ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା //ଭାରତ ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି , ଜିଲ୍ଲା ପ୍ରଶାସନ କଳାହାଣ୍ଡି ଏଵଂ ୬୪ ବାଟାଲିୟନ ସିଆରପିଏଫ କଳାହାଣ୍ଡି ମିଳିତ ଆନୁକୁଲ୍ୟରେ ମେରି ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ଏହି କାର୍ଯ୍ୟକ୍ରମ ରେ ବୃ୍କ୍ଷରୋପଣ, ପଞ୍ଚ ପ୍ରାଣ ଶପଥ ଗ୍ରହଣ, ମାଟି କୋ ନମନ୍ ବିରୋ କା ବନ୍ଦନ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ , ଡ. ବିଶ୍ଵଜିତ ଦାସ,ଉପଜିଲ୍ଲପାଳ ଭବାନୀପାଟଣା, ୬୪ ସି ଆର ପି ଏଫ୍ ବାଟାଲିୟନ କଳାହାଣ୍ଡି ଶ୍ରୀମତୀ ବିଦିଶା ସିଂହ (DIG,MED), ଦ୍ଵିତୀୟ କମାଣ୍ଡାଣ୍ଟ ପ୍ରକାଶ କୁମାର ମିଶ୍ରା , ଡେପୁଟି କମାଣ୍ଡାଣ୍ଟ ଜିତ୍ ବାହନ ଓରାନ୍,ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲାଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ୬୪ ବାଟାଲିୟନ ସିଆରପିଏଫ କଳାହାଣ୍ଡି ର ଦ୍ୱିତୀୟ କମାଣ୍ଡାଣ୍ଟ ପି. କେ. ମିଶ୍ରା, ଏବଂ ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ର କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ରୁ ଅବସର ଗ୍ରହଣ କରିଥିବା ୪ଜଣ ସେନା କର୍ମଚରୀ ଗଣେଶ ଚନ୍ଦ୍ର ସାହୁ, ପ୍ରଦୀପ କୁମାର ସାହୁ, ସୁଭାଷ ଠାକୁର, ଡି. ଏଲ. ମୁଣ୍ଡ ଙ୍କୁ ସମ୍ମାନିତ କରାଯାଇଥିଲା । ପରେ ଦୁଆରର୍ସୁନି ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ସମସ୍ତ ଅତିଥି ଓ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କରାଯାଇଥିଲା । ଅଗଷ୍ଟ ୯ ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ଆଗଷ୍ଟ୍ ୧୫ ତାରିଖ ପର୍ଯ୍ୟନ୍ତ ସବୁ ଗ୍ରାମ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମ ରେ ୬୪ ସିଆରପିଏଫ ବାଟାଲିୟନ ର ସମସ୍ତ ଯବାନ ଉପସ୍ଥିତ ରହି ସହଯୋଗ କରିଥିଲେ ଏବଂ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ର ଜାତୀୟ ଯୁବ ସ୍ଵେଚଛାସେବୀ ଅଭିଷେକ ବେହେରା, ସୁଶିଲ ପଧାନ, ନବୀନ ସାହୁ, ଶମ୍ଭୁ ବିଶି, ପୂର୍ବତନ ଜାତୀୟ ଯୁବ ସ୍ଵେଚଛାସେବୀ ହେମସାଗର ସାହୁ, ଚୁଲମଣି ମାଝୀ , ବିଜେତା ବାଗ, ପ୍ରଜ୍ଞା ନାୟକ, ବର୍ଷା ନାୟକ, ସ୍ଵଗତିକା ନାଏକ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି 

masiha

ଗୋ ପାଳନ ମାଧ୍ୟମରେ ଗ୍ରାମୀଣ ଜୀବିକାରେ ନୂଆ ଆଶା ଓସିପିଏଲ୍ ଓ ସେବକଙ୍କ ସଂଯୁକ୍ତ ପଦକ୍ଷେପରେ ହେମଗିରର ସରବାହାଲ ଗ୍ରାମରେ “ଗୋ ପାଳନ ପ୍ରକଳ୍ପ” ଶୁଭାରମ୍ଭ

Sunil Chandra Nayak

ଯୁବ ନେତୃତ୍ୱ ବିକାଶ ତାଲିମ୍ ଶିବିର ଉଦ୍‌ଘାଟିତ 

Sunil Chandra Nayak

Leave a Comment

error: Content is protected !!