ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ପ ଘାତରେ ଯୁବକ ଅଜୟ ମୃତ

ଗୋଳାମୁଣ୍ଡା/20/8/ନିର୍ଭୟ, ନିରପେକ୍ଷ ମସିହା /କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ କେଗାଁ ପୋଲିସ ପଡାରେ ସର୍ପ ଘାତରେ ଗତକାଲି ଜଣେ ଯୁବକର ମୃତ୍ୟୁ ହୋଇଛି । ଯୁବକ ଜଣକ ହେଲେ କେଗାଁର ପଦ୍ମଲୋଚନ ଆଡ଼ଜୁଏଡ଼ଙ୍କ ପୁଅ ଅଜୟ ଆଡ଼ଜୁଏଡ଼ ୨୫ ବୋଲି ଜଣାପଡିଛି । ସେ ନିଜ ଘରେ ଶୋଇଥିବା ସମୟରେ କଲେର ସାପଟି କାମୁଡି ଦେଇଥିଲା । ସାପ କାମୁଡି ଦେଇଥିବା ଜାଣିପାରି ବିଛଣାରୁ ଉଠି ସାପଟିକୁ ନିଜେ ମାରିଦେଇ ପରେ ପରିବାର ଲୋକଙ୍କୁ ଜଣାଇଥିଲେ । ଧୀରେ ଧୀରେ ବିଷଦେହ ସାରା ପ୍ରବେଶ କରି ଗୁରୁତର ହେବା ଦେଖି ପରିବାର ଲୋକେ ଭବାନୀପାଟଣା ମୂଖ୍ୟ ଚିକିତ୍ସାଲୟରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି ।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଇସ୍କନ ଅନୁଷ୍ଠାନ ଅଦିନିଆ ରଥଯାତ୍ରା କରି ଶ୍ରୀଜଗନ୍ନାଥ ସଂସ୍କୃତିର ଅବମାନନା

Sunil Chandra Nayak

Pious lady Pramalata Behura passed away. 

masiha

ବୈଦ ସାହୁ ଙ୍କ ପରଲୋକ 

Sunil Chandra Nayak

Leave a Comment

error: Content is protected !!