ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେହେରା ଠାରେ  ନବପଲ୍ଲବ ଶିରୋନାମା ରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଧର୍ମଗଡ ବ୍ଲକ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନବପଲ୍ଲବ ଶିରୋନାମା ରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଉକ୍ତ ଉତ୍ସବରେ ଦ୍ବିତୀୟ ବର୍ଷ ର ଛାତ୍ରଛାତ୍ରୀ ଙ୍କ ଦ୍ବାରା ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ଫୁଲ,ଚନ୍ଦନ ଦେଇ ସ୍ନେହ,ଶ୍ରଦ୍ଧା,ଶୁଭେଚ୍ଛା ଅର୍ପଣ କରିଥିଲେ। କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ୱରେ ମୂଖ୍ଯ ବକ୍ତା ଭାବେ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅଧ୍ଯାପକ ନିକୁଞ୍ଜ ସାହୁ, ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ, ଅଧ୍ୟାପକ ମୋହନ ଚରଣ ବିଶି, ଗ୍ରନ୍ଥାଗାର ସହାୟକ ଫକିର ଚଣ୍ଡି, ଖେଳ ଶିକ୍ଷକ ସୁରେନ୍ଦ୍ର ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ପରାର୍ମଶ ଦେବା ସହ ଉଜ୍ଜ୍ବଳ ଭବିଷ୍ଯତ ଗଠନ ପାଇଁ ଦିଗଦର୍ଶନ କରିଥିଲେ। ଏହି ଅବସରରେ ଦ୍ବିତୀୟ ବର୍ଷ ଛାତ୍ରୀ ଶିବାନୀ ପୂଝାରୀ, ସୁରେଶ୍ବରୀ ନାଏକ, ଚୁଡାମଣି ତିୱାରୀ, ଯସମିନ୍ ନାଗ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ । ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ମାନେ ତାଙ୍କ ଅନୁଭୁତି ବର୍ଣ୍ଣନା କରିଥିଲେ। ଛାତ୍ର ବୈବସୂତ ବିନବର୍ଗିଆ ଓ ସଞ୍ଜୟ ନାଏକଙ୍କ ସଂଯୋଜନା ରେ ଦ୍ବିତୀୟ ବର୍ଷ ଛାତ୍ରୀ ସୁରେଶ୍ବରୀ ନାଏକ, ଯସମିନ୍ ନାଗ, ଶିବାନୀ ପୂଝାରୀ, ଲିପ୍ସା ସାହୁ, ଝାନସି ନାଏକ, ଚୁଡାମଣି ତିୱାରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରିଶେଷରେ ଯୋଗମାୟା ପାଣ୍ଡେ ଓ ବର୍ଷା ରାଣୀ ମେହେର ଧନ୍ଯବାଦ ଅର୍ପଣ କରିଥିଲେ। ଅଶୋକ ଚଣ୍ଡୀ ଓ ସାନୁର୍ଯ୍ୟ ଗୋପାଳ ଓ ଦ୍ବିତୀୟ ବର୍ଷ ର ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନୂଆପଡାରେ ରାଜସ୍ୱ ବିଭାଗ ସମୀକ୍ଷା ବୈଠକ ଅନୁଷ୍ଠିତ l ପ୍ରଥମ ‘ରାଜସ୍ୱ ମିତ୍ର ପୁରସ୍କାର’ ରେ ସମ୍ମାନିତ ହେଲେ ଅନନ୍ତ ଶବର 

Sunil Chandra Nayak

ଫଗୁଣରେ ବିଚିତ୍ର ସ୍ଥିତି,ରାତିରେ କାକର ଦିନରେ ତାତି 

masiha

ନିୟମର ଖୋଲା ଉଲଂଘନ କରି ଗାଡ଼ି ସୋରୁମ : ପରିବହନ ଅଧିକାରୀ ଲୁଚାଉଛନ୍ତି ତଥ୍ୟ

Sunil Chandra Nayak

Leave a Comment

error: Content is protected !!