ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ : ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ;୮୭ ଟି ଅଭିଯୋଗ ଶୁଣିଲେ ତ୍ୱରିତ ପଦକ୍ଷେପ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ 

ତେନ୍ତୁଳିଖୁଣ୍ଟି -୧୪/୦୮/୨୩ –  ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ରେ ୮୭ ଅଭିଯୋଗ ଶୁଣିଥିଲେ। ଆଜି ଏହି ଶିବିର କୁ ୧୮ ଟି ସାମୁହିକ ବା ଗ୍ରାମ ଭିତ୍ତିକ ଅଭିଯୋଗ ଥିଲା ବଳକା ୬୯ ବ୍ୟକ୍ତିଗତ ବିଶେଷ ଭାବେ ପ୍ରଧାନମନ୍ତ୍ରୀ ଆବାସ ଗୃହ ,ରାସନ କାର୍ଡ ରେ ପରିବାର ସଦସ୍ୟ ଙ୍କ ନାମ ଯୋଡି ହେଉନଥିବାରୁ ମୁଣ୍ଡ ପିଛା ଚାଉଳ ରୁ ପରିବାର ସଦସ୍ୟ ବଞ୍ଚିତ ହେଉଥିବା ,ନୂଆ ରେ ବିବାହିତ ଦମ୍ପତ୍ତି ଙ୍କ ନାମ ରେ ରାସନ କାର୍ଡ ନଥିବା ଅଭିଯୋଗ ଥିଲା। ଲକଡ଼ିପଲ୍ଲା ଗ୍ରାମରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା କାମତା ,ଝରିଗୁମ୍ମା ,ଅଞ୍ଚଳଗୁମ୍ମା,ଅଁଳା ଭଟ୍ଟା , ପୂଜାରିଗୁଡା ,ପାତ୍ର ପୁଟ ଆଦି ଗ୍ରାମ ରୁ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ଥିବାରୁ ଛାତ୍ରୀ ଛାତ୍ର ଯିବା ଅସୁବିଧା ହେବା ସହ ବିଦ୍ୟାଳୟ ଯିବା ବିଳମ୍ବ ହେଉଛି ଏହାର ମରାମତି ପାଇଁ ବିଦ୍ୟାଳୟ କମିଟି ସଭାପତି ବିଶ୍ୱଭୂଷଣ ସାହୁ ଓ ଉପସଭାପତି ମଧୁ ସୁଦନ ସାଗରିଆ ଅନୁରୋଧ କରିଥିଲେ। ବାଦୀଗୁଡା ରୁ ଲକଡୀ ପା ଲା ରାସ୍ତା ନବୀକରଣ ଓ ଆଦର୍ଶ ବିଦ୍ୟାଳୟ କୁ ଛାତ୍ର ଛାତ୍ରୀ ଙ୍କୁ ନେଉଥିବା ଡ୍ରାଇଭର ଙ୍କ ପାଇଁ ପାନୀୟ ଜଳ ସୁବିଧା ପାଇଁ ଚିଦାନନ୍ଦ ସାହୁ ଅଭିଯୋଗଦେଇଥିଲେ।ଖାତିଗୁଡା ରେ ଥିବାଉପର ଶିବ ମନ୍ଦିର ପାଇଁ ପାଣିର ସୁବିଧା ପାଇଁ ଗତ ଅଭିଯୋଗ ଶୁଣାଣି ପରେ ହୋଇନଥିବା ନେଇ ଅଭିଯୋଗ କରିଥିଲେ। ମୁଷମୁଣ୍ଡି ଗୁଡା ରୁ ପାତ୍ର ପୁଟ ରାସ୍ତା ତୁରନ୍ତ ଚଳା ଚଳ ଯୋଗ୍ୟ କରିବାକୁ ସମିତି ସଭ୍ୟ ଦିଲିପ ପ୍ରଧାନୀ ଅଭିଯୋଗ କରିଥିଲେ। ଅଞ୍ଚଳଗୁମ୍ମା ରୁ ଝରିଗୁମ୍ମା ରାସ୍ତା ପାଇଁ ଅଵସର ପ୍ରାପ୍ତ ଶିକ୍ଷକ ରମେଶ ବିଶୋଇ ଅଭିଯୋଗ କରିଥିଲେ। ଖାତିଗୁଡା ଠାକୁରାଣୀ ମନ୍ଦିର ନବୀକରଣ ଓ ମନ୍ଦିର ର ନୀତିକାନ୍ତି ପରିଚାଳନା ପାଇଁଆର୍ଥିକ ବ୍ୟବସ୍ଥା ପାଇଁ କଲ୍ୟାଣ ମଣ୍ଡପ ଦାବୀ ମଧ୍ୟ ଅଭିଯୋଗ ରହିଥିଲା। ଆଜିର ଅଭିଯୋଗ ଶୁଣାଣି ରେ ସବୁଠାରୁ ରୋଚକ ଅଭିଯୋଗ ଥିଲା ଗୌଡ଼ ଦେଓପାଲି ଗ୍ରାମ ପଞ୍ଚାୟତ ରେ କୃଷି ଭିତ୍ତିକ ଶିଳ୍ପ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା ଦାବୀ ଓ ପ୍ଲାଣ୍ଟ ପାଇଁ ରାଜସ୍ୱ ନିରୀକ୍ଷକ ଙ୍କ ଦ୍ଵାରା ଚିହ୍ନଟ 42 ଏକର ଜମିର ସ୍କେଚ ମ୍ୟାପ ଓ ଜଳଭଣ୍ଡାର ଜଳ ସୁବିଧା ସମ୍ପର୍କିତ ତଥ୍ୟ ସମ୍ବଳିତ ଦାବୀ। ଜିଲ୍ଲାପାଳ ଏ ଦିଗରେ ଆଗକୁ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀ ଅନନ୍ୟା ଦାଶ ଙ୍କୁ ଦାୟିତ୍ୱ ଦେଇଥିଲେ। ବରଡ଼ା ଝୋଡି ର ଆଧାର ଓ ଭୋଟ ପରିଚୟ ପତ୍ର ରେ ଉଲ୍ଲେଖ ବୟସ ତାରତମ୍ୟ ଯୋଗୁଁ ଭତ୍ତା ପାଇ ପାରୁନଥିବା 9 ଜଣଙ୍କ ମଧ୍ୟରୁ 5 ଜଣ ଙ୍କ ବାର୍ଦ୍ଧକ୍ୟ ଭତ୍ତା ସ୍ୱୀକୃତି ମିଳିଥିଲା। ଆଜି 30 ଜଣ ଙ୍କୁ ପେନସନ , 15 ଜଣ ଙ୍କୁ ଆଶା ବାଡ଼ି , ଦୁଇ ଜଣଙ୍କୁ ଟ୍ରା ଇ ସାଇ କେଲ , ଦୁଇ ଜଣ ଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଛି। ଆଜି ଏହି ଶୁଣାଣି ଶିବିର ରେ ଏସ ପି ଏସ ସୁଶ୍ରୀ ,ଅତିରିକ୍ତ ଜିଲ୍ଲାପାଳ ମହେଶ ଚନ୍ଦ୍ର ଦାସ , ଜିଲ୍ଲା କୃଷି ଅଧିକାରୀ ବିଭୁ ଭୂଷଣ ମହାକୁଲ ,ବ୍ଲକ କୃଷି ଅଧିକାରୀ ବରୁଣ ଧନଫୁଲ , ଏସ ଡି ପି ଓ ଆଦିତ୍ୟସେନ ,ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ବୁନାପାତ୍ର , ହର୍ଟିକଲଚର ର ତେଜସ୍ୱିନୀ ନାୟକ ,ବ୍ଲକ ଶିକ୍ଷାଧିକାରୀ ସୌମେନ୍ଦ୍ର ଭୌମିକ , ପ୍ରକଳ୍ପ ପ୍ରଶାସକ ଆଇ ଟି ଡି ଏ, ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ରାକେଶ ରୋଶନ , ଭାରପ୍ରାପ୍ତ ତହସିଲଦାର ହିମାଂଶୁ ଶେଖର ଦାସ ,ଫରେଷ୍ଟର ଅମିତ ଦାସ , ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ବାରିକ ଓ ପି ସନ୍ତୋଷ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜଗମୋହନ ମାଝୀ ,ବିପ୍ପଣୀ ନିରୀକ୍ଷକ ରୋହିତ ମାଝୀ , ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବ୍ଲକ ସ୍ତରୀୟ “ନିପୁଣ ଓଡିଶା ମେଳା ” ଅନୁଷ୍ଠିତ

masiha

ବୃଦ୍ଧା ଙ୍କ ଅଭିଶପ୍ତ ଜୀବନ ହାଡ ଭଙ୍ଗା ଶୀତରେ ଛିଣ୍ଡା ଜରି ଭରସା

masiha

Pana Distribution Event Celebrates Odia New Year and Hanuman Jayanti  

masiha

Leave a Comment

error: Content is protected !!