ୨ଟୀ କିଡ଼ନୀ ରୋଗୀବହୁଳ ବ୍ଲକ ଯଥା: ଜୁନାଗଡ଼ ଓ ଧର୍ମଗଡ଼ରେ ଆରମ୍ଭ କରାଯିବ I ଏହି କାର୍ଯ୍ୟକ୍ରମରେ ଭ୍ରାମ୍ୟମାଣ ଗାଡି ମାଧ୍ୟମରେ ମୁଖ୍ୟତଃ ୩୦ ରୁ ୭୦ ବର୍ଷରେ ଥିବା ମଧୁମେୟ ରୋଗୀ, ଉକ୍ତ ରକ୍ତଚାପ ରୋଗୀ, କିଡ଼ନୀ ରୋଗୀ, ହୃଦରୋଗୀ ତଥା ବୃଦ୍ଧ ରୋଗୀ ମାନଙ୍କୁ ଅଗ୍ରାଧିକାର ଆଧାରରେ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ତଥା ଯାଞ୍ଚ କରାଯିବ ଏବଂ ଆବଶ୍ୟକ ସ୍ଥଳେ ରୋଗୀ ପରିବହନ ତଥା ମୁଖ୍ୟ ଚିକିତ୍ସାଳୟକୁ ପ୍ରେରଣ କରାଯିବ I କାର୍ଯ୍ୟକ୍ରମର ପରିଶେଷରେ ମାନ୍ୟବର ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ସମସ୍ତ ପଦାଧିକାରୀଙ୍କ ଉପସ୍ଥିତିରେ ଭ୍ରାମ୍ୟମାଣ ଗାଡିର ଉନ୍ମୋଚନ କରାଯାଇଥିଲା I ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ଶିକ୍ଷାବିତ ବିନୟ କୁମାର ସାହୁ ପରିଚାଳନା କରିଥିଲେ I

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଧର୍ମଗଡ଼: ଦଣ୍ଡପାଟ ଅଞ୍ଚଳରେ ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ କମ୍ବଳ ବଣ୍ଟନ

masiha

ଡାବୁଗାଁ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ନୁତନ ତହସିଲଦାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

masiha

“ଜେକେବିକେ” ୯୪ ବ୍ୟାଚର ବନ୍ଧୁମିଳନ ପର୍ବ

masiha

Leave a Comment

error: Content is protected !!