ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟି କୁ ନମନ ଵିଁରୋ କା ବନ୍ଧନ କାର୍ଯ୍ୟକ୍ରମ

କଟକ : ଟାଙ୍ଗୀ ଚୌଦ୍ବାର ବ୍ଲକ ଅନ୍ତର୍ଗତ ଗରୁଡ଼ ଗାଁ ପଞ୍ଚାୟତ ଅଧିନସ୍ଥ ବିଶ୍ଵନାହାକାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୨୯ତମ ପ୍ରତିଷ୍ଠା ଦିବସ ଓ ମାଟି କୁ ନମନ ଵିଁରୋ କା ବନ୍ଧନ କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର କଟକ ଓ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ କଲେଜର ଅଧ୍ୟକ୍ଷ ଡ଼ ସଚ୍ଚିଦାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପ୍ରତିଷ୍ଠାତା ସଦସ୍ୟ ତଥା ପ୍ରାକ୍ତନ ସରପଞ୍ଚ ସୁବୋଧ କୁମାର ସାମଲ, ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସମାଜସେବୀ ଗଙ୍ଗାଧର ବେହେରା, ଅବସରପ୍ରାପ୍ତ ସୈନିକ ପୁରାତନ ଛାତ୍ର ରାକେଶ କୁମାର ବେହେରା ଓ ମନୋରଞ୍ଜନ ଛାଟୋଇ ପ୍ରମୁଖ ଯୋଗଦାନ କରି କଲେଜର ଇତିହାସ ଏବଂ କଲେଜର ବିକାଶ ହେବା ସଙ୍ଗେ ସମାଜର ବିକାଶ ନିମନ୍ତେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଏଡ଼ସ ରୋଗର ଭୟାବହତା ଓ ତାର ନିରାକରଣ ନିମିତ୍ତେ ଏକ ସଚେତନତା ପଦଯାତ୍ରା କରିବା ସହ ମାଟି କୁ ନମନ ଵିଁରୋ କା ବନ୍ଧନ ନିମନ୍ତେ ୭୫ଟି ଚାରା ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର କଟକ ର କର୍ମକର୍ତ୍ତା ସହଯୋଗ କରିଥିବାବେଳେ ଯୁବ ରେଡକ୍ରସ୍ ର ଅଧ୍ୟାପକ ଆଲୋକ ରଞ୍ଜନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନା ର ଦ୍ୱିତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ପରିସରରେ ଉତ୍କଳ ଦିବସ ପାଳିତ

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ 

masiha

Leave a Comment

error: Content is protected !!