ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡା ଏକଳ ବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଆଞ୍ଚଳିକ ଏକଳ ବିଦ୍ୟାଳୟ ପକ୍ଷରୁ ବୃକ୍ଷ ରୋପଣ ହୋଇ ଯାଇଛି l ସ୍ଥାନୀୟ ମାଁ ତାରିଣୀ ଶୈବ ଶକ୍ତି ମନ୍ଦିର ସାମ୍ନା ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷ ରୋପଣ କରାଯାଇଛି l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବ୍ଲକ ବଜରଙ୍ଗ ଦଳ ପ୍ରମୁଖ ସୁଶାନ୍ତ ମଲ୍ଲିକ ଏବଂ ରିଷିଡା ଆଞ୍ଚଳିକ ଏକଳ ବିଦ୍ୟାଳୟ ପରିଚାଳିକା ସୁଶ୍ରୀ ପୁଷ୍ପା ଦଣ୍ଡସେନାଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀମାନେ ଆଠ ପ୍ରଜାତିର ଚାରା ରୋପଣ କରିଥିଲେ l ଏଥିରେ ଆମ୍ବ, ପଣସ, ନଡିଆ, ବେଳ, ଅଁଳା ଆଦି ଗଛ ରହିଛି l ଏକଳ ବିଦ୍ୟାଳୟ ପରିଚାଳିକା ସୁଶ୍ରୀ ଦଣ୍ଡସେନା ଓ ବଜରଙ୍ଗ ଦଳ ବ୍ଲକ ପ୍ରମୁଖ ଶ୍ରୀ ମଲ୍ଲିକ ଭବିଷ୍ୟତରେ ପରିବେଶ କିପରି ଭଲ ରହିବ, ସେ ଉପରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ନାମ ସଙ୍କିର୍ତ୍ତନ ସହିତ ଧୁମଧାମରେ ନୂଆବର୍ଷ ପାଳିଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!