ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିଟାମାଟି କୁ ଫେରିବା ବାଟରେ ଦାଦନ ଶ୍ରମିକଙ୍କ ବସ୍‌ରେ ମୃତ୍ୟୁ , ମଟର ସାଇକେଲରେ ଶବ ବୋହିଲେ ସମ୍ପର୍କୀୟ

ଦାଦନ ଖଟିବାକୁ ହାଇଦ୍ରାବାଦ କୁ ଗତ ୨ ମାସ ତଳେ ଯାଇଥିଲେ।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କା ଦୋ।ପଦର ଗାଁ ର ଯୁବକ ହେଲେ ଗତ କିଛିଦିନ ତଳେ ଶରୀର ଅସୁସ୍ଥ ହେବା ପରେ ହାଇଦ୍ରାବାଦ ରୁ ଦୁଇ ଜଣ ସାଥି ଶ୍ରମିକଙ୍କ ସାହାଯ୍ୟ ରେ ସଙ୍ଗିଟା ନାମକ ଯାତ୍ରୀବାହୀ ବସ୍‌ରେ ନିଜ ଭିଟାମାଟିକୁ ଫେରୁଥିଲେ, ହେଲେ ଭିଟାମାଟି କୁ ଆଉ ସେ ଫେରିଲେ ନାହିଁ ଫେରିଲା ଶବ ।ଆସିବା ବାଟରେ ବେଳେ ନବରଙ୍ଗପୁର ନିକଟରେ ଯାତ୍ରୀବାହୀ ବସ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଦାଦନ ଶ୍ରମିକ ଜୟପାଟଣା ବ୍ଲକ କାଦୋପଦର ଗ୍ରାମର ଯୁବକ ଗିରିଧାରି ବାଗ ବୋଲି ଜଣାପଡିଛି। ତେବେ ଆମପାଣି ରେ ବସ ପହଞ୍ଚିବା ପରେ ସମ୍ପର୍କୀୟ ମାନେ ଆଗରୁ ଖବର ପାଇ ଅପେକ୍ଷା କରି ରହିଥିଲେ।ଖବର ପାଇ ଆମପାଣି ସରପଞ୍ଚ ଙ୍କ ପ୍ରତିନିଧି ମନୋରଞ୍ଜନ ବାଣୁଆ ଆସି ଶବ ବାହକ ଗାଡି ବ୍ୟବସ୍ଥା କରିବାକୁ କହିବା ପରେ ମଧ୍ୟ ବିଡମ୍ବନାର ବିଷୟ ଦାଦନ ଶ୍ରମିକଙ୍କ ମୃତ୍ୟୁ ପରେ ଶବକୁ ଦୁଇ ଯୁବକ ଏକ ବାଇକ୍‌ରେ ନେଇ ଆମପାଣି ବିଜୁ ଏକ୍ସପ୍ରେସ୍ ୱେ ରାସ୍ରା ଠାରୁ ନିଜ ଗାଁ କାଦୋପଦର ନେଇ ଯାଇଥିଲେ। ସୂଚନା ମତେ ଗତ ଦୁଇ ମାସ ତଳେ ଜୟପାଟଣା ବ୍ଲକ ବାନେର ପଞ୍ଚାୟତ କାଦୋପଦର ଗାଁର ଯୁବକ ଗିରିଧାରୀ ବାଗ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବରେ ନିୟୋଜିତ ଥିଲେ। ହେଲେ ହଠାତ୍ ଶରୀର ଅସୁସ୍ଥ ହେବାରୁ, ଘରକୁ ଫେରିବା ସମୟରେ ବସରେ ଜୀବନ ଚାଲିଯାଇଥିଲା। ଗାଁ ରେ ଶବ ପହଞ୍ଚିବା ପରେ ଗାଁ ମଶାଣି ରେ ଶବ ଶେଷକୃତ୍ୟ।କରାଯାଇଛି। ତେବେ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବଣିକ କଲ୍ୟାଣ ସଂଘର ମହାଯଜ୍ଞ ଓ ପ୍ରବଚନ ଆସନ୍ତା ୨ ରୁ

Sunil Chandra Nayak

ଲୁହାଶିଳା ପଞ୍ଚାୟତ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଆଭାଷୀ କାର୍ଯ୍ୟକ୍ରମରେ ଆମ ବ୍ୟାଙ୍କ ଉଦଘାଟିତ

masiha

ଆସନ୍ତା ୨୨ ରାଉରକେଲାରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ଜଙ୍ଗଲ ଜଲୁଛେ 

Sunil Chandra Nayak

Leave a Comment

error: Content is protected !!