ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଇକରେ ଗଞ୍ଜେଇ ଚାଲାଣ ବେଳେ ଜଣେ ଗିରଫ

ପାପଡାହାଣ୍ଡି 20/08,ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମିରୀଗୁଡା ଛକ ନିକଟରୁ ପୋଲିସ ଏକ ବାଇକରେ ଗଞ୍ଜେଇ ଚାଲାଣ ବେଳେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଜବତ ବାଇକରୁ 11 କେଜି 500 ଗ୍ରାମ ଗଞ୍ଜେଇ ଜବତ ହୋଇଛି | ବିଶେଷ ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ନିର୍ଦେଶ ଅନୁଯାୟୀ ସବ ଇନ୍ସପେକ୍ଟର ଶିବଜି ପଣ୍ଡା ଙ୍କ ନେତୃତ୍ୱରେ ମିରୀଗୁଡା ଛକ ନିକଟରେ ଗାଡି ଯାଞ୍ଚ କରୁଥିଲେ | ଏହି ସମୟରେ କୋରାପୁଟ ରୁ ପାପଡାହାଣ୍ଡି ଦେଇ କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ ବାଇକ OD 08D 2858 ଅଟକାଇ ପୋଲିସ ସନ୍ଦେହରେ ଯାଞ୍ଚ କରିବାରୁ ଏକ ଜୋରି ବ୍ୟାଗ ରେ ଗଞ୍ଜେଇ ରହିଥିବା ଜଣାପଡିଥିଲା, ପରେ ବାଇକ ଓ ଗଞ୍ଜେଇ ବ୍ୟାଗ ଜବତ କରିବା ସହ ବାଇକ ଚାଳକ କୁ ଗିରଫ କରି ପାପଡାହାଣ୍ଡି ଥାନା କୁ ଆଣି ପଚରାଉଚରା ପରେ ଗଞ୍ଜେଇ ଚାଲାଣକାରି କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ନାକଟିଗୁଡା ଗ୍ରାମର ଛବିଳ ନାୟକ ବୋଲି ଜଣାପଡିଛି | ତହସିଲଦାର ଯୋଗେଶ୍ୱର ଭୋଇ ଙ୍କ ଉପସ୍ଥିତି ରେ ଗଞ୍ଜେଇ ଓଜନ କିରାଯିବା ପରେ ଗଞ୍ଜେଇ 11 କିଲୋ 500 ଗ୍ରାମ ବୋଲି ଜଣାପଡିଛି | ଏନେଇ ଥାନା ରେ କେଶ ନ 147/23 ମାମଲା ରୁଜୁ କରାଯାଇପା ଗଞ୍ଜେଇ ଚାଲାଣ କାରି ଛବିଳ କୁ କୋର୍ଟ ଚାଲାଣ କରାଯାଇଛି | ଗଞ୍ଜେଇ ଜବତ ସମୟରେ ଏଏସଆଇ ହରିହର ଭତରା, ଏଏସଆଇ ଶିବ ଚରଣ ରାଉତ, ଚନ୍ଦନ ନାୟକ ପ୍ରମୁଖ ଉପସ୍ଥିତି ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପାଞ୍ଚଦିନ ହେଲା ବୃଦ୍ଧଙ୍କ ନିଖୋଜ ଘଟଣା ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ ଗୁଣିଗାରେଡିରୁ ହତ୍ୟା ପରେ ଶବ ଗାୟବ ସନ୍ଦେହ କାଣ୍ଡାମା ଗାଁରେ ଦାନା ବାନ୍ଧୁଛି ଜନ ଅସନ୍ତୋଷ

Sunil Chandra Nayak

ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ନେଲା ଜୀବନ

Sunil Chandra Nayak

ବନ୍ଧନ ଫାଇନାନ୍ସ କର୍ମଚାରୀଙ୍କୁ ରାସ୍ତାରୁ ଟଙ୍କା ଆନୁମାନିକ ୭୦ ହଜାର ଟଙ୍କା ଲୁଟି ନେଲେ ୩ ଅଜଣା ଦୁବୃର୍ତ୍ତ

Sunil Chandra Nayak

Leave a Comment

error: Content is protected !!