ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖମାର ହଳଦି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପଢନା ଲିଖନା ଅଭିଯାନ ଉଦଘାଟିତ

ଗୋଳାମୁଣ୍ଡା/ମସିହା/ତା୨୧/୩/ ରାଜ୍ୟରେ ସାକ୍ଷରତା ହାର ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପ୍ରକାର ଯୋଜନା ପ୍ରଣୟନ କରି ଥିବା ବେଳେ ଆଜି ଦେଖିବାକୁ ମିଳିଛି ,ଖମାର ହଳଦି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ରେ ପଢନା ଲିଖନା ଅଭିଯାନ,ରଥକୁ ବିଦ୍ୟାଳୟ ପରିସରରେ କିଭଳି ଭାବେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ସୁନ୍ଦର ଭାବରେ ସ୍ୱାଗତ ଜଣାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା, କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସାକ୍ଷରତା ମିଶନ ପ୍ରାଧିକାରଣ ଜରିଆରେ ଆଜି ପ୍ରଥମେ ଖମାର ହଳଦି ଗ୍ରାମ ପଞ୍ଚାୟତରୁ ଉକ୍ତସାକ୍ଷରତା ସଚିତନତା ରଥ ଶୁଭ ଉଦଘାଟନ ଆରମ୍ଭ ହୋଇଛି,ଏହା ପୂର୍ବରୁ ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷ ଶ୍ରୀବିନ୍ଦୁମହାନନ୍ଦ ଙ୍କୁ ଗୋଳାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ ପୁଷ୍ପଗୁଚ୍ଛ ଦ୍ବାରା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଓ ଏହା ପରେ ସାକ୍ଷରତା ସଚେତନ ରଥକୁ ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷ ତଥା ମୁଖ୍ୟ ଅତିଥି ଭାବେ ବିନ୍ଦୁ ମହାନନ୍ଦ ଶୁଭ ଉଦଘାଟନ କରିଥିଲେ, ,ସଂମାନିତଅତିଥି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଂଧା ରାଣୀ ପଧାନ, ବ୍ଲକଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ, ଖମାର ହଳଦୀ ନବନିର୍ବାଚିତ ସରପଞ୍ଚ ରବୀନ୍ଦ୍ର କୁମାରମୁଣ୍ଡ ,ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ତଥା ଖମାର ହଳଦି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସିଆରସି, ଏବଂ ପଞ୍ଚାୟତର ନାଇକ ସରପଞ୍ଚ ସମେତ ଉପସ୍ଥିତରେ ମୁଖ୍ୟ ଅତିଥି ଉଦ୍ବୋଧନ ଦେଇ ଥିଲେ ଯେ, ଗୋଳାମୁଣ୍ଡା ବ୍ଲକର ସମସ୍ତ ଗ୍ରାମ ତଥା ଗ୍ରାମାଞ୍ଚଳରେ ଥିବା ୧୫ବର୍ଷରୁ ଉର୍ଦ୍ଧବୟସ ରେ ଥିବା ଅଣ ସାକ୍ଷାର ମାନକୁ କିପରି ଭାବରେ ସାକ୍ଷାର କରିବା ଏକ ମହାର୍ଘ୍ୟ କାର୍ଯ୍ୟକ୍ରମ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ପ୍ରଦାନକରିଥିବା ବେଳେ ସମ୍ମାନିତ ଅଥିତୀ ଗୋଷ୍ଠି ଉନ୍ନୟନ ଅଧିକାରୀ, ଏବଂ ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ନିଜ ନିଜ ମଧ୍ୟ ବକ୍ତବ୍ୟ ପ୍ରଦାନ ରଖିଥିଲେ,,  ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ପ୍ରତିନିଧି,

Related posts

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଦୀନବନ୍ଧୁ ମହାନନ୍ଦଙ୍କୁ ଗର୍ଭସ୍ଥ ଶିଶୁର ମୃତ୍ୟକୁ ନେଇ ମରଣାତ୍ମକ ଆକ୍ରମଣ ଘଟଣାରେ ଦୁଇ ଗିରଫ ଓ କୋର୍ଟ ଚାଲାଣ 

Sunil Chandra Nayak

ଉତ୍କଳ ମଣୀ ଗୋପବନ୍ଧୁ ଦାସ ଙ୍କର ୯୪ ତମ ପୁଣ୍ୟ ତିଥି ପାଳନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!