ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ସ୍ଥାନରେ ମହା ସମାରୋହ ରେ ସ୍ୱାଧୀନତା ଦିବସ ପାଳିତ

ତେନ୍ତୁଳିଖୁଣ୍ଟି ୧୬/୦୮/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ପଞ୍ଚାୟତ ସମିତି କାର୍ଯ୍ୟାଳୟ ,ତହସିଲ,ବିଭିନ୍ନ ବିଦ୍ୟାଳୟ ,ବିଭିନ୍ନ ସଙ୍ଗଠନ ,ଓ ସାମାଜିକ ଅନୁଷ୍ଠାନ ରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ୱାଧୀନତା ଦିବସ ଅବସରରେ ପନ୍ଦର ଟି ଯାକ ପଞ୍ଚାୟତ ରେ ଅମୃତ ସରୋବର ନିକଟରେ ଅବା ପଞ୍ଚାୟତ ବନ୍ଧ ପରିସରରେ 75 ଟି ଲେଖାଏଁ ବୃକ୍ଷ ରୋପଣ କରାଯାଇଥିଲା। ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ନୂତନହିତାଧିକାରୀ ଭତ୍ତା ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭତ୍ତା ବଣ୍ଟନ କରିଥିଲେ। 

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତିର ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ,ତହସିଲ ରେ ତହସିଲଦାର ହିମାଂଶୁ ଶେଖର ଦାସ, ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ରେ ଲ୍ୟାମ୍ପ ଅଧ୍ୟକ୍ଷ ଅଖିଳ ଭତ୍ରା ,ଡ୍ରାଇଭର ମହାସଂଘ କାର୍ଯ୍ୟାଳୟ ରେ ବିଧାୟକ ସଦାଶିବ ପ୍ରଧାନୀ ,ଅଞ୍ଚଳଗୁମ୍ମା ଲ୍ୟାମ୍ପ ରେ ଦିଲିପ ପ୍ରଧାନୀ , ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ରେ ବି ଇ ଓ ସୌମେନ୍ଦ୍ର ଭୌମିକ , ବ୍ଲକ କୃଷି କାର୍ଯ୍ୟାଳୟ ଓ ଆତ୍ମା କାର୍ଯ୍ୟାଳୟ ରେ ବି ଏ ଓG ବରୁଣ ଧନଫୁଲ ପତାକା ଉତ୍ତୋଳନ କରିଥିଲେ। ବ୍ଲକ ର ମୁଖ୍ୟ ବ୍ୟବସାୟ କେନ୍ଦ୍ର ଖାତିଗୁଡା ରେ ଥିବା ଚାମ୍ବର ଅଫା କମର୍ସ ରେ ମଧସ୍ୱାଧୀନତା ଦିବସ ପାଳନ ପ୍ରତିବର୍ଷ ଭଳି ପାଳନ କରିଥିଲେ।ଚଳିତ ବର୍ଷ ଏହି ଅଵସର ରେ ନିଟ ରେ ସଫଳ ହୋଇଥିବା ଅନନ୍ତ ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଖାତିଗୁଡା ଷ୍ଟେଟ ବ୍ୟାଙ୍କ ର ଶାଖା ପରିଚାଳକ ସୁଦୀପ୍ତ ପଧାନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜବାହର ନବୋଦୟ ବିଦ୍ୟାଳୟ ଇଣ୍ଡସ ପବ୍ଲିକ ସ୍କୁଲ ରେ ଖାତିଗୁଡା ଥାନା ଆଇ ଆଇ ସି ମହେଶ ଗଲୋରୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଇନ୍ଦ୍ରାବତୀ ଡ୍ୟାମ ସର୍କଲ କାର୍ଯ୍ୟଳୟ ରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସଂଜୀବ କୁମାର ଭତ୍ରା ,ଇନ୍ଦ୍ରାବତୀ ସୁରକ୍ଷାକର୍ମୀ ସଙ୍ଘ ରେ ସଭାପତି ନୀଳମ୍ବର ପରିଛା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ୱାଧୀନତା ଦିବସ ଅଵସର ରେ ସ୍ଥାନୀୟ ବ୍ୟବସାୟୀ କୃପାନିଧି ରାଉତ ଓ ସ୍ଥାନୀୟ ଯୁବ ସଂଗଠନ ର କର୍ମକର୍ତ୍ତା ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ପରିସର ରେ 75 ଟି ବୃକ୍ଷ ରୋପଣ କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କନ୍ଧମାଳ ମହୋତ୍ସବ ଓ ପଲ୍ଲଶ୍ରୀ ମେଳା ୨୦୨୩ ଅନୁଷ୍ଠିତ। କନ୍ଧମାଳ ର ଆଦିବାସୀ ଲୋକନୃତ୍ୟ ରେ ମଞ୍ଚ ଦୁଲୁକିଲା

Sunil Chandra Nayak

ନୂଆପଡାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ; ଚୋରା ମଦ ଦୋକାନ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ 

Sunil Chandra Nayak

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୪ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!