ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ମୂଳ ନିବାସୀ ପକ୍ଷରୁ ୪ ଦଫା ଦାବିପତ୍ର ପ୍ରଦାନ

ରାଇଘର 12/8:- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ୨୬ ଗୋଟି ପଂଚାୟତ ର ସମସ୍ତ ମୂଳ ନିବାସୀ ଏସ ଟି, ଏସ ସି, ଓ ବି ସି, ମାଇନୋରିଟି ସମସ୍ତେ ଏକତ୍ରିତ ହୋଇ ରାଇଘର ଜଗନ୍ନାଥ ମନ୍ଦିର ଠାରେ ଏକ ସଭା କାର୍ଯ୍ୟ କରାଯିବା ପରେ ବିଶାଳ ଜନସମାଗମ ରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ଗୋଷ୍ଠି ଉନ୍ନୟନ ଅଧିକାରୀ ଲକ୍ଷ୍ମୀସାଗର ମାଝୀଙ୍କ ଜରିଆରେ ରାଷ୍ଟ୍ରପତି, ଓ ମୁଖ୍ୟମନ୍ତ୍ରୀଙ୍କୁ ୪ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା। ରାଇଘର ଅଞ୍ଚଳରେ ୯୫ ପ୍ରତିଶତ ମୂଳନିବାସି ବସବାସ କରି ଆସୁଥିଲେ ମଧ୍ୟ ଭାରତ ସ୍ବାଧୀନତାର ୭୬ ବର୍ଷ ବିତି ଯାଇଥିଲେ ମଧ୍ୟ ଭାରତୀୟ ସମ୍ବିଧାନରେ ମୂଳ ନିବାସୀ ମାନଙ୍କ ନିମନ୍ତେ ଦେଇଥିବା ମୌଳିକ ଅଧିକାରରୁ ବଞ୍ଚିତ କରା ଯାଉଅଛି। ମୁଖ୍ୟ ଦାବୀ ଗୁଡ଼ିକ ହେଲା ଯଥା ୧- ମଣିପୁର ରାଜ୍ୟର ଆଦିବାସୀଙ୍କ ଉପରେ ଜାତିଗତ ଓ ସମ୍ପ୍ରଦାୟିକ ହିଂସାରେ ସମ୍ପୃକ୍ତ ଥିବା ତଥା ଦୁଇ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ବ୍ୟକ୍ତିମାନଙ୍କୁ ଫାଶୀ ଦିଆଯାଉ।୨- କେନ୍ଦ୍ର ସରକାରଙ୍କ UCC (UNIFORM CIVIL CODE ) ବିଲ୍ କୁ ଫେରେଇ ନିଆଯାଉ ।୩ – ଜଙ୍ଗଲ ସଂରକ୍ଷଣ ବିଧୟେକ ଆଇନ-୨୦୨୩ କୁ ରଦ୍ଧ କରାଯାଉ ।୪-ମୂଳନୀବାସୀ (ST, Sc) ମାନଙ୍କୁ ଅନ୍ୟାୟ ଅତ୍ୟାଚାର, ଶୋଷଣ ରୁ ସୁରକ୍ଷା ଦେଉଥିବା ଆଇନ କୁ କଡାକଡି ଭାବରେ ପାଳନ କରାଯାଉ। ଜଦୀ ଉପରୋକ୍ତ ଦାବି ଗୁଡ଼ିକ ଏକ ମାସ ମଧ୍ୟରେ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ମୂଳ ନିବାସୀ ପକ୍ଷରୁ କଡ଼ା ଚେତାବନୀ ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ଗଣ୍ଡୱାନା ଛାତ୍ର ସଂଘ ର ସଭାପତି ଅଶ୍ୱିନୀ କୁମାର ଗଣ୍ଡ ,ସମ୍ପାଦକ ଚନ୍ଦନ ଗଣ୍ଡ ,ଗଣ୍ଡୱାନା ରାଇଘର ବ୍ଲକ ସଭାପତି ନକୁଳ ଗଣ୍ଡ ,ସମ୍ପାଦକ ଚରଣ ନେତାମ ,ଗଣ୍ଡୱାନା ବିକାଶ ମଣ୍ଡଳ ରାଇଘର ସଭାପତି ମଣିରାମ ଗଣ୍ଡ ,ସମ୍ପାଦକ ଫଗନୁ ରାମ ଗଣ୍ଡ ,ଜନଜାତି ବିକାଶ ସଭାପତି ପିଲାରାମ ଗଣ୍ଡ ,ଗଣ୍ଡୱାନା ସମାଜ ସଭାପତି ରାଜେନ୍ଦ୍ର ନାୟକ ,ସମ୍ପାଦକ ସନ୍ତୁ ହରିଜନ ,ଗୋବର୍ଧନ ବାଘ ,ସୁବ୍ଲନ ସାନ୍ତା ପ୍ରମୁଖ ଉପସ୍ଥିତ ଥିଲେ |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିଆ ଲାଗି ପୋଡ଼ି ଯିବାରୁ ଚିକିତ୍ସା ଅବସ୍ଥାରେ ମୃତ୍ୟୁ

Sunil Chandra Nayak

ଜିଲ୍ଲା ସ୍ତରୀୟ ୭୭ ତମ ବନ ମହୋତ୍ସବ ସପ୍ତାହ ଦିବସ ପାଳନl

ବିଶ୍ବରଂଜନ ମିଶ୍ର ଙ୍କ ବିୟୋଗରେ ଶୋକ

Sunil Chandra Nayak

Leave a Comment

error: Content is protected !!