ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରା ଗ୍ରାମ ରେ ଲକ୍ଷାଧିକ ଟଙ୍କା ର ସୁନା ଗହଣା ଚୋରି

   ଧର୍ମଗଡ଼ – କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗ୍ରାମରେ ଏକ ବଡ ଧରଣର ଚୋରି ହେଇ ଯାଇଛି। ବେହେରା ଗ୍ରାମ ପ୍ରରମ୍ଭ ରେ ଥିବା ମଙ୍ଗଲମ ଜ୍ବେଲର୍ସ ନାମକ ଗୋଟିଏ ଦୋକାନରେ ଗତକାଲି ରାତି ରେ ଲକ୍ଷାଧିକ ଟଙ୍କା ର ସୁନା ସହିତ ୧୨କିଗ୍ରା ରୁପା ଦୁର୍ବତ୍ତ ମାନେ ଚୋରି କରି ନେଇଥିବା ସୂଚନା ମିଳିଛି। ଦୋକାନ ମାଲିକ ଏ ସମ୍ପର୍କ ରେ କୋକସରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ବେହେରା ଗ୍ରାମ ହେଉଛି କଳାହାଣ୍ଡି ର ଏକ ବଡ ଗ୍ରାମ ପଞ୍ଚାୟତ। ବେହେରା ରେ ଏକ ପୋଲିସ ଥାନାର ଆବଶ୍ଯକ ଅଛି ବୋଲି ବହୁ ଥର ଗଣମାଧ୍ୟମ ରେ ପ୍ରଚାରିତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କିଛି ହେଇ ନାହିଁ। ମାଲିକ ପିଣ୍ଟୁ ଆଚାରି ଙ୍କ କହିବା ଅନୁଯାୟୀ ରାତି ୧୨ଟା ଯାଏଁ ସେମାନେ ଦୋକାନରେ କାମ କରିଥିଲେ ପରେ ଦୋକାନ ବନ୍ଦ କରି ଘରକୁ ଯିବା କିଛି ସମୟ ପରେ ଦୋକାନ ସାମ୍ନା ରେ ଥିବା ଷ୍ଟ୍ରିଟ୍ ଲାଇଟ କୁ ବନ୍ଦ କରି ସଟର ର ତାଲା ଭାଙ୍ଗି ଚୋରି ହେଇଛି। ଏଠାରେ ପ୍ରକାଶ ଥାଉକି ଆଗାମୀ ଦିନରେ ବେହେରା ରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ର ଶାଖା ଖୋଲିବାକୁ ଯାଉଛି। ଯଦି ବେହେରା ରେ ଏକ ଥାନା ସ୍ଥାପନ ହେଲେ ଆଇନ ଶୃଂଖଳା ରକ୍ଷା ହେବା ସହ ଜନସାଧାରଣ ଙ୍କ ଧନ ଜିବନ ସୁରକ୍ଷିତ ରହିବ । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

କର୍ଲାମୁଣ୍ଡା ବ୍ଲକରେ ସ୍ୱଚ୍ଛଗ୍ରାମ ସବୁଜଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ସ୍ୱେଚ୍ଛାସେବୀ ସହାୟକ ତାଲିମ ଶିବିର ଉଦଯାପିତ

Sunil Chandra Nayak

ଭର୍ଚୁଆଳ ମୋଡ ରେ କୋକସରା ବ୍ଲକର ୭ ସ୍ମାର୍ଟ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!