ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନପାଳଙ୍କ ନାଁରେ ଟଙ୍କା ଆତ୍ମସାତ ଅଭିଯୋଗ, ପ୍ରତିବାଦରେ ଫରେଷ୍ଟ ଅଫିସ ଆଗରେ ଧାରଣା

କୋକସରା,୨୧ା୩ – କଳାହାଣ୍ଡି ଜିଲ୍ଲା ଧର୍ମଗଡ ବନାଞ୍ଚଳ ଆମପାଣି ସେକ୍ସନ ଆମ ଜଙ୍ଗଲ ଯୋଜନାରେ କାମ କରି ଶ୍ରମିକ ଟଙ୍କା ପାଇ ନଥିବା ବେଳେ ଆମପାଣି ବନପାଳ ଜଗନ୍ନାଥ ନାଗ ଶ୍ରମିକ ମାନଙ୍କ ଲକ୍ଷାଧିକ ଟଙ୍କା ଭିଏସଏସ କମିଟି ର ସଭାପତି ଙ୍କ ଦସ୍ତଖତ ଜାଲିଆତି କରି ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇ ଆସୁଛି । ଏନେଇ ବିଭିନ୍ନ ସମୟରେ ୬ ଗୋଟି ବନ ସୁରକ୍ଷା ସମିତି ର କର୍ମକର୍ତ୍ତା ଓ ଶ୍ରମିକ ମାନେ ସାଙ୍ଘାତିକ ଅଭିଯୋଗ କରି ଆସୁଛନ୍ତି । ବନ ସୁରକ୍ଷା ସମିତି ପକ୍ଷରୁ ଆମପାଣି ସେକ୍ସନ ବନପାଳଙ୍କ ବିଭିନ୍ନ ଦୁର୍ନିତି ବିରୋଧରେ ସ୍ଥାନୀୟ ଧର୍ମଗଡ ଫରେଷ୍ଟ ରେଞ୍ଜ ଅଫିସର ଠାରୁ ଆରମ୍ଭ କରି କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିକାରୀ ସମେତ ଆଞ୍ଚଳିକ ବନ ସଂରକ୍ଷକ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ବନପାଳଙ୍କ ବିରୋଧର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏହାକୁ ବିରୋଧ କରି ସୋମବାର ଜଙ୍ଗଲ ସୁରକ୍ଷା ସମିତି ର କର୍ମକର୍ତ୍ତା ଓ ଶ୍ରମିକ ମାନେ ଫରେଷ୍ଟର ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଓ ପ୍ରାପ୍ୟ ଦାବି ରେ ଫରେଷ୍ଟ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର କାଉର ପହଞ୍ଚି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରି ମଙ୍ଗଳବାର ଏକ ବିଭାଗୀୟ ଟିମ ଆସି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଦୋଷୀ ଅଧିକାରୀ ଙ୍କ ବିରୋଧରେ କୌଣସି ଠୋସ ପ୍ରମାଣ ମିଳିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶୃତି ଦେବା ସହ ଯେଉଁ ଶ୍ରମିକଙ୍କ ପ୍ରାପ୍ୟ ମିଳିନାହିଁ ତାହା ମଧ୍ୟ ତଦନ୍ତ ପରେ ଦିଆଯିବ ବୋଳି କହିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ହେଲେ ଏଠାରେ ପ୍ରଶ୍ନ ଉଠେ ଯେ ସଂପୃକ୍ତ ବନପାଳ ପୂର୍ବରୁ ରଏନଗୁଡା ବିଟ୍ ରେ ଫରେଷ୍ଟ ଗାର୍ଡ ଭାବେ ନିୟୋଜିତ ହୋଇଥିଲେ । ଫରେଷ୍ଟର ଭାବେ ପ୍ରମୋଶନ ପାଇ ପୁଣି ଏହି ଅଞ୍ଚଳକୁ ଆସି ଅନେକ ମିଥ୍ୟା ବିଲ୍ ଭାଉଚର କରି ସରକାର ବନୀକରଣ ପାଇଁ ଦେଉଥିବା କୋଟି କୋଟି ଟଙ୍କା କୁ ଲୁଟ କରୁଥିବା ଅଭିଯୋଗ ହୋଇ ଆସୁଛି । କେଉଁ ଉପରିସ୍ଥ ଅଧିକାରୀ ନିଜ ସ୍ୱାର୍ଥ ସାଧନ ପାଇଁ ନିଜ ହାତ ବାରିସୀ ସଦୃଶ୍ୟ ଅଧିକାରୀ ଙ୍କୁ ଏଠାରେ ନିୟୋଜିତ କରିଛନ୍ତି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାମ କରୁଥିବା ଶ୍ରମିକ ଙ୍କୁ ପଇସା ଦେଉନଥିବା ବେଳେ ଆଦୌ କାମ କରିନଥିବା ବିଭିନ୍ନ ଲୋକଙ୍କୁ ଶ୍ରମିକ ଦର୍ଶାଇ ବ୍ୟାଙ୍କ ଏକାଉଣ୍ଟ ରେ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ କରି ସରକାରୀ ଅର୍ଥ ବାଟ ମାରଣା କରୁଥିବା ଅଭିଯୋଗ ହେଉଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆସିବ ବୋଲି ଜଙ୍ଗଲ ସୁରକ୍ଷା କମିଟି ର ସଦସ୍ୟ ମାନେ କହିଛନ୍ତି । ଆଜିର ଏହି ଧାରଣା ରେ କନ୍ଦାଗଡ଼ ଭିଏସ୍‌ଏସ୍ କମିଟି ର ସଭାପତି ଦୈତାରୀ ଦଳପତି, ରଏନଗୁଡା ସଭାପତି ରଘୁନାଥ ନାଏକ, ତଲାଗାଁ ସଭାପତି ଭଜମନ ନାଏକ, ନୂଆଗାଁ ସଭାପତି ଚକ୍ରଧର ବାଗ, ଜିତେନ୍ଦ୍ର ପଣ୍ଡା, ଚନ୍ଦ୍ରମଣି ନାଏକ, ଲିଙ୍ଗରାଜ ନାଏକ, କେଶରୀ ପୂଝାରୀ, ଯୁବନେତା ସନ୍ତୋଷ ମାଝୀ, ପିପଲଝାପର ଭିଏସ୍‌ଏସ୍ ସଭାପତି ସୁବାଷ ଖସେର୍ଲ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନି ହଂସ ସମେତ ଶତାଧିକ ଶ୍ରମିକ ଉପସ୍ଥିତ ରହିଥିଲେ । ମ ନି ସ 

Related posts

କବିତା – ଡର

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ମୁକ୍‌ଲା ବାଲ୍‌

Sunil Chandra Nayak

ରାଇପୁର ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!