ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ଅଭିଭାବକ ସମ୍ମିଳନୀ ବୈଠକ

ଡାବୁଗାଁ,୧୨/୮ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ୍ କୋଇଲାରୀ ପଞ୍ଚାୟତ ଅଧୀନ କୋଇଲାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରକାରଙ୍କ ନୂତନ ଶିକ୍ଷାନୀତି ଓ ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷା ବିଷୟରେ ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀ ରେ ଛାତ୍ର ଛାତ୍ରୀ କିପରି ଗୁଣାତ୍ମକ ଶିକ୍ଷା ପାଇପାରିବେ । ପିଲା ମାନଙ୍କୁ ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନ ଉପରେ ଅଭିଭାବକ ଗୁରୁଦାୟିତ୍ଵ । ସେହି ବିଷୟରେ ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀ କୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତ୍ରିଲୋଚନ ଜଗଦେବ ପରିଚାଳନା କରିଥିଲେ। ଏହି ସମ୍ମିଳନୀ ର ଆଲୋଚ୍ୟ ବିଶୟ ଗୁଡ଼ିକ ହେଲା ବିଦ୍ୟାଳୟ ରେ ଶିକ୍ଷକ ମାନଙ୍କ ବାତାବରଣ, ୨୦୨୩-୨୪ ଶିକ୍ଷା ବର୍ଷ ଉପରେ ଆଲୋଚନା ବିଦ୍ୟାଳୟରେ ବିନାମୂଲ୍ୟରେ ପୋଷାକ ବଣ୍ଟନ, ବିଦ୍ୟାଳୟ ର ଉନ୍ନତୀ କରଣ । ଛାତ୍ର ଛାତ୍ରୀ ଙ୍କ ପାଇଁ ଅଭିଭାବକ ଙ୍କ ଦାଇତ୍ୱ । ଆଖିଧରା ପ୍ରତି ଛାତ୍ରୀ ଛାତ୍ର ଙ୍କ ପ୍ରତି ସାବଧାନ କରାଇବା । ଦିନକୁ ଦିନ ଠକାମୀ ର ଶିକାର ହେଉଥିବା ସାଇବର ଠକ ଙ୍କ ପ୍ରତି ସାବଧାନତା ଅବଲମ୍ବନ ଭଳି ମୁଖ୍ୟ ଉଦ୍ଦେଶ୍ୟ ବିଷୟ ଗୁଡ଼ିକୁ ନେଇ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀରେ ବିଦ୍ୟାଲୟ କମିଟି ର ସଭାପତି ନୀଳାବତୀ ମାଝି, ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ବେହେରା, ଶିକ୍ଷୟତ୍ରୀ ପୁଷ୍ପଲତା ସାମଲ, ଶର୍ମୀଳା ଜେନା, ଶିକ୍ଷକ ବଲ୍ଲଭ ନାରାୟଣ ପଣ୍ଡା, ଗୋବିନ୍ଦ ଭତ୍ରା ଓ ସମସ୍ତ କମିଟି ସଭ୍ୟାସଭ୍ୟ, ଶିକ୍ଷୟତ୍ରୀ ଶିକ୍ଷକ ଓ ୧୦୦ ରୁ ଊର୍ଦ୍ଧ୍ଵ ଅଭିଭାବକ ଉପସ୍ଥିତି ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

ଆଞ୍ଚଳିକ ବ୍ରାହ୍ମଣସମିତି ଖଇରା ତରଫରୁ ଭାଗବତ ଜନ୍ମ ପାଳିତ

masiha

ସତନ୍ତ୍ର ଉନ୍ନୟନ ପରିଷଦ ବ୍ଲକ ସ୍ତରିୟ ଖେଳ ପ୍ରତିଯୋଗିତା

masiha

Leave a Comment

error: Content is protected !!