ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳ ସ୍ତରୀୟ ବିଜ୍ଞାନମେଳା

ମୟୂରଭଞ୍ଜ – (ମସିହା) ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଅଁଳାଡୁବା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହା ମେଳାରେ ହାଟବାଦଡା, ଉପରଵେଡା, ଜୟପୁର, ଗୋରୁମହିଷାଣୀ,,ଵାସିଙ୍ଗୀ, ଜାମଦା,ଵିଜାତଳା, ଝରାଡିହି,ତିରିଂ, ରାଇରଙ୍ଗପୁର ଶିଶୁ ମନ୍ଦିରରେ ୨୫୦ ଜଣ କୁନି ଓ କିଶୋର ବୈଜ୍ଞାନିକ ମାନେ ଅଂଶ ଗ୍ରହଣ କରି ୮୦ ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ ।ଏହା ସହିତ ବିଜ୍ଞାନ,ଗଣିତ, ଓ ସଂସ୍କୃତି ଜ୍ଞାନ,ପ୍ରଶ୍ନମଂଚ, ପ୍ରବଚନ,,ପ୍ରୟୋଗ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବିଚାରକ ଭାବୃ ବିଭିନ୍ନ ବିଦ୍ୟାଳୟର ୧୨ ଜଣ ଆଚାର୍ଯ୍ୟ ମୂଲ୍ୟାଙ୍କନ କରିଥିଲେ ।

   ଏହି ଉଦଘାଟନ ଉତ୍ସବରେ ରାଇରଙ୍ଗପୁର ଏବିଇଓ ଶ୍ରୀ କାର୍ତ୍ତିକ ଚନ୍ଦ୍ର କାରୁଆ, ଓ ଉଦଯାପନ ଉତ୍ସବରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟୟ ପ୍ରଧାନ ଶିକ୍ଷୟତ୍ରୀ ଋଷିପ୍ରଭା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂପ୍ରତିକ ସମୟରେ ବିଜ୍ଞାନର ପ୍ରୟୋଗ ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଚିତ୍ତ ରଂଜନ ମହାନ୍ତ, ଅତିଥି ପରିଚୟ କରିଥିବାବେଳେ କୋଷାଧ୍ୟକ୍ଷ ସୁରେନ୍ଦ୍ର ରାଜ, ଉପସଭାପତି ବନ ବିହାରୀ ଦଳେଇ,କୁଳ ପ୍ରମୁଖ ବାବୁଲାଲ ଦାସ, ଉପସ୍ଥିତ ରହି ଶିଶୁ ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥି ଗଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବିଭିନ୍ନ ବିଦ୍ୟାଳୟର ୨୦ ଜଣ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

୧-;ବିଶ୍ଵକର୍ମା ବିସର୍ଜନ ପାଇଁ ଆସିଥିବା ଡି ଜେ ସାଉଣ୍ଡ ବକ୍ସ ଗାଡ଼ି ଥାନାରେ ଅଟକ, ବିଦ୍ଯୁତ ବିଭାଗ କର୍ମୀ ଙ୍କ ମଧ୍ୟରେ ଅଶାନ୍ତି, ସେପଟେ ଥାନାରୁ ବିଦ୍ୟୁତ କଟି ଥାନା ଅନ୍ଧାର ,୨– ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ 

Sunil Chandra Nayak

ନିର୍ବାଚନ ପ୍ରତିଶ୍ରୁତି ରଖିଲେ ସରପଞ୍ଚ, ପିଡ଼ିଏସ ଗୋଦାମ ଗୃହ ଉଦଘାଟନ କଲେ ଉପ ଜିଲ୍ଲାପାଳ ଓ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

ଦାଦନ ଋତୁ ଆରମ୍ଭ ରୁ ବେଲପଡା ପୋଲିସ ଉଦ୍ଧାର କଲା ଦାଦନ ଶ୍ରମିକ 

masiha

Leave a Comment

error: Content is protected !!