ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡା ଏକଳ ବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଆଞ୍ଚଳିକ ଏକଳ ବିଦ୍ୟାଳୟ ପକ୍ଷରୁ ବୃକ୍ଷ ରୋପଣ ହୋଇ ଯାଇଛି l ସ୍ଥାନୀୟ ମାଁ ତାରିଣୀ ଶୈବ ଶକ୍ତି ମନ୍ଦିର ସାମ୍ନା ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷ ରୋପଣ କରାଯାଇଛି l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବ୍ଲକ ବଜରଙ୍ଗ ଦଳ ପ୍ରମୁଖ ସୁଶାନ୍ତ ମଲ୍ଲିକ ଏବଂ ରିଷିଡା ଆଞ୍ଚଳିକ ଏକଳ ବିଦ୍ୟାଳୟ ପରିଚାଳିକା ସୁଶ୍ରୀ ପୁଷ୍ପା ଦଣ୍ଡସେନାଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀମାନେ ଆଠ ପ୍ରଜାତିର ଚାରା ରୋପଣ କରିଥିଲେ l ଏଥିରେ ଆମ୍ବ, ପଣସ, ନଡିଆ, ବେଳ, ଅଁଳା ଆଦି ଗଛ ରହିଛି l ଏକଳ ବିଦ୍ୟାଳୟ ପରିଚାଳିକା ସୁଶ୍ରୀ ଦଣ୍ଡସେନା ଓ ବଜରଙ୍ଗ ଦଳ ବ୍ଲକ ପ୍ରମୁଖ ଶ୍ରୀ ମଲ୍ଲିକ ଭବିଷ୍ୟତରେ ପରିବେଶ କିପରି ଭଲ ରହିବ, ସେ ଉପରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

୧-; ଛଦେଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ବୁଲି ଦେଖି ତୁରନ୍ତ ସହାୟତା ଦାବି କଲେ ପୂର୍ବତନ ବିଧାୟକ, ୨- ବାଙ୍ଗୁରସିଂହ ପଞ୍ଚାୟତ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ନେଇ ସହାୟତା ପ୍ରଦାନ ପ୍ରଶାସନକୁ ଅନୁରୋଧ କଲେ ସମାଜସେବୀ ଶ୍ରୀଯୁକ୍ତ ଜଗବନ୍ଧୁ ଦଳେଇ

Sunil Chandra Nayak

ଓଭସା ବୌଦ୍ଧ ପକ୍ଷରୁ ସମ୍ବର୍ଦ୍ଧନା ସଭା

masiha

ଜନଜାତିୟ ଗୌରବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!