ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରାୟଣପାଟଣା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ନାରାଣପାଟଣା:ତା ୧୪/୮/୨୩ // କୋରାପୁଟ ଜିଲ୍ଲାର ନାରାଣପାଟଣା ଥାନାରେ ନୂତନ ଥାନା ଅଧିକାରୀ ଭାବେ ପରମାନନ୍ଦ ସୁନାନୀ ଆଜି ଯୋଗଦାନ କରିବା ସହ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ନବରଂଙ୍ଗପୁରୁ ଜିଲ୍ଲା କୋଷାଗୁମୁଡା ଥାନାର ଜଣେ ଦକ୍ଷ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉ ଥିବା ଜଣାପଡ଼ିଛି । ତେବେ ନାରାଣପାଟଣା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସାଙ୍ଗକୁ ଜନସାଧାରଣ ଏବଂ ପୋଲିସ ବିଭାଗ ମଧ୍ୟରେ ସୁସମନ୍ୱୟ ରକ୍ଷା କରି ଉପଯୁକ୍ତ ଆଇନ ସେବା ଯୋଗାଇଦେବେ ବୋଲି ଶ୍ରୀ ସୁନାନୀ ପ୍ରକାଶ କରିଛନ୍ତି ।ଏହି ଅବସରରେ ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ସୌଜନ୍ୟ ମୂଳକ ସାକ୍ଷାତ କରି ତାଙ୍କୁ ସ୍ୱାଗତ ତଥା ଶୁଭେଚ୍ଛା ଜଣାଇଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ହାତିବନ୍ଧା ଗ୍ରାମ ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ପୁରସ୍କାର

କର୍ଲାମୁଣ୍ଡା ବ୍ଲକ କୃଷକ ସାଥି ଉତ୍ପାଦକ କମ୍ପାନୀର ୩ୟ ବାର୍ଷିକ ସାଧାରଣ ସଭା 

Sunil Chandra Nayak

ସାଦିକପୁର ସ୍କୁଲରେ ୱାଟର ଫିଲଟର ମେସିନ ଲଗାଇଲା ଇସାଫ୍ ବ୍ୟାଙ୍କର ଏଲ୍ଏଲ୍ଏମ୍ଏସ୍ ଫାଇନାନ୍ସ ସଂସ୍ଥା

masiha

Leave a Comment

error: Content is protected !!