ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୭ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ 

ଚିଲିଗୁଡା ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ପକ୍ଷରୁ ୭୭ ତମ ସ୍ୱାଧୀନତା ଦିବସ ମହାସମା ରୋହରେ ପାଳିତ ହୋଇଯାଇଛି ।ଚିଲିଗୁଡା ଫାଣ୍ଡିରେ ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ପତାକା ଉତ୍ତୋଳନ କରିଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟଗୁରୁ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଷ୍ମୀଧର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଏବଂ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ସମ୍ମାନିତ ଅତିଥି ରୂପେ ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ,ସ୍କୁଲ ସଭାପତି ଜୟରାମ ରଣା ,ସାମ୍ବାଦିକ ସୁନ୍ଦର ମୋହନ ଛ ତ୍ରିଆ ,ବ୍ୟମାକେଶ ପୁରୋହିତ ,ଶିକ୍ଷାବିତ ପଦ୍ମ ନାଭ ନାଗ ,ବୈକୁଣ୍ଠ ନ।ଏକ ,ରାଧେ ଶ୍ୟାମ ନାଗ , କ୍ଷମା ଶିଳା ଛତ୍ରିଆ ,ବୈଦେହୀ ନାଗ ପ୍ରମୁଖ ଯୋଗଦାନ କରି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।କାର୍ଯ୍ୟକ୍ରମ ରେ ଶିକ୍ଷକ ଡୁ ଲେଶ୍ୱର କୁମାର ମଞ୍ଚ ପରିଚାଳନା କରି ଥିବା ବେଳେ ଶିକ୍ଷକ ପରମେଶ୍ୱର ମାଝି ,ଦୁର୍ବାସ। ପଟେଲ ,ପ୍ରତାପ ମଳିକ ,ଶାନ୍ତନୁ ରାଉତ ଏବଂ ଅରୁପମ। ନନ୍ଦି ପ୍ରମୁଖ ସହଯୋଗ କରିଥିଲେ ।ଠିକ ସେହିପରି ବୀର ଚହରିଆ ସାଂସ୍କୃତିକ ଅନୁଷ୍ଠାନ ରେ ଫାଣ୍ଡି ଅଧିକାରୀ ସୁବୋଧ କୁମାର ପତାକା ଉତ୍ତୋଳନ କରି ଥିବା ବେଳେ ନୀଳ ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀ ପତାକା ଉତ୍ତୋଳନ କରିଥିଲେ ।ସ୍ୱାଧୀନତା ଦିବସ ପାଳନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

World Water Day observed by the Institute of Engineers(India) Rourkela local centre

Sunil Chandra Nayak

ରାୟଗଡ଼ା ବ୍ଲକର ଷଷ୍ଠ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁରରେ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସର୍ବଦଳୀୟ ବୈଠକ

masiha

Leave a Comment

error: Content is protected !!